Advertisment

CM Mohan Majhi: ପ୍ରଥମ ବର୍ଷର ଲମ୍ବା ସଫଳତା ଗଣାଇଲେ ମୁଖ୍ୟମନ୍ତ୍ରୀ; କହିଲେ, ଆଗକୁ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀରେ ପହଞ୍ଚିବି

ନୂଆ ସରକାର, ନୂଆ ନୂଆ ଆଶା, ନୂଆ ଆରମ୍ଭ । ୨୪ ବର୍ଷର ବିଜେଡି ସରକାରକୁ ଗାଦିଚ୍ୟୁତ କରି ଗଲାବର୍ଷ ଠିକ୍ ଆଜିର ଦିନରେ ଖୋଦ୍ ପିଏମ୍ ମୋଦିଙ୍କ ସହ ବହୁ ଭିଭିଆଇପିଙ୍କ ଉପସ୍ଥିତିରେ ରାଜ୍ୟରେ ପ୍ରଥମ ବିଜେପି ସରକାରର ମଙ୍ଗ ଧରିଥିଲେ ମୋହନ ଚରଣ ମାଝୀ ।

author-image
Santosh Kumar Sahoo
ପ୍ରତିଶ୍ରୁତି: କେତେ ପୂରା, କେତେ ବାକି ?

ପ୍ରତିଶ୍ରୁତି: କେତେ ପୂରା, କେତେ ବାକି ?

୩୦ ଜିଲ୍ଲା ବୁଲିଛି, ଆଗକୁ ସବୁ ବିଧାନସଭା ନିର୍ବାଚନମଣ୍ଡଳୀରେ ପହଞ୍ଚିବି, ଲୋକଙ୍କୁ ସୁଖଦୁଃଖର ସାଥି ହେବେ । ବର୍ଷ ପୂରାଣିରେ ରାଜଧାନୀରେ ବିକାଶ ବାହନ ଗଡ଼ାଇ ଏଭଳି କହିବା ସହ ପ୍ରଥମ ବର୍ଷର ଲମ୍ବା ସଫଳତା ଗଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାହାକୁ କଡ଼ା କାଉଣ୍ଟର କରିଛନ୍ତି ବିରୋଧୀ ।

Advertisment

ନୂଆ ସରକାର, ନୂଆ ନୂଆ ଆଶା, ନୂଆ ଆରମ୍ଭ । ୨୪ ବର୍ଷର ବିଜେଡି ସରକାରକୁ ଗାଦିଚ୍ୟୁତ କରି ଗଲାବର୍ଷ ଠିକ୍ ଆଜିର ଦିନରେ ଖୋଦ୍ ପିଏମ୍ ମୋଦିଙ୍କ ସହ ବହୁ ଭିଭିଆଇପିଙ୍କ ଉପସ୍ଥିତିରେ ରାଜ୍ୟରେ ପ୍ରଥମ ବିଜେପି ସରକାରର ମଙ୍ଗ ଧରିଥିଲେ ମୋହନ ଚରଣ ମାଝୀ । ବନିଥିଲେ ରାଜ୍ୟର ପଞ୍ଚଦଶ ମୁଖ୍ୟମନ୍ତ୍ରୀ । ଲୋକଙ୍କ ସରକାର, ପିପୁଲ୍ସ ଚିଫ୍ ମିନିଷ୍ଟର । ପ୍ରଥମ ଦିନର କ୍ୟାବିନେଟରେ ବଡ଼ ବଡ଼ ଘୋଷଣା, ଦ୍ବିତୀୟ ଦିନରୁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲାଠୁ ନେଇ ବଡ଼ ବଡ଼ ଆକ୍ସନ ।

ଅଧିକ ପଢ଼ନ୍ତୁ: ମୋହନ ସରକାରକୁ ବର୍ଷେ; ଆହ୍ବାନ ଭିତରେ ପ୍ରତିଶ୍ରୁତି ପୂରଣ ଲକ୍ଷ୍ୟ

ଆଉ ବର୍ଷ ପୂରାଣିରେ ଆଜି ରାଜଧାନୀ ଲୋୟର ପିଏମଜିରେ ବିକାଶ ବାହନର ଶୁଭାରମ୍ଭ ଅବସରରେ ସେଇ ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ୩୦ ଜିଲ୍ଲା ବୁଲିଛି, ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀରେ ପହଞ୍ଚିବି ଲୋକଙ୍କ ସୁଖଦୁଃଖର ସାଥି ହେବି । ଏହା ସହ ପ୍ରଥମ ବର୍ଷର ଲମ୍ବା ସଫଳତା ବି ଗଣାଇଥିଲେ ମୁଖ୍ୟମନ୍ତ୍ରୀ । ସୁଭଦ୍ରାରେ କୋଟିଏ ମହିଳାଙ୍କ ସାମିଲ, ଚାଷୀଙ୍କୁ ୮୦୦ ଟଙ୍କାର ଇନପିୁଟ ସବ୍‌ସିଡ, ଉଚ୍ଚଶିକ୍ଷାରେ ପଛୁଆ ବର୍ଗକୁ ସଂରକ୍ଷଣ, ଶ୍ରୀମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ, ରତ୍ନଭଣ୍ଡାର ଖୋଲା ଏବଂ ମରାମତି ସହ ଦୁର୍ନୀତି ଖୋରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ମୋହନ ସରକାରଙ୍କ ବଡ ସଫଳତା ବୋଲି କହିଥିଲେ ।

Advertisment

ବର୍ଷପୂର୍ତ୍ତିରେ ରାଜ୍ୟ ସରକାର ବିକାଶ ବାହନ ଗଡ଼ାଉଥିଲେ ତ ଏପଟେ ତା’ର କାଉଣ୍ଟରରେ ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳରୁ ୫ ଶହ ମିଟର ଦୂରରେ ବିକ୍ଷୋଭକୁ ଓହ୍ଲାଇଥିଲା ବିଜେଡି। ଜନଜାଗରଣ ନାଁରେ ହାତରେ ପ୍ଲାକାର୍ଡ ଓ ମୁହଁରେ ସରକାର ବିରୋଧୀ ନାରା ଦେଇ ପ୍ରତିବାଦ କରିଥିଲେ ଦଳର ବିଧାୟକ, ସାଂସଦ, ନେତା ଓ ନେତ୍ରୀ । ସେହିପରି କଂଗ୍ରେସ ବି ବିଜେପି ଶାସନର ୧ ବର୍ଷକୁ ପ୍ରତାରଣାର ବର୍ଷ କହି କଡ଼ା ଟାର୍ଗେଟ୍ କରିଥିଲା ।

ତେବେ ଯଦିଓ ପ୍ରଥମ ବର୍ଷରେ ଅନେକ ସଫଳତା ପାଇଛନ୍ତି ମୋହନ ସରକାର ହେଲେ ଏବେ ବି ଅନେକ ପ୍ରତିଶ୍ରୁତି ପାଇପ ଲାଇନରେ ରହିଛି। ଆଗାମୀ ଦିନରେ ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ ହେବ ପ୍ରତିଶ୍ରୁତି ମୁତାବକ ଚିଟଫଣ୍ଡ କ୍ଷତିଗ୍ରସ୍ଥକୁ ଟଙ୍କା ଫେରସ୍ତ । ବର୍ଷେ ହେଲା ଖାଲି ପଡିଥିବା ବୋର୍ଡ, ନିଗମ ଏବଂ କମିଶନ ଅଧ୍ୟକ୍ଷ ପୂରଣ। ପୁଣି ଆଗକୁ ପଞ୍ଚାୟତ ନିର୍ବାଚନ। ସେହିପରି ନୂଆ ସଭାପତି ଚୟନ ହେବା ପରେ ସଂଗଠନକୁ ସରକାରଙ୍କ ସହ ତାଳ ଦେଇ ଆଗକୁ ନେବା। ଆଉ ସବୁଠୁ ବଡ଼ କଥା ହେଲା ଗତ ସରକାର ସମୟରେ ହୋଇଥିବା ଦୁର୍ନୀତି ଆଉ ଦୁର୍ନୀତିଖୋରଙ୍କ ବିରୋଧରେ କଡା ଆକ୍ସନ । ଆଗକୁ ବାକିଥିବା ପ୍ରତିଶ୍ରୁତି ପୂରା ଦିଗରେ ମୋହନ ସରକାର କେତେ ଶୀଘ୍ର ପଦକ୍ଷେପ ନେଉଛନ୍ତି ତା ଉପରେ ନଜର ।

ଅଧିକ ପଢ଼ନ୍ତୁ: ବିଜେପି ସରକାରକୁ ପୂରିଲା ବର୍ଷେ, କୋର୍ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

Odisha CM Mohan Majhi Odisha
Advertisment
Related Articles
Advertisment