• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବଣ୍ତା ଘାଟି ଯିବେ ସରକାରୀ ଅଧିକାରୀ । ବଣ୍ଡା ଘାଟିରେ ‘ସୁଭଦ୍ରା’ ଅପହଞ୍ଚ ନେଇ ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ସରକାରୀ ଅଧିକାରୀ ବଣ୍ଡାଘାଟି ଯାଇ ଲୋକଙ୍କ ପାଖରେ ପହଞ୍ଚିବେ । ଯାହା ସମସ୍ୟା ରହିଛି ତାହାକୁ ଦୂର କରିବେ ସରକାରୀ ଅଧିକାରୀ । ବଣ୍ଡା ଘାଟିର ୧୭୧୧ ମହିଳାଙ୍କ ମଧ୍ୟରୁ ୫ ଶହରୁ ଊର୍ଦ୍ଧ୍ୱ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇ ସାରିଛନ୍ତି । ଆବେଦନ ସମସ୍ୟା ନେଇ ଅନ୍ୟ ହିତାଧିକାରୀ ମାନେ ସୁଭଦ୍ରା ଟଙ୍କା ପାଇବାରେ ବିଳମ୍ବ ହୋଇଛି । ଏଣୁ ଯାହା ବି ସମସ୍ୟା ରହିଛି ଦୂର କରାଯାଇ ସେମାନଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରଭାତୀ କହିଛନ୍ତି ।

ସେପଟେ ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍ । ଆସନ୍ତାବର୍ଷ ମାର୍ଚ୍ଚ ୭ 'ସୁଭଦ୍ରା' ଆବେଦନର ଡେଡଲାଇନ୍ । ୨୦୨୫ ମାର୍ଚ୍ଚ ୭ 'ସୁଭଦ୍ରା' ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମାର୍ଚ୍ଚ ୮ ମହିଳା ଦିବସରେ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ । ବର୍ତ୍ତମାନ ସୁଦ୍ଧା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଯାଇଛି । ୩ଟି ପର୍ଯ୍ୟାୟରେ ମୋଟ୍‌ ୮୦ ଲକ୍ଷ ୩୫ ହଜାର ମହିଳାଙ୍କୁ ସୁଭଦ୍ରା ସହାୟତା ରାଶି ମିଳିସାରିଲାଣି । ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟରେ ଆଉ ୨୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେଇ କୋଟିଏ ହିତାଧିକାରୀଙ୍କୁ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ଅଧିକ ପଢ଼ନ୍ତୁ: ଏଠି ବିକାଶ ତ ଅପହଞ୍ଚ! ସୁଭଦ୍ରା ଯୋଜନାର ଗତି ମଧ୍ୟ ମନ୍ଥର ..

ସେପଟେ ହିତାଧିକାରୀଙ୍କୁ ବ୍ୟାଙ୍କରେ ଅଯଥା ଭିଡ଼ ନଜମାଇବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଅନ୍ୟପଟେ ମାଲକାନଗିରିର ବଣ୍ଡାଘାଟିରେ ମହିଳା ପାଖକୁ ବିଭାଗୀୟ ଅଧିକାରୀ ଯାଇ ଫିଜିକାଲ ଭେରିଫିକେସନ୍ କରିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ ନଭେମ୍ବର ୨୪ରେ ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ମନ୍ତ୍ରୀ ରବି ନାଏକଙ୍କ ଉପସ୍ଥିତିରେ ହିତାଧିକାରୀ ପାଇଛନ୍ତି ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ଖାଲି ସୁନ୍ଦରଗଡ଼ ଜିଲ୍ଲାରେ ୯୦ ହଜାର ମହିଳାଙ୍କ ପାଖକୁ ଯାଇଥିଲା ଟଙ୍କା । ସୁଭଦ୍ରା ଟଙ୍କା ପାଇବା ପରେ ମାସ ମାସ ଧରି ଧରି ଆବେଦନ କରି ଅପେକ୍ଷାରେ ଥିବା ମହିଳାମାନେ ଖୁସି ପ୍ରକାଶ କରିଛନ୍ତି । ବଡ଼ କଥା ହେଲା ଏହି ପର୍ଯ୍ୟାୟରେ ବାଦ୍ ପଡିଥିବା ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ମିଳିଛି ସୁଭଦ୍ରା ସହାୟତା । ସେହିପରି ରିଜେକ୍ଟ ହୋଇଥିବା ୨ ଲକ୍ଷ ୬୭ ହଜାର ଆବେଦନରୁ ୨୫ ପ୍ରତିଶତ ମହିଳାଙ୍କୁ ମଧ୍ୟ ଯୋଜନାରେ ସାମିଲ କରାଯାଇଛି ।

ଏହି ଅବସରରେ ପୂର୍ବ ସରକାରକୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଖାଲି ମିଶନ ଶକ୍ତି ଗଠନ କରି ପ୍ରଚାର କରୁଥିଲେ, ମହିଳାଙ୍କୁ ଆମେ ସ୍ୱାବଲମ୍ବୀ କରିବୁ । ଏବେ ବି ଅନେକ ମହିଳା ଆବେଦନ କରି ସହାୟତା ଅପେକ୍ଷାରେ ଅଛନ୍ତି । ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟରେ ଆଉ ୨୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେଇ କୋଟିଏ ହିତାଧିକାରୀଙ୍କୁ ସାମିଲ କରିବାକୁ ସ୍ଥିର କରିଛି ବିଭାଗ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେପଟେ ଏବେ ବି ବଢୁଛି ସୁଭଦ୍ରା ଆବେଦନ ସଂଖ୍ୟା ।

ଏବେ ସୁଦ୍ଧା କୋଟିଏ ୧୬ ହଜାର ମହିଳା ସୁଭଦ୍ରା ପାଇଁ ଆବେଦନ କରିଥିବା ବେଳେ ୩ଟି ପର୍ଯ୍ୟାୟରେ ୮୦ ଲକ୍ଷ ୩୫ ହଜାର ମହିଳାଙ୍କୁ ସୁଭଦ୍ରା ସହାୟତା ରାଶି ମିଳିସାରିଲାଣି । ବାକି ମହିଳାଙ୍କୁ ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟରେ ମିଳିବ ପ୍ରଥମ କିସ୍ତି । ୨୦୨୪ ସୁଦ୍ଧା କୋଟିଏ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ପରବର୍ତ୍ତୀ ସମୟରେ ଜାନୁଆରୀ ଏବଂ ଫେବ୍ରୁଆରୀରେ ଆବେଦନ କଲେ ମାର୍ଚ୍ଚ୮ ରେ ଏକା ବେଳକେ ଦୁଇଟି କିସ୍ତି ପାଇବେ ଯୋଗ୍ୟ ମହିଳା ।

ଅଧିକ ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ମାର୍ଚ୍ଚ ୭ 'ସୁଭଦ୍ରା' ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ

OTV is now on Whatsapp

Join and get latest news update delivered to you via whatsapp

Join Now