Advertisment

PM Modi Odisha Visit: ୨୦ରେ 'ବିକଶିତ ଓଡ଼ିଶା'ର ନିଅଁ ପକାଇବେ ମୋଦି

ଜୁନ୍ ୨୦ରେ ରାଜଧାନୀରେ ମୋଦି କରିବେ ରୋଡ୍ ସୋ । ବିକଶିତ ଓଡ଼ିଶା ପାଇଁ ପକାଇବେ ନିଅଁ । ମୋହନ ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାବାସୀଙ୍କୁ କରିବେ ସମ୍ବୋଧନ । ଏନେଇ ଚଳଚଞ୍ଚଳ ବିଜେପି ଶିବିର । ଓଡ଼ିଶା ପାଇଁ ମୋଦିଙ୍କ ମେଗା ପ୍ଲାନ୍ ଉପରେ ସମସ୍ତଙ୍କ ନଜର ।

author-image
Namita Biswal
ଅଦ୍ୟତନ ହୋଇଛି
PM Modi

PM Modi

ବିଜେପି ସରକାର ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀ କରିବେ ବଡ଼ ଘୋଷଣା । ଭିଜନ୍ ଓଡ଼ିଶା ଡକ୍ୟୁମେଣ୍ଟ ଲଞ୍ଚ ସହିତ ଆଗାମୀ 11 ବର୍ଷ ପାଇଁ ସରକାରଙ୍କ ରଣନୀତି ଉପରେ ନେତା, କର୍ମୀ ଓ ଜନତାଙ୍କୁ କରିବେ ସମ୍ବୋଧନ । ମୋଦିଙ୍କ ଗସ୍ତ ପାଇଁ ରାଜ୍ୟ ବିଜେପି ଶିବିର ପୁରା ସକ୍ରିୟ ଥିବାବେଳେ ବିକଶିତ ଓଡ଼ିଶା ପାଇଁ ମୋଦିଙ୍କ ମେଗା ପ୍ଲାନ୍ ଉପରେ ସମସ୍ତଙ୍କ ନଜର । 

Advertisment

ଜୁନ୍ ୨୦ରେ ରାଜଧାନୀରେ ମୋଦି କରିବେ ରୋଡ୍ ସୋ । ବିକଶିତ ଓଡ଼ିଶା ପାଇଁ ପକାଇବେ ନିଅଁ । ମୋହନ ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାବାସୀଙ୍କୁ କରିବେ ସମ୍ବୋଧନ । ଏନେଇ ଚଳଚଞ୍ଚଳ ବିଜେପି ଶିବିର । କାର୍ଯ୍ୟସୂଚୀ ଅନୁଯାୟୀ ଦିନ ସାଢେ ଦୁଇଟାରେ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ଏହାପରେ ବିଜେପି ସରକାରର ବର୍ଷ ପୂର୍ତ୍ତି ଉତ୍ସବ ସ୍ଥଳ ଜନତା ମଇଦାନକୁ ଯିବେ । ବିମାନ ବନ୍ଦରରୁ ଜନତା ମଇଦାନ ଯାଏଁ ମୋଦି ରୋଡ୍ ସୋ ସହିତ ତ୍ରିରଙ୍ଗା ଯାତ୍ରା କରିବେ । 

ଅଧିକ ପଢ଼ନ୍ତୁ: ବିଜେପି ସରକାରରେ କେମିତି କାମ କରୁଛନ୍ତି ଅଫିସର, କ’ଣ କହିଲେ ମୋହନ...

Advertisment

ରାସ୍ତାର ଉଭୟ ପାର୍ଶ୍ବରେ ବିଭିନ୍ନ ଜିଲ୍ଲାରୁ କର୍ମୀ, ମହିଳା, ଯୁବ ତଥା ଛାମୁଆ ସଂଗଠନ କର୍ମୀ ଉପସ୍ଥିତ ରହିବେ । ଏଥିପାଇଁ ଜିଲ୍ଲା ସଭାପତି ଓ ଲୋକ ପ୍ରତିନିଧିମାନଙ୍କୁ ଦାୟିତ୍ବ ଦିଆଯାଇଛି । ରୋଡ୍ ସୋ' ପରେ ଜନତା ମଇଦାନ ସଭାରେ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ 2036ର କରିବେ ଲୋକାର୍ପଣ । 2047 ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶାର ରୋଡମ୍ୟାପକୁ ବି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହାସହିତ ଅନ୍ତ୍ୟୋଦୟ ଯୋଜନାରେ ନୂଆ 50 ହଜାର ଘର ପାଇଁ କାର୍ଯ୍ୟାଦେଶ ବାଣ୍ଟିବେ । ଆଗାମୀ ଭବିଷ୍ୟତ ପାଇଁ ରାଜ୍ୟ ସରକାରଙ୍କ ଅନେକ ନୂଆ ଯୋଜନା ମଧ୍ୟ ଘୋଷଣା ହେବ ।

ମୋଦିଙ୍କ ଫୋକସରେ ଓଡ଼ିଶା । ପ୍ରାକ୍ ନିର୍ବାଚନୀ ପ୍ରଚାରଠାରୁ ଆରମ୍ଭ କରି ମୋହନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଯାଏ, ତା ପରବର୍ତ୍ତୀ ପର୍ଯ୍ୟାୟରେ ଡିଜି ସମ୍ମିଳନୀ, ପ୍ରବାସୀ ଭାରତୀୟ ଓ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ । ଆଉ ଏବେ ମୋହନ ସରକାରର ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେଇ ଓଡ଼ିଶାବାସୀଙ୍କୁ ସରକାରର ଆଗାମୀ ଯୋଜନା ଉପରେ ଲୋକଙ୍କୁ କହିବେ ।ବିକଶିତ ଓଡ଼ିଶା ଗଠନ ଦିଗରେ ଆଗାମୀ 11 ବର୍ଷ ଅର୍ଥାତ 2036 ଯାଏ ବିକଶିତ ଓଡ଼ିଶା ଗଠନ ପାଇଁ ଯେଉଁ ଲକ୍ଷ୍ୟ ରହିଛି ତାକୁ ଲୋକଙ୍କ ପାଖରେ ପହଞ୍ଚାଇବେ । ଯେଉଁଥିପାଇଁ ପ୍ରସ୍ତୁତ ହୋଇଛି ଭିଜନ୍ ଓଡ଼ିଶା ଡକ୍ୟୁମେଣ୍ଟ । ଯାହାର ମନିଟରିଂ କରିବ CMO  ।

ଏବେ ଦେଖିବାର କଥା ଭିଜନ୍ ଓଡିଶା ଡକ୍ୟୁମେଣ୍ଟରେ କେଉଁ ସବୁ ବଡ ଯୋଜନା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । 

ଅଧିକ ପଢ଼ନ୍ତୁ: ପ୍ରଥମ ବର୍ଷର ଲମ୍ବା ସଫଳତା ଗଣାଇଲେ ମୁଖ୍ୟମନ୍ତ୍ରୀ; କହିଲେ, ଆଗକୁ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀରେ ପହଞ୍ଚିବି

Odisha Government PM Modi Chief Minister Mohan Majhi
Advertisment
Related Articles
Advertisment