Advertisment

PM'S Odisha Visit: ମୋଦି ଆସୁଛନ୍ତି ବୋଲି… ଫିଲ୍ମ ଦେଖୁଛନ୍ତି ବିଜେପି ନେତା

ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନ୍ତ୍ରୀ, ସାଂସଦ, ବିଧାୟକ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରାୟ ଦୁଇଘଣ୍ଟା କଥାହେବେ। କାଳେ ମୋଦି କ'ଣ ପଚାରି ଦେବେ, ସେଇଥିପାଇଁ ସିନେମା ଦେଖି ନିଜକୁ ପ୍ରସ୍ତୁତ କରୁଛନ୍ତି ବିଜେପି ନେତା। କଥାଟି ଆପଣଙ୍କୁ ଅଡୁଆ ଲାଗୁଥିବ, କିନ୍ତୁ କ'ଣ ଏହା ପଛର ରହସ୍ୟ, ଓଡ଼ିଶା ବିଜେପି ନେତାଏ କେଉଁ ଫିଲ୍ମ ଦେଖୁଛନ୍ତି, ଜାଣିବାକୁ ପଢ଼ନ୍ତୁ ଏହି ଖବରଟି।

ଅଦ୍ୟତନ ହୋଇଛି
PM'S Odisha Visit

PM'S Odisha Visit

Advertisment

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି। ତିନିଦିନ ରହିବେ ଓଡ଼ିଶାରେ। ସେ ଡିଜିପିମାନଙ୍କ ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବେ। ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ପ୍ରଧାନମନ୍ତ୍ରୀ ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ। ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ସେ ଦୁଇ ଘଣ୍ଟାରୁ ଅଧିକ ସମୟ ରହିବେ। ଦଳର କାର୍ଯ୍ୟକର୍ତ୍ତା, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ଦଳ ପକ୍ଷରୁ କୁହାଯାଇଛି। ତେବେ ସମସ୍ତଙ୍କ ମନରେ ଛନକା ପଶିଛି, କେଉଁ ବିଷୟରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ? କ'ଣ ରହିବ ତାଙ୍କ ଏଜେଣ୍ଡା? ଏ ନେଇ କୌଣସି ମନ୍ତ୍ରୀ, ବିଧାୟକ ବିଧାୟିକା କିମ୍ବା କର୍ମକର୍ତ୍ତାଙ୍କ ପାଖରେ ନିର୍ଦ୍ଦିଷ୍ଟ ଭାବେ କିଛି ସୂଚନା ନାହିଁ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ସମସ୍ତେ ନିଜକୁ ପ୍ରସ୍ତୁତ କରୁଛନ୍ତି। ଚେଷ୍ଟା ଜାରି ରଖିଛନ୍ତି, ଯଦି ହଠାତ୍ ମୋଦି ତାଙ୍କୁ କିଛି ପ୍ରଶ୍ନ ପଚାରିଦେଲେ, ତେବେ ତାହାର ଉତ୍ତର ଯେମିତି କଠିକ୍ ଢଙ୍ଗରେ ଦେଇପାରିବେ।

