/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748000806.jpg)
Lingaraj Temple
ଲିଙ୍ଗରାଜ ମନ୍ଦିରରେ ପଶିଗଲେ ଅଣହିନ୍ଦୁ । ଜଣେ ରୋମାନିଆ ନାଗରିକ ଆଜି ଲିଙ୍ଗରାଜ ମନ୍ଦିରରେ ପ୍ରବେଶ କରିଥିବା ଜଣାପଡିଛି । ଏହି ବିଦେଶୀ ଜଣକ ଦିନ ପ୍ରାୟ ସାଢେ ୧୨ଟା ବେଳେ ସିଂହଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ସେବାୟତମାନେ ତାଙ୍କୁ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ସମ୍ପୃକ୍ତ ପର୍ଯ୍ୟଟକଙ୍କୁ ମନ୍ଦିର ବାହାରକୁ ଆଣି ପଚରାଉଚରା କରିଥିଲେ । ପ୍ରାୟ ଘଣ୍ଟାଏ କାଳ ଅଟକ ରଖି ପଚରାଉଚରା ପରେ ବିଦେଶୀଙ୍କୁ ଛାଡି ଦିଆଯାଇଥିବା ଜଣାପଡିଛି ।
Advertisment
ଅଧିକ ପଢନ୍ତୁ: ପରିକ୍ରମା ପ୍ରକଳ୍ପରେ ଭଙ୍ଗା ଯାଇଥିବା ମଠ ମନ୍ଦିରର ହେବ ପୁନର୍ବାସ
ଲିଙ୍ଗରାଜ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିବାର ଏହା ଗୋଟିଏ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଏମିତି ଘଟଣା ଦେଖିବାକୁ ମିଳିଛି । ତିନି ଦିନ ତଳେ ଲିଙ୍ଗରାଜ ମନ୍ଦିର ଉପରେ ଡ୍ରୋନ ଉଡୁଥିବାର ଦେଖାଯାଇଥିଲା । ପୁଣି ଆଜିର ଏହି ଘଟଣା ପରେ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)