Advertisment

ଆସନ୍ତାକାଲି ରାଜ୍ୟର ୧୪ ଜିଲ୍ଲାରେ VHPର ବନ୍ଦ ଡାକରା

ସମ୍ବଲପୁରରେ ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି ।

ଅଦ୍ୟତନ ହୋଇଛି
VHP Odisha Bandh

VHP Protest

Advertisment

ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସାକାଣ୍ଡ ଘଟଣା ପ୍ରତିବାଦରେ ରାଜ୍ୟର ୧୪ ଜିଲ୍ଲାରେ ଆସନ୍ତାକାଲି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଶ୍ବହିନ୍ଦୁ ପରିଷଦ। ଭିଏଚପି ପଶ୍ଚିମ ପ୍ରାନ୍ତ ଶାଖା ପକ୍ଷରୁ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରଖିବା ସହ ଚକ-ଅଖ ବନ୍ଦ ରଖିବାକୁ ବି ଆହ୍ବାନ ଦିଆଯାଇଛି। 

Advertisment

ଯେଉଁ ସବୁ ଜିଲ୍ଲା ଗୁଡ଼ିକରେ ବନ୍ଦ ଡାକରା ଦିଆଯାଇଛି, ସେଗୁଡ଼ିକ ହେଲା ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଦ, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରିରାୟଗଡ଼ା । ବିଶ୍ବ ହିନ୍ଦୁ ପରିଷଦର ବନ୍ଦ ଡାକରାକୁ ଭାରତୀୟ ଜନତା ପାର୍ଟି ମଧ୍ୟ ସମର୍ଥନ କରୁଥିବା ଦଳର ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । 

ଶାନ୍ତିପୂର୍ଣ୍ଣ ବନ୍ଦ ପାଳନରୁ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀ, ରୋଗୀ ସେବାକୁ ବାଦ୍ ଦିଆଯାଇଛି । ସମ୍ବଲପୁର ହିଂସା ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଭିଏଚ୍‌ପି। ବଜରଙ୍ଗ ଦଳ ବି ଏନେଇ ସମର୍ଥନ ଜଣାଇଛି।

Advertisment

ଆଜି ସମ୍ବଲପୁର-ଝାରସୁଗୁଡ଼ା ସୀମାରେ ହାଇଭୋଲଟେଜ୍‌ ଡ୍ରାମା ଦେଖିବାକୁ ମିଳିଥିଲା । ଜଣକ ପରେ ଜଣେ ରାଜ୍ୟ ବିଜେପିର ତୁଙ୍ଗ ନେତାଙ୍କ ଗାଡ଼ିକୁ ମଝି ରାସ୍ତାରେ ଜୋରଜବରଦସ୍ତ ଅଟକାଇଥିଲା ଆଗୁଆ ସଜାଗ ଥିବା ପୋଲିସ । କିଛି ସମୟ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଚାଲିଲା କଥା କଟାକଟି । ସମ୍ବଲପୁର ଯିବାକୁ କାହିଁକି ବାରଣ ? ଏକଥା ପୋଲିସକୁ ସିଧାସଳଖ ପଚାରିଥିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ସାଂସଦ ଜୁଏଲ ଓରାମ, ସୁରେଶ ପୂଜାରୀ ଓ ବସନ୍ତ ପଣ୍ଡାଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ଯେହେତୁ ସମ୍ବଲପୁରରେ ହିଂସା ପରବର୍ତ୍ତୀ ସ୍ଥିତି ସ୍ବାଭାବିକ ହୋଇନି ତେଣୁ ସେଠାକୁ ବାହାର ଜିଲ୍ଲାର ଲୋକ ଓ ରାଜନେତାଙ୍କୁ ନଛାଡ଼ିବାକୁ ଜିଲ୍ଲାପାଳଙ୍କ ଆଦେଶ ରହିଥିବା କହିଥିଲା ପୋଲିସ୍। ଏହାପରେ କେନ୍ଦ୍ରମନ୍ତ୍ରୀ, ବିଜେପି ସାଂସଦ ଓ ବିଧାୟକମାନଙ୍କୁ ସେଠାରୁ ୨ କିଲୋମିଟର ଦୂର ଠେଲକୋଲି ଥାନାକୁ ନେଇ ପୋଲିସ୍ ଅଟକ ରଖିଥିଲା ।

Advertisment
BJP Protests Odisha Bandh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