Advertisment

ମନଖୋଲି କଥାହେବେ ପ୍ରଧାନମନ୍ତ୍ରୀ

ଓଡ଼ିଶାରେ ଏଥର ପ୍ରଥମଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିଛି। ତାହା ପୁଣି ଡବଲ୍ ଇଞ୍ଜିନ ସରକାର। କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟରେ ବି। ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶାରେ ପ୍ରଚାରକୁ ଶାଣିତ କରିଥିଲେ ନିଜେ ପ୍ରଧାନମନ୍ତ୍ରୀ ମୋଦି। ଏପରିକି ବିଜେଡିର ଏକ୍ସପାଏରୀ ଡେଟ୍ ଓ ବିଜେପିର ଶପଥଗ୍ରହଣ ତାରିଖ ମଧ୍ୟ ସଭାରେ ଘୋଷଣା କରିବାକୁ ପଛାଇ ନଥିଲେ ପ୍ରଧାନମନ୍ତ୍ରୀ। ନୂଆ ସରକାର ଗଠନ ହେଲା ପରଠାରୁ ସେ ଯଦିଓ ଦୁଇଥର ଓଡିଶା ଆସିଛନ୍ତି, କିନ୍ତୁ ଦଳୀୟ କାର୍ଯ୍ୟକର୍ତ୍ତା ଓ ନିର୍ବାଚିତ ଜନପ୍ରତିନିଧି ମାନଙ୍କ ସହ ଦୀର୍ଘ ସମୟ ଧରି ମନଖୋଲି କଥା ହୋଇନାହାନ୍ତି। ଏଥର ସେ ମନଖୋଲି କଥା ହେବେ। ଏହି ଆଲୋଚନା ପାଇଁ ଏବେ କିଛି ବିଜେପି ନେତାଙ୍କ ଛାତି ଧଡ଼ଧଡ଼। ପ୍ରଧାନମନ୍ତ୍ରୀ କ'ଣ ପଚାରିବେ ଓ ଆମକୁ କ'ଣ କହିବାକୁ ପଡ଼ିବ, ଏଇ ଚିନ୍ତା ଘାରିଛି ସେମାନଙ୍କୁ।

ଅଧିକ ପଢ଼ନ୍ତୁ:ଖଲିସ୍ତାନୀ ଆତଙ୍କୀ ଟାର୍ଗେଟରେ କି ଡିଜିପି- ଆଇଜି ସମ୍ମିଳନୀ ?

ବିଜେପି ନେତା ଦେଖୁଛନ୍ତି ‘ଦି ସାବରମତୀ ରିପୋର୍ଟ’ The Sabarmati Report

କାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଫିଲ୍ମ ‘ଦି ସାବରମତୀ ରିପୋର୍ଟ’ ବିଷୟରେ କିଛି ପଚାରି ଦେବେ, ତେଣୁ କିଛି ନେତା ସିନେମା ହଲକୁ ଯାଇ ଫିଲ୍ମଟିକୁ ଦେଖୁଥିବା ଖବର ମିଳିଛି। ଯେଉଁମାନେ ଏ ଯାଏଁ ଦେଖିନାହାଁନ୍ତି, ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବା ପୂର୍ବରୁ ଫିଲ୍ମଟି ନିଶ୍ଚୟ ଦେଖିବେ ବୋଲି କହିଛନ୍ତି। କାରଣ ସୂଚନା ମିଳିଛି ଯେ, ଗୋଧ୍ରା ଟ୍ରେନ୍ ପୋଡ଼ି ଘଟଣା ଉପରେରେ ଆଧାରିତ ଏହି ଫିଲ୍ମ ବିଷୟରେ ହୁଏତ ମୋଦି ପ୍ରଶ୍ନଟିଏ ପଚାରି ଦେଇପାରନ୍ତି। ୨୦୦୨ ମସିହା ଫେବୃଆରୀ ୨୭ ତାରିଖରେ ଘଟିଥିଲା ଏଇ ଘଟଣା। 'ସାବରମତୀ ଏକ୍ସପ୍ରେସ' ଟ୍ରେନରେ ଅଯୋଧ୍ୟାରୁ ଫେରୁଥିବା ୫୯ ଜଣ ନିର୍ଦ୍ଦିଷ୍ଟ ଧର୍ମର ବ୍ୟକ୍ତି ଓ କରସେବକଙ୍କୁ ନିଆଁ ଲଗାଇ ହତ୍ୟା କରାଯାଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ଘଟଣା ଘଟିବାର ଦୀର୍ଘ ବର୍ଷ ପରେ ପୁଣି ଜଣେ ସାମ୍ୱାଦିକ ଘଟଣା ପଛର ସତ ଖୋଜିଛନ୍ତି। ପାଇଛନ୍ତି ଅନେକ ଚାଞ୍ଚଳ୍ୟକର ତଥ୍ୟ। କେମିତି ଏଥିରେ ସଂପୃକ୍ତ ଥିଲେ ବହୁ ବଡବଡିଆ। କେମିତି ଘଟଣା ଚପାଇ ଦେବାକୁ ହୋଇଥିଲା ଉଦ୍ୟମ। ଏ ସବୁ ସ୍ଥାନ ପାଇଛି ନୂଆ ଫିଲ୍ମ 'ଦି ସାବରମତୀ ରିପୋର୍ଟ'ରେ।

