/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748004885.jpg)
Disproportionate Assets Of JE
ଲମ୍ବିଛି କୁବେର ଯନ୍ତ୍ରୀଙ୍କ ସମ୍ପତ୍ତି ତାଲିକା । ନୂଆପଡ଼ା R&B କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ବିପୁଳ ସମ୍ପତ୍ତି ଠାବ ହୋଇଛି । ଆଜି ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଚଢାଉବେଳେ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତିର ଗୁମର ଖୋଲିଛି । JEଙ୍କ ଭୁବନେଶ୍ୱରରେ ୩ଟି ବହୁତଳ କୋଠା, ୯ଟି ଦାମୀ ପ୍ଲଟ ଠାବ ହୋଇଛି । ଭୁବନେଶ୍ୱରରେ ୩ଟି, ପିପିଲିରେ ୫ଟି ଓ ରାୟଗଡ଼ାରେ ଗୋଟିଏ ପ୍ଲଟ ରହିଛି । ଖାଲି ସେତିକି ନୁହେଁ, ପିପିଲିରେ ୧ ଏକରରୁ ଊର୍ଦ୍ଧ୍ୱ ଜମିରେ ଏକ ଫାର୍ମହାଉସ୍ ରହିଛି । ଏହାସହ ୨ଟି ଦାମୀ କାର୍ ସହ ୫୦ ଲକ୍ଷର ବ୍ୟାଙ୍କ ଓ ଇନସୁରାନ୍ସ ଡିପୋଜିଟ୍ ମଧ୍ୟ ଜବତ କରିଛି ଭିଜିଲାନ୍ସ ।
ଆଜି ରେଡବେଳେ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ପତ୍ନୀ କରିଥିଲେ ହାଇଡ୍ରାମା । ଭିଜିଲାନ୍ସ ଜବତ କରିଥିବା ମୋବାଇଲକୁ ସେ ଛଡାଇ ନେବାକୁ ଚେଷ୍ଟା କରିଥିଲେ । ଭିଜିଲାନ୍ସ କର୍ମଚାରୀ ତାଙ୍କୁ ଯେତେ ବୁଝାସୁଝା କରିଥିଲେ ସେ ବୁଝିବାକୁ ନାରାଜ ଥିଲେ । ତାଙ୍କଠାରୁ ମୋବାଇଲ୍ ଆଣିବାକୁ ଭିଜିଲାନ୍ସ ଟିମ୍ ନାକେଦମ ହୋଇଥିଲେ । ସୂଚନାଯୋଗ୍ୟ, ଆଜି ସକାଳୁ ଏକକାଳୀନ ୮ଟି ସ୍ଥାନରେ ଚଢାଉ ଜାରି ରହିଥିବାବେଳେ ଅମାପ ସମ୍ପତ୍ତି ଠାବ ହେଲାଣି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)