• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଆଜିଠୁ ଆରମ୍ଭ ହୋଇଛି ଅଷ୍ଟାଦଶ ଲୋକସଭାର ସ୍ବତନ୍ତ୍ର ଅଧିବେଶନ। ଗୃହରେ ନବନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଉଛନ୍ତି କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପୂର୍ବରୁ ଆଜି  କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଶପଥ ଗ୍ରହଣ କରିଛନ୍ତି। ଭର୍ତ୍ତୁହରିଙ୍କୁ ରାଷ୍ଟ୍ରପତି ଭବନରେ ଶପଥପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଜୁନ୍ ୨୬ ତାରିଖରେ ନୂଆ ବାଚସ୍ପତି ନିର୍ବାଚିତ ହେବେ। ୨୭ ତାରିଖରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚଳିତ ନିର୍ବାଚନ ପରେ ଏହା ସଂସଦର ପ୍ରଥମ ଅଧିବେଶନ।

ଅଧିକ ପଢ଼ନ୍ତୁ: ଶପଥ ନେଲେ କାମଚଳା ବାଚସ୍ପତି ଭର୍ତ୍ତୃହରି; ଶପଥ ପାଠ କରାଇଲେ ରାଷ୍ଟ୍ରପତି

ଏପଟେ ସୂଚନା ଅନୁଯାୟୀ, ଇଣ୍ଡି ମେଣ୍ଟର ନବ ନିର୍ବାଚିତ ସାଂସଦ ଶପଥପାଠ ଉତ୍ସବକୁ ବିରୋଧ କରୁଛନ୍ତି । ଗୃହରେ ପରମ୍ପରା ଭଙ୍ଗାଯାଇଥିବା ଅଭିଯୋଗ କରିଛି କଂଗ୍ରେସ। ୮ ଥରର ସାଂସଦ କଂଗ୍ରେସର କେ.ସୁରେଶଙ୍କ ବଦଳରେ ୭ଥର ସାଂସଦ ହୋଇଥିବା ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି କରାଯାଇଥବାରୁ ପ୍ରଶ୍ନ ଉଠାଇଛି କଂଗ୍ରେସ । ଏହାର ଜବାବ ରଖିଛି ବିଜେପି । 

ତେବେ ଏହା ପୂର୍ବରୁ ଆଜି ମିଡିଆକୁ ସମ୍ବୋଧନ ବେଳେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତୃତୀୟ ପାଳିରେ ଏନଡିଏ ସରକାର ୩ ଗୁଣା ଅଧିକ ପରିଶ୍ରମ କରିବୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ସହ ସେ କହିଛନ୍ତି ଯେ, ଆମକୁ ସମସ୍ତଙ୍କୁ ସାଥୀରେ ନେଇ ଚାଲିବାକୁ ହେବ । ଦେଶ ଚଳାଇବା ପାଇଁ ସହମତି ନିହାତି ଜରୁରୀ, 'ଏହା ଆମ ପାଇଁ ଭବ୍ୟ ବିଜୟ, ୩ ଗୁଣା ଅଧିକ ପରିଶ୍ରମ କରିବୁ । ସେପଟେ ଜରୁରୀକାଳିନ ପ୍ରସଙ୍ଗ ଉଠାଇ ମୋଦି କହିଛନ୍ତି, ଜୁନ ୨୫ ଗଣତନ୍ତ୍ର ପାଇଁ କଳା ଦିବସ ଥିଲା । ଏମର୍ଜେନ୍ସୀକୁ ୫୦ ବର୍ଷ ପୂରିବ, ଏହା ନ ଭୁଲିବା ଭଳି ଦିନ, ଏମର୍ଜେନ୍ସୀରେ ଲୋକଙ୍କୁ ଜେଲ୍ ରେ ଭର୍ତ୍ତି କରାଯାଇଥିଲା । ଏହା ସହ ଦାୟିତ୍ବବାନ ହେବାକୁ ବିରୋଧୀ ଦଳକୁ ଅପିଲ୍ କରିଛନ୍ତି ମୋଦି ।

ଅଧିକ ପଢ଼ନ୍ତୁ: ପୁଣି ଥରେ ପୁତୁରାଙ୍କୁ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କଲେ ମାୟାବତୀ

OTV is now on Whatsapp

Join and get latest news update delivered to you via whatsapp

Join Now