Advertisment

Politics Heats Up Over Honoring Legendary Personalities: ରାଜନୀତିରେ ଲିଗାସି ଲଢ଼େଇ: ବିଜୁ ବନାମ୍ ମହତାବ, ମୁହାଁମୁହିଁ ବିଜେଡି-ବିଜେପି

ବିଜୁ ଲିଗାସୀକୁ କାଉଣ୍ଟର ଲାଗି ମହତାବ କାର୍ଡ ଖେଳୁଛି କି ବିଜେପି ? ବିଜୁଙ୍କ ଛଡ଼ା ଅନ୍ୟ ବରପୁତ୍ର ବିଜେଡି ପାଇଁ ଥିଲେ ଗୌଣ । ବିଜେଡିକୁ ଟାର୍ଗେଟ୍ କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବିଜେଡିର ଜବାବ, ବରପୁତ୍ରଙ୍କୁ ନେଇ ନହେଉ ରାଜନୀତି ।

undefined

Politics Heats Up Over Honoring Legendary Personalities

Advertisment

ବିଜୁ ଲିଗାସୀ କାଉଣ୍ଟର ପାଇଁ ମହତାବ୍ କାର୍ଡ ଖେଳୁଛି କି ଶାସକ ବିଜେପିଦିଲ୍ଲୀରୁ ରାଜ୍ୟସ୍ତର ଯାଏଁ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ 125ତମ ଜୟନ୍ତୀକୁ ପ୍ରଭାବୀ ଢଙ୍ଗରେ ପାଳନକୁ ନେଇ ଏବେ ସରଗରମ ରାଜ୍ୟ ରାଜନୀତି । ବିଜେପି କହିଛି ବିଜେଡି ସରକାରରେ ଥିବା ବେଳେ ବରପୁତ୍ରମାନଙ୍କୁ ସମ୍ମାନ ଦେଉନଥିଲା, ଆମେ ସେ ଧାରାରୁ ବାହାରକୁ ଆସୁଛୁ । ଅଭିଯୋଗକୁ ଖଣ୍ଡନ କରି ବିଜେଡି କହିଛି, ବିଜୁ-ମହତାବଙ୍କୁ ନେଇ ରାଜନୀତି ନହେଉ। 

Advertisment

ବିଜୁ ବନାମ୍ ମହତାବ । ରାଜନୀତିରେ ଲିଗାସି ଲଢ଼େଇ । ମୁହାଁମୁହିଁ ବିଜେଡି-ବିଜେପି । ସତ୍ତା ପରିବର୍ତ୍ତନ ପରେ ବିଜେପି ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ହରେକୃଷ୍ଣ ମହତାବଙ୍କ 125ତମ ଜୟନ୍ତୀ ଉତ୍ସବକୁ ଜାତୀୟ ସ୍ତରକୁ ନେବା ପରଠୁ ରାଜ୍ୟ ରାଜନୀତିରେ ଚର୍ଚ୍ଚା । କୁହାଯାଉଛି ବିଜୁ ଲିଗାସିକୁ କାଉଣ୍ଟର କରିବାକୁ ନୂଆ ସରକାରଙ୍କ ଏ ପଦକ୍ଷେପ । ଯାହାର ଶୁଭ ପଡ଼ିଛି ବହୁ ଆଡ଼ମ୍ବରରେ ଖୋଦ୍ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଦିଲ୍ଲୀରେ ଆୟୋଜିତ ମହତାବଙ୍କ 125ତମ ଜୟନ୍ତୀ ଉତ୍ସବରୁ। ଆରମ୍ଭ ହୋଇଥିବା ଏ ଉତ୍ସବ ବର୍ଷବ୍ୟାପୀ ଚାଲିବ। ମହତାବଙ୍କ ବ୍ୟକ୍ତିତ୍ବ, ନୂଆ ଓଡ଼ିଶା ଗଠନରେ ତାଙ୍କ ବଳିଷ୍ଠ ଅବଦାନର ବ୍ୟାପକ ପ୍ରଚାର ପ୍ରସାର ହେବ। ଯାହା ଉପରେ ବିଜେପି କହିଛି, ବିଜେଡ଼ି ସରକାରରେ ଥିବାବେଳେ ବରପୁତ୍ରମାନଙ୍କୁ ସମ୍ମାନ ଦେଇନଥିଲା। ଓଡ଼ିଶା ପାଇଁ ବିଜୁବାବୁଙ୍କ ଅବଦାନ ବହୁତ । କିନ୍ତୁ ବିଜୁ ବାବୁଙ୍କୁ ପୂଜି ଅନ୍ୟ ସମସ୍ତ ବରପୁତ୍ରଙ୍କୁ ଗୌଣ କରିବା ବିଜେଡ଼ି ସରକାରର କୁତ୍ସିତ ମାନସିକତା ଥିଲା। ଆମେ ସେହି ଚିତ୍ରରୁ ବାହାରୁଛୁ। ଆମେ ଯେଉଁ ରାସ୍ତାରେ ଯାଉଛୁ ତାହା ଓଡ଼ିଶାର ସଂସ୍କୃତି ଓଡ଼ିଆ ଅସ୍ମିତା। ତାମିଲନାଡୁର ସଂସ୍କୃତି ନୁହଁ। ଏପରିକି ଦୁଇ ବର୍ଷ ହେବ ରାଜ୍ୟସ୍ତରୀୟ ମହତାବ ଜୟନ୍ତୀକୁ ବିଜେଡି ସରକାର ବନ୍ଦ କରି ଦେଇଥିଲେ ବୋଲି ଅଭିଯୋଗ କରିଛି ବିଜେପି। 

