/odishatv-khabar/media/post_attachments/uploadimage/library/16_9/16_9_0/Naba_das_1678375148.jpg)
Naba das
ନବ ଦାସ ହତ୍ୟା ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ବିସ୍ଫୋରକ ବୟାନ । ଦୁଇ ଜଣ ଅଣଓଡିଆ ଅଫିସର୍ ହିଁ ପରଦା ପଛର ମୁଖ୍ୟ ନାୟକ ବୋଲି କହି ରାଜ୍ୟ ସରକାରଙ୍କୁ ସିଧା ନିଶାନା କରିଛନ୍ତି ବିଜୟ। ଖାଲି ସେତିକି ନୁହେଁ ଘଟଣା ସଂପର୍କରେ ମୁହଁ ନଖୋଲିବା ପାଇଁ ଝାରସୁଗୁଡା ଅଂଚଳର ବିଜେଡି ଜିଲ୍ଲା ପରିଷଦ ସଦସ୍ୟମାନଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ କରିବା ସହିତ ମାମଲାରେ ଷଡ଼ଯନ୍ତ୍ରର ତଦନ୍ତ ଲାଗି ୧୨୦ ବି' ଦଫା କାହିଁକି ଲଗାଯାଇନି ବୋଲି ପ୍ରଶ୍ନ କରିଛନ୍ତି ।
ସେପଟେ ଗୋପାଳର ଡାଏରୀ ଥିଓରୀ ଆଣି ଚର୍ଚ୍ଚା ସୃଷ୍ଟି କରିଛନ୍ତି ବିରୋଧୀ ଦଳ ନେତା ।. ଅନେକ ଅସମାହିତ ପ୍ରଶ୍ନ ଭିତରେ ନବ ଦାସ ହତ୍ୟା ମାମଲାର ନିଆଁ ଲିଭିବା ବଦଳରେ ବଢିବାରେ ଲାଗିଛି । ତା ସହିତ ବିବାଦ ଘେରରେ ଛନ୍ଦି ହୋଇପଡୁଛି ତଦନ୍ତକାରୀ ସଂସ୍ଥା । ଏହି ସମ୍ବେଦନଶୀଳ ମାମଲାର ତଦନ୍ତ ସଠିକ୍ ଦିଗରେ ହେଉନଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।
ଅଧିକ ପଢ଼ନ୍ତୁ: 'ପାଗଳ ନୁହେଁ ଗୋପାଳ ଦାସ', 'ସୁପାରୀ ଦେଇଥିବା ବ୍ୟକ୍ତି ହିଁ ଖସାଇବାକୁ ଦେଇଛି ପ୍ରତିଶ୍ରୁତି' !
ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ଦୁଇ ଜଣ ଅଣଓଡିଆ ଅଫିସର୍ - ଜଣେ ଆଇଏସ୍ ଆଉ ଜଣେ ଆଇପିଏସ୍ ଅଫିସର୍ ହିଁ ପରଦା ପଛର ମୁଖ୍ୟ ନାୟକ । ସେମାନେ ହିଁ ଘଟଣାକୁ ଆଗକୁ ବଢିବାକୁ ଦେଉନାହାନ୍ତି । ଝାରସୁଗୁଡା ଅଂଚଳର ବିଜେଡିର କିଛି ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଏ ଘଟଣା ସଂପର୍କରେ ମୁହଁ ନଖୋଲିବା ପାଇଁ ଧମକ ଦିଆଯାଇଥିବା ବିଜୟ ଅଭିଯୋଗ କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ମାମଲାରେ ୧୨୦-ବି ଅର୍ଥାତ ଅପରାଧୀକ ଷଡ଼ଯନ୍ତ୍ର ଦିଗରେ କୌଣସି ତଦନ୍ତ ହେଲା ଭଳି ମନେ ହେଉନି । କେବଳ ଗୋପାଳ କୈନ୍ଦ୍ରିକ ତଦନ୍ତ କରି କେସକୁ ଶେଷ କରିଦେବାକୁ ଷଡଯନ୍ତ୍ର ହେଉଛି ବୋଲି ଅଭିଯୋଗ କରିବା ସହିତ FBI କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ବିଜୟ ।
ସେପଟେ ବିଧାନସଭାରେ ନରସିଂହ ମିଶ୍ରଙ୍କ ଲିଖିତ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଷଡ଼ଯନ୍ତ୍ର କଥା କହିଥିଲେ ବି FIRରେ ୧୨୦-ବି ଦଫା ନଲାଗିବା ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଆଇନଜୀବୀ । ସେପଟେ ନବ ଦାସ ହତ୍ୟା ମାମଲା ରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ନୂଆ ଥିଓରୀକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ତଦନ୍ତ ବେଳେ ବ୍ରଜରାଜନଗରସ୍ଥିତ ଗୋପାଳର ଘରୁ ଏକ ଡାଏରୀ ମିଳିଥିଲା । ଜୟନାରାୟଣ ସନ୍ଦେହ କରିଛନ୍ତି ଯେ, ଗୋପାଳ ଏତେ ବଡ ଲୋକ ନୁହେଁ ଯେ ସେ ଡାଏରୀ ଲେଖିବ । ଡାଏରୀରେ ନବ ଦାସଙ୍କ ଚରିତ୍ର ଓ ଗୋପାଳର ବ୍ୟକ୍ତିଗତ ଆକ୍ରୋଶ ସଂପର୍କରେ ଲେଖାଇଦେବେ ବୋଲି ସେ ଅଭିଯୋଗ କରିଛନ୍ତି ।
ସେପଟେ ଷଡ଼ଯନ୍ତ୍ର କଥା ସ୍ୱୀକାର କରିଛନ୍ତି ରାଜ୍ୟ ସରକାର, ତେବେ ସନ୍ଦିଗ୍ଧ କିଏ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନବ ହତ୍ୟା ଘଟଣାର ଗୁମର ଖୋଲୁନଥିବାରୁ ଅଡୁଆରେ ରାଜ୍ୟ ସରକାର । ନୂଆ ନୂଆ ଥିଓରୀ ଆଣି ବିରୋଧୀ ସରକାରଙ୍କୁ ଘେରୁଛନ୍ତି । ତେଣୁ କେବେ ହତ୍ୟା ଘଟଣାର ସତ ସାମ୍ନାକୁ ଆସୁଛି ତାକୁ ସମସ୍ତଙ୍କ ଅପେକ୍ଷା ।
କଟକରୁ ଗୌତମ ପଣ୍ଡାଙ୍କ ଭୁବନେଶ୍ୱରରୁ କ୍ୟାମେରାପର୍ସନ ବିଭୁଙ୍କ ସହ ଜଗଦୀଶ ଦାସ ଓ ହରିହର ଚାନ୍ଦଙ୍କ ରିପୋର୍ଟ, ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)