ବିଧାନସଭାରେ ଏବଂ ବିଧାନସଭା ବାହାରେ ଲଢେଇ କରୁଥିବାରୁ ମୋତେ ବୋମା ପକାଇ ଉଡାଇଦେବାକୁ ଚେଷ୍ଟା କରିଥିଲେ ପୂର୍ବ ବିଜେଡି ସରକାର । ସୁନ୍ଦରଗଡ଼ର ଏକ ଦଳୀୟ କାର୍ଯ୍ୟକ୍ରମରେ ପୂର୍ବ ବିଜେଡି ସରକାର ଉପରେ ଏଭଳି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି, ଜିଲ୍ଲାରେ ରହିଥିବା ଖଣିଜ ପାଣ୍ଠି ଅନୁଦାନରେ ବିକାଶ ନାଁରେ ବିଜେଡି ନେତା ମାନେ ବିନାଶ କରିଥିଲେ । ଜିଲ୍ଲାର ବିକାଶ ପାଇଁ ମୁଁ ଲଢୁଥିବାରୁ ମୋତେ ବୋମା ପକାଇ ଉଡାଇଦେବାକୁ ଚେଷ୍ଟା କରାଯାଇଥିଲା । ତେବେ ଭଗବାନଙ୍କ ପାଇଁ ମୁଁ ବଂଚିଯାଇଥିଲି ଏବଂ ଆଜି ଆପଣଙ୍କ ସାମ୍ନାରେ ଠିଆ ହୋଇଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
Also Read
ଅଧିକ ପଢ଼ନ୍ତୁ: ଝାଡଖଣ୍ଡରେ ହାରିଲେ ଓଡିଶା ନେତା, କାମ ଦେଲାନି ପ୍ରଚାର
ଭଗବାନଙ୍କ ଇଚ୍ଛା ଥିଲା ମୋତେ ଓଡ଼ିଶାର ଦାୟିତ୍ଵ ମିଳିବ। ନୂଆ ଓଡ଼ିଶା ଗଠନ, ବିକଶିତ ଓଡ଼ିଶା ଗଠନ ସହ ଲୋକଙ୍କୁ ନ୍ୟାୟ ଦେବା ପାଇଁ ବୋଧେ ଭଗବାନ ମୋତେ ବଂଚାଇଥିଲେ । ଆଉ ଅ।ଜି ସେହି ସୁଯୋଗ ମିଳିଛି । ଏଣୁ କେନ୍ଦ୍ର ଓ ରାଜ୍ୟର ସହଯୋଗରେ ସୁନ୍ଦରଗଡ଼ ଓ କେନ୍ଦୁଝରର ବହୁ ଉନ୍ନତି ହେବ । ଏଠାରୁ ମିଳୁଥିବା ରାଜସ୍ଵରେ ବହୁତ କିଛି ଉନ୍ନତି ହୋଇପାରିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ ।
ଅଧିକ ପଢ଼ନ୍ତୁ: ଝାଡ଼ଖଣ୍ଡରେ ହେମନ୍ତ ସରକାର; ଆସନ୍ତା ୨୮ରେ ଶପଥ ସମାରୋହ
ସେହପରି ସୁନ୍ଦରଗଡ଼ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଦୁଃଖ ଜଣାଇଛନ୍ତି ଜଣେ ଦିବ୍ୟାଙ୍ଗ ମହିଳା । ବାମନା ତାଣ୍ଡିଆ ନାମକ ଜଣେ ଦିବ୍ୟାଙ୍ଗ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିଜ ଅସହାୟତା ଜଣାଇବା ସହିତ, କିଛି ସରକାରୀ ସାହାଯ୍ୟ ପାଇଁ ନିବେଦନ କରିଥିବା କଥା କହିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଦାବି ପତ୍ର ଗ୍ରହଣ କରିଥିଲେ । ଆଉ କିଛି କୁନି କୁନି ପିଲା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ କୁନି ପିଲାଙ୍କୁ ଭେଟି ଖୁସି ହେବା ସହ ସେମାନଙ୍କୁ ଚକଲେଟ୍ ଦେଇଥିଲେ ।