ଅଧିକ ପଢନ୍ତୁ: ନବୀନଙ୍କ ନୀରବତା...ବୟସର ବିବଶତା ନା ରାଜନୈତିକ ବିଚକ୍ଷଣତା ? 

ଆଉ ଏନେଇ ବିଜେଡ଼ିର ଜବାବ ହେଲା, ବିଜୁ ବାବୁ ଓ ମହତାବଙ୍କୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାର କିଛି ମାନେ ନାହିଁ। ଓଡ଼ିଆ ଅସ୍ମିତା କଥା କହି ଉଭୟଙ୍କୁ ତୁଳନା କରିବା ଅର୍ଥ ଆମେ ନିଜକୁ ଅବମୂଲ୍ୟାୟନ କରିବା। ଆମେ ବି ଅନ୍ୟ ବରପୁତ୍ରଙ୍କ ନାଆଁରେ ଅନେକ ଯୋଜନା କରିଛୁ। ରାଜ୍ୟସ୍ତରୀୟ ମହତାବ ଜୟନ୍ତୀ କେବେ ବନ୍ଦ କରାଯାଇନାହିଁ। 

Advertisment

ସେପଟେ ଆହୁରି ମଧ୍ୟ ଚର୍ଚ୍ଚା ହେଉଛି, ମୋହନ ସରକାର ମହତାବଙ୍କ ନାଁରେ କିଛି ସରକାରୀ ଯୋଜନା ଆରମ୍ଭ କରିପାରନ୍ତି। ନବୀନ ସରକାରରେ ବିଜୁମୟ ହୋଇଥିବା ସରକାରୀ ଯୋଜନା ଧୀରେ ଧୀରେ ହଟୁଛି । ଓଡିଶା ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଜନନାୟକ ଓ ଜନନେତାଙ୍କ ନାଁରେ ଯୋଜନା ଆରମ୍ଭ ହେଉଛି । ଅନ୍ୟପଟେ ମହତାବ ଅନୁଗାମୀଙ୍କ କହିବା ହେଲା ମହତାବଙ୍କ ଜୟନ୍ତୀକୁ ବଡ଼ ଆକାରରେ ପାଳନ କରିବା ଖୁସିର କଥା କିନ୍ତୁ ଏହା ସହିତ ତାଙ୍କୁ ଭାରତ ରତ୍ନ ବି ପ୍ରଦାନ କରାଯାଉ। ସେପଟେ ରାଜନୈତିକ ସମୀକ୍ଷକଙ୍କ ମତ ହେଲା, ବିଜେପି ଓଡ଼ିଶାରେ ଆଂଚଳିକ ଚେହେରାକୁ ନେଇ ଆଗକୁ ବଢିବାକୁ ଲକ୍ଷ୍ୟ ରଖିଛି। 

ରାଜ୍ୟରେ କ୍ଷମତାକୁ ଆସିବା ପରଠୁ ବିଜୁଙ୍କ ନାଁରେ ନାମିତ ବିଜେଡି ଓ ଏହାର ସରକାର 24 ବର୍ଷ ଧରି ବିଜୁଙ୍କ ଜୟନ୍ତୀକୁ ମହା ଆଡ଼ମ୍ବରରେ ପାଳନ କରି ଆସୁଥିଲା। ବିଜୁଙ୍କ ନାଁକୁ ବ୍ରାଣ୍ଡ କରି ମାଇଲେଜ୍ ନେଇ ଚାଲିଥିଲା। ହେଲେ ଏବେ ମହତାବଙ୍କ ଜୟନ୍ତୀକୁ ମଧ୍ୟ ବିଜେପି ସରକାର ଅନୁରୂପ ଢଙ୍ଗରେ ପାଳନ କରିବା ପରଠୁ ତେଜୁଥିବା ଏ ଲିଗାସି ରାଜନୀତି ଆଗକୁ କେଉଁ ସ୍ତର ଯାଏଁ ଯାଉଛି, ତା ଉପରେ ନଜର।

Advertisment

ଅଧିକ ପଢ଼ନ୍ତୁ: ବାତ୍ୟାକୁ ସିଢ଼ି କରି କ୍ଷମତାକୁ ଆସିଥିଲା BJD, ଏବେ ଏହାକୁ କରିଛି ଆଶାବାଡ଼ି

BJD BJP Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