• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସରଗରମ ହେବ ଶୀତ ଅଧିବେଶନ । ଅର୍ଚ୍ଚନା ଇସ୍ୟୁରେ କଂପିବ ଗୃହ ! ବିରୋଧୀଙ୍କ ପାଖରେ ପ୍ରସଙ୍ଗ ଅନେକ । ସରକାରୀ ଦଳକୁ ଘେରିବାକୁ ବିରୋଧୀ ବିଜେପିକଂଗ୍ରେସ ତୟାର କରିଛନ୍ତି ରଣନୀତି । ଅର୍ଚ୍ଚନା ନାଗ ସାଙ୍ଗକୁ ଚାଷୀ ପ୍ରସଙ୍ଗ ବିରୋଧୀଙ୍କ ମୁଖ୍ୟ ଇସ୍ୟୁ । ବିଜେପି ଓ କଂଗ୍ରେସର ବିଧାୟକ ଦଳ ବୈଠକରେ ଗୁରୁମନ୍ତ୍ର ଦେଇଛନ୍ତି ଦୁଇ ଦଳର ମଙ୍ଗୁଆଳ ।

ବିଶେଷକରି ଅର୍ଚ୍ଚନା ଅର୍ଚ୍ଚନା ନାଗ ନାଗଫାଶ ଘଟଣାରେ ଶାସକ ଦଳର ଅନେକ ନେତା ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଆସୁଛି । ସେପଟେ ଇଡିି ବି ତଦନ୍ତ ଆରମ୍ଭ କରିଛି । ଏଭଳି ସ୍ଥିତିରେ ପୋଲିସ୍ ତଦନ୍ତରେ ଶିଥିଳତାକୁ ନେଇ ସରକାରଙ୍କୁ ଅକଳରେ ପକାଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ଦଳ । ସେପଟେ ଚାଷୀ ବହୁଳ ପଦ୍ମପୁର ଉପନିର୍ବାଚନ ଥିବାରୁ ବୀମା, ଇନ୍‌ପୁଟ୍ ସବସିଡିକୁ ବି ମୁଖ୍ୟ ଅସ୍ତ୍ର କରିବ ବିଜେପି । କଂଗ୍ରେସ, ଚାଷୀ ଓ ନାଗଫାସ ସମେତ ଆଇନ୍ ଶୃଙ୍ଖଳା ଓ ଦରଦାମ ବୃଦ୍ଧି ପ୍ରସଙ୍ଗ ବି ଗୃହରେ ଉଠାଇବ ।

ଅନ୍ୟପଟେ ଆସନ୍ତାକାଲି ସକାଳ ସାଢେ ୧୦ଟାରେ ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ଯେଉଁଥିରେ ବିରୋଧୀଙ୍କୁ ସାମନା କରିବାକୁ କାଉଣ୍ଟର ଷ୍ଟ୍ରାଟେଜି ପ୍ରସ୍ତୁତ କରିବ ଦଳ ।

ଶୀତ ଅଧିବେଶନ ଡିସେମ୍ବର ୩୧ ଯାଏ ଚାଲିବ । ତାରି ଭିତରେ ପଡୁଛି ପଦ୍ମପୁର ଉପନିର୍ବାଚନ ଓ ମେକ୍ ଇନ୍ ଓଡ଼ିଶା । ଉପନିର୍ବାଚନ ପାଇଁ ପ୍ରଚାରରେ ବ୍ୟସ୍ତ ରହିବେ ବିଧାୟକ । ସେହିପରି ମେକ୍ ଇନ୍ ଓଡିଶା କନ୍‌କ୍ଲେଭ ପାଇଁ ମଧ୍ୟ ବ୍ୟସ୍ତତା ଦେଖାଦେବ । ସେପଟେ ଜାନୁଆରୀ ୧୩ରୁ ଆରମ୍ଭ ହେଉଛି ହକି ବିଶ୍ୱକପ୍ । ଯେଉଁଥିଲାଗି ଭୁବନେଶ୍ୱରଠାରୁ ଆରମ୍ଭ କରି ରାଉରକେଲା ଯାଏ ପ୍ରସ୍ତୁତି ଜୋରଦାର କରାଯାଉଛି । ଏଥିଲାଗି ରାଜନୈତିକ ସମୀକ୍ଷକଙ୍କ ଆକଳନ ହେଲା ବିରୋଧୀଙ୍କ ପାଇଁ ଅନେକ ପ୍ରସଙ୍ଗ ଶୀତକାଳୀନ ଅଧିବେସନରେ ଥିଲେ ବି ଏସବୁ ବ୍ୟସ୍ତ ବହୁଳ କାର୍ଯ୍ୟକ୍ରମ ଅଧିବେସନକୁ ଫିକା କରିପାରେ ।

ବିଧାନସଭା ଅଧିବେସନ ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ସମୟରେ ୩୪ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ । ସିସିଟିଭି ସ୍କାନରରେ ରହିବ ମହାତ୍ମାଗାନ୍ଧୀ ମାର୍ଗ ।