Advertisment

ପରୀକ୍ଷା ଦେଲା ଭଳି ପ୍ରସ୍ତୁତ ହେଉଛନ୍ତି ମନ୍ତ୍ରୀ !

କେତେଜଣ ମନ୍ତ୍ରୀ ସେମାନଙ୍କ ବିଭାଗର ରିପୋର୍ଟ କାର୍ଡ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଗତ ୫ ମାସରେ କ'ଣ ରହିଛି ସେମାନଙ୍କ ଉପଲବ୍ଧି। ସାଧାରଣ ଲୋକଙ୍କ ପାଇଁ କେମିତି କ୍ରିୟାଶୀଳ ହୋଇଛି ସଂପୃକ୍ତ ବିଭାଗ। ପୂର୍ବରୁ କେମିତି ଥିଲା ବିଭାଗର କାର୍ଯ୍ୟଶୈଳୀ, ନୂଆ ସରକାର ଆସିଲା ପରେ କ'ଣ କ'ଣ ହୋଇଛି ପରିବର୍ତ୍ତନ। ମିଳିଥିବା ସୂଚନା ଅନୁଯାୟୀ, ପରୀକ୍ଷା ଦେଲା ଭଳି ଏହାକୁ ନେଇ ପ୍ରସ୍ତୁତ ହେଉଛନ୍ତି ମନ୍ତ୍ରୀ। ବିଧାୟକମାନେ ବି ଅଞ୍ଚଳରେ କେମିତି କରୁଛନ୍ତି କାମ, କେମିତି ରଖୁଛନ୍ତି ଲୋକସଂପର୍କ, ସେ ନେଇ ତିଆରି କରୁଛନ୍ତି ରିପୋର୍ଟ। ପ୍ରଧାନମନ୍ତ୍ରୀ ପଚାରିଲାକ୍ଷଣି ସବୁ କହିବେ। ଏବେ ମୂଳଦୁଆ ଠିକରେ ପଡିଲେ, ସରକାର ପୁଣି ଆରଥରକୁ ଆସିବ। ଯଦି ମୂଳଦୁଆ ଠିକରେ ନପଡ଼ିବ, ଅସୁବିଧା ସୃଷ୍ଟି ହୋଇପାରେ। ତେଣୁ ସବୁ ପ୍ରଶ୍ନର ଉତ୍ତର ରଖିବାକୁ ପ୍ରସ୍ତୁତ ହେଉଛନ୍ତି ମନ୍ତ୍ରୀ, ବିଧାୟକ ଓ କାର୍ଯ୍ୟକର୍ତ୍ତା। ଲୋକଙ୍କ ଆଶା ଭରସା ପୂରଣ କରିବାକୁ କେତେ ଯତ୍ନବାନ ଅଛି ସରକାର, ତାହା ଉପସ୍ଥାପନ କରିବେ ପ୍ରଧାନମନ୍ତ୍ରୀଙ୍କ ଆଗରେ।

ଅଧିକ ପଢ଼ନ୍ତୁ:ଟିକସ ଫାଙ୍କିଥିବା ଅଭିଯୋଗରେ ଶିଳ୍ପପତି ଜୁଲିଆ ପଟ୍ଟନାୟକଙ୍କ ଅଫିସ୍‌ରେ ରେଡ୍

Advertisment
Odisha Narendra Modi BJP Prime Minister Narendra Modi Prime Minister Of India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