/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747999150.jpg)
Puri Mathas Rehabilitation
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୁରୀରେ ଭଙ୍ଗା ଯାଇଥିବା ମଠକୁ ମିଳିବ ନୂଆ ପରିଚୟ । ସବୁ ମଠ ମନ୍ଦିରଗୁଡିକର ପୁନର୍ବାସ କରାଯିବ । ରାଜ୍ୟ ସରକାର ୧୯ଟି ମଠକୁ ପୁନର୍ବାସ ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ପୁରୀରେ ଏକ ନିର୍ଦ୍ଦିଷ୍ଟ ଜାଗା ଚିହ୍ନଟ କରାଯାଇଛି । ସେହି ସ୍ଥାନରେ ସବୁ ମଠର ବିଜେ ସ୍ଥଳୀକୁ ରଖାଯିବ, ଯାହାଫଳରେ ଭକ୍ତଙ୍କ ଦର୍ଶନ ସୁବିଧା ହେବ । ଆଜି ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
‘#ଭଙ୍ଗାଯାଇଥିବା_ମଠର_ହେବ_ପୁନର୍ବାସ’
'ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗା ଯାଇଥିବା ମଠ ମନ୍ଦିର ଗୁଡିକୁ ପୁନର୍ବାସ କରାଯିବ। ୧୯ ଟି ମଠକୁ ପୁନର୍ବାସ ପାଇଁ ପ୍ରକ୍ରିୟା ଆରମ୍ଭ। ଗୋଟିଏ ଜାଗାରେ ମଠ ଗୁଡିକର ବିଜେସ୍ଥଳୀ ସ୍ଥାପିତ କରାଯିବ।': ପୃଥ୍ୱୀରାଜ ହରିଚନ୍ଦନ, ଆଇନ୍ ମନ୍ତ୍ରୀ#Puri#LawMinister#PruthirajHarichandan#OTVpic.twitter.com/BRuGCxpIcu— ଓଟିଭି (@otvkhabar) May 23, 2025
ଆଇନ ମନ୍ତ୍ରୀ କହିଛନ୍ତି ଯେ, ଗୋଟିଏ ଜାଗାରେ ମଠଗୁଡିକର ବିଜେସ୍ଥଳୀ ରହିଲେ ଭକ୍ତମାନଙ୍କୁ ଦର୍ଶନ ଏବଂ ସେବା ପୂଜା ପାଇଁ ସୁବିଧା ହେବ । ଏନେଇ ଦେବୋତ୍ତର କମିଶନଙ୍କ ସହ ଦୁଇ ଥର ବୈଠକ ହୋଇଛି । ପୁନର୍ବାସ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଭକ୍ତ ଯେପରି ସୁବିଧାରେ ଦର୍ଶନ କରିପାରିବେ ତାହାର ବ୍ୟବସ୍ଥା କରାଯିବ ବୋଲି ଦୋହରାଇଛନ୍ତି ମନ୍ତ୍ରୀ ।
ଅଧିକ ପଢନ୍ତୁ : ଏଣିକି ମନଇଚ୍ଛା ଗାଡ଼ିରେ ନାଲିବତୀ ଲଗାଇ ପାରିବେନି ସରକାରୀ ବାବୁ
ପୂର୍ବ ବିଜେଡି ସରକାରରେ ଶହ ଶହ କୋଟି ଟଙ୍କା ବ୍ୟୟରେ ପରିକ୍ରମା ପ୍ରକଳ୍ପ ନିର୍ମାଣ ବେଳେ ପ୍ରାୟ ୨୦ଟି ମଠ ମନ୍ଦିରଗୁଡିକୁ ଧୂଳିସାତ୍ କରିଦିଆଯାଇଥିଲା । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଉଚ୍ଛେଦ ସହ ବୁଡଡୋଜର ମାଡ଼ରେ ନିଶ୍ଚିନ୍ନ ହୋଇଯାଇଥିଲା ଅନେକ ପୁରାତନ ଐତିହ୍ୟ । ବହୁ ପ୍ରାଚୀନ ମଠ ନିଜ ଅସ୍ତିତ୍ବ ହରାଇଥିଲା । ସେହି ସମୟରେ ବିଜେପି ଏହାକୁ ନିର୍ବାଚନୀ ମୁଦ୍ଦା କରି ପରିକ୍ରମା ପ୍ରକଳ୍ପରେ କ୍ଷତିଗ୍ରସ୍ତ ମଠମାନଙ୍କର ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ଦେଇଥିଲା । ଏବେ ରାଜ୍ୟରେ ନୂଆ ବିଜେପି ସରକାର ଆସିବା ପରେ ସେହି ସବୁ ମଠ ମନ୍ଦିରର ପୁନର୍ବାସ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)