Advertisment

Controversy in Pipili: ପିପିଲିରେ ଉତ୍ତେଜନା: ଭିତ୍ତିପ୍ରସ୍ତର କଲେ ସାଂସଦ, ଦିନେ ନ ପୁରୁଣୁ ଫଳକ ଭାଙ୍ଗିଲେ ଚେୟାରମ୍ୟାନ

ପୁରୀ ସାଂସଦ ସମ୍ବିତ ପାତ୍ର ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଭିତ୍ତିପ୍ରସ୍ତରର ଶୁଭ ଦେଇଥିଲେ l ମାତ୍ର ଦିନକ ପରେ ଏହି ଭିତ୍ତିପ୍ରସ୍ତର ଫଳକକୁ ଭାଙ୍ଗି ଦିଆଯାଇଥିଲା। ଏନେଇ ପିପିଲି ଥାନାରେ ଏକ ମାମଲା ରୁଜୁ କରାଯାଇଛି।

author-image
Saroj Kumar Jena
laystone

laystone

ଭିତ୍ତିପ୍ରସ୍ତର ସ୍ଥାପନର ଦିନକ ପରେ ଭାଙ୍ଗିଦେଲେ ଫଳକ। ଏହାକୁ ନେଇ ବର୍ତ୍ତମାନ ପିପିଲିରେ ରାଜନୀତି ସରଗରମ। ପୁରୀ ଜିଲ୍ଲାର ପିପିଲିରେ ସାମ୍ନାକୁ ଆସିଛି ଏଭଳି ଘଟଣା। ପିପିଲି ବ୍ଲକ୍ କାର୍ଯ୍ୟଳୟ ନିକଟରେ ଗତ ୨୧ ତାରିଖରେ ବହୁମୁଖୀ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରଯାଇଥିଲା।

Advertisment

ପୁରୀ ସାଂସଦ ସମ୍ବିତ ପାତ୍ର ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଭିତ୍ତିପ୍ରସ୍ତରର ଶୁଭ ଦେଇଥିଲେ l ମାତ୍ର ଦିନକ ପରେ ଏହି ଭିତ୍ତିପ୍ରସ୍ତର ଫଳକକୁ ଭାଙ୍ଗି ଦିଆଯାଇଥିଲା। ଏନେଇ ପିପିଲି ଥାନାରେ ଏକ ମାମଲା ରୁଜୁ କରାଯାଇଛି। ପିପିଲି ଏନଏସି ଚେୟାରମ୍ୟାନ ଶେଖ୍ ବାବୁ, କିଛି ବିଜେଡି କାଉନସିଲର ଓ ବିଜେଡି କର୍ମୀ ମିଶି ଏହାକୁ ଭାଙ୍ଗି ଦେଇଥିବା ଅଭିଯୋଗ ହେଇଛି l ଏ ନେଇ ପିପିଲି ଏନଏସିର ସାଂସଦଙ୍କ ପ୍ରତିନିଧି ସୁକାନ୍ତ ଭଟ୍ଟ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ଛାନଭିନ୍ ଚଳାଇଛି। ଅନ୍ୟପଟେ ପିପିଲି NAC ଅଧ୍ୟକ୍ଷ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଅଧିକ ପଢ଼ନ୍ତୁ: ଝିଅ ପାଇଁ ବଢ଼ିଲାକି ବାପାଙ୍କ ସମ୍ପତ୍ତି ? କରିଦେଲେ ୪ଟା ହୋଟେଲ୍‌...

ଏ ସମ୍ପର୍କରେ ଚୟାରମ୍ୟାନ ଶେଖ ବାବୁଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବିଜେପିରେ ଅର୍ନ୍ତକନ୍ଦଳ ଜାରି ରହିଥିବା ବେଳେ ସେମାନେ ନିଜେ ଏହାକୁ ଭାଙ୍ଗିଛନ୍ତି ବୋଲି ବାବୁ କହିଛନ୍ତି। କିଛି ଦିନ ତଳେ ନିମାପଡାରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। ବିଜେପି ବିକାଶ କରି ପାରୁ ନ ଥିବା କାରଣରୁ ରାଜନୈତିକ ପ୍ରତିଶୋଧ ନେବା ପାଇଁ ଏଭଳି ପଲିଟିକାଲ ଷ୍ଟଣ୍ଟ କରାଯାଉଛି ବୋଲି ଶେଖ ବାବୁ କହିଛନ୍ତି।

Advertisment

ଏ ନେଇ ପିପିଲି ଥାନାରେ ସାଂସଦ ପ୍ରତିନିଧି ସୁକାନ୍ତ ଭଟ୍ଟ ଏକ ମାମଲା ରୁଜୁ କରିଛନ୍ତି। ବିଜେଡି କେବେ ହେଲେ ପିପିଲିର ବିକାଶ ଚାହୁଁନାହିଁ। ତେଣୁ ବିଜେଡି ନେତା ମାନେ ଏଭଳି ଫଳକ ଭଙ୍ଗା ରାଜନୀତି କରିଛନ୍ତି ବୋଲି ସୁକାନ୍ତ କହିଛନ୍ତି। ସେହିପରି ପିପିଲି ଥାନାଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଭଟ୍ଟ ଧମକ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ପଞ୍ଚାୟତ ଉପ ନିର୍ବାଚନ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି; ୨୩ରେ ଭୋଟ୍‌

BJD BJP Sambit Patra Pipili
Advertisment
Advertisment