Advertisment

Nagpur girl critically injured: କାଳ ସାଜିଲା ଜିପଲାଇନ୍ ଆକ୍ଟିଭିଟି, ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ପରିବାର ଲୋକେ

ଜୁନ ୮ରେ ମନାଲିରେ ଜିପଲାଇନ୍ ଆକଟିଭିଟି କରୁଥିବା ବେଳେ ପାଖାପାଖି ୩୦ ଫୁଟ ତଳକୁ ଖସିପଡିଥିଲେ ତ୍ରିଶା । ଏତେ ଉଚ୍ଚରୁ ଖସିବା କାରଣରୁ ତାଙ୍କ ଗେ।ଡରେ ଫ୍ୟାକଚର ହେ।ଇଛି ।

author-image
Saroj Kumar Jena
ଅଦ୍ୟତନ ହୋଇଛି
Nagpur girl critically injured

Nagpur girl critically injured

ଖରାଛୁଟିରେ ପରିବାର ସହ ମନାଲି ବୁଲିବାକୁ ଆସିଥିଲେ । କିନ୍ତୁ ତାହା ପାଲଟିଗଲା ଦୁଃଖ । କାଳ ସାଜିଲା ଦୁଃସାହସିକ କ୍ରୀଡା। ହିମାଚଳପ୍ରଦେଶ ମନାଲିରେ ଜିପଲାଇନ୍ ଆକଟିଭିଟି ବେଳେ କେବଲ ତାର ଛିଡି ନାବାଳିକା ଗୁରୁତର ଆହତ ।

Advertisment

ଦୁର୍ଘଟଣାର ଶିକାର ହୋଇଛନ୍ତି ନାଗପୁରରୁ ପରିବାର ସହ ଆସିଥିବା ୧୦ ବର୍ଷୀୟା ତ୍ରିଶା ବିଜୱେ। ଜିପଲାଇନ୍ ଆକଟିଭିଟି କରୁଥିବାବେଳେ ହଠାତ୍ ମଝି ଆକାଶରେ ଜିପଲାଇନର ବେଲ୍ଟଟି ଛିଡି ପଡିଥିଲା । ଫଳରେ ହଠାତ ୩୦ ଫୁଟ୍ ତଳକୁ ଖସି ପଡ଼ିଥିଲେ ତ୍ରିଶା।

ଅଧିକ ପଢ଼ନ୍ତୁ: ସକାଳୁ ଘରୁ ବାହାରି ଫଟୋ ଉଠେଇଲେ ଓ ଭିଡିଓ କଲେ, ଦ୍ୱିପ୍ରହରରେ ଭାସିଯାଇ ପ୍ରାଣ ହରାଇଲେ

Advertisment

ଗୋଟେ ପଟୁ ଆରପଟକୁ ଜିପଲାଇନ୍ ରେ ତାରରେ ଝୁଲିକି ଯାଉଥିବାବେଳେ ଘଟିଥିଲା ଏହି ଛାତିଥରା ଅଘଟଣ । ଏତେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ତ୍ରିଶା

ନାଗପୁର ନିବାସୀ ପ୍ରଫୁଲ୍ଲ ବିଜୱେଙ୍କ ଝିଅ ହେଉଛନ୍ତି ତ୍ରିଶା । ସେ ଜୁନ ୮ରେ ମନାଲିରେ ଜିପଲାଇନ୍ ଆକଟିଭିଟି କରୁଥିବା ବେଳେ ପାଖାପାଖି ୩୦ ଫୁଟ ତଳକୁ ଖସିପଡିଥିଲେ । ଏତେ ଉଚ୍ଚରୁ ଖସିବା କାରଣରୁ ତ୍ରିଶାଙ୍କ ଗେ।ଡରେ ଫ୍ୟାକଚର ହେ।ଇଛି ।

ପରିବାର ଲେ।କ ଅଭିଯେ।ଗ କରିଛନ୍ତି ତୁରନ୍ତ ତାଙ୍କୁ କୌଣସି ସହାୟତା ମିଳିନଥିଲା । ଦୁର୍ଘଟଣା ପରେ ତତ୍କାଳ ସହାୟତା ନେଇ ସେଠାରେ କୌଣସି ବ୍ୟବସ୍ଥା ହିଁ ନଥିଲା। ଘଟଣାସ୍ଥଳରେ ପର୍ଯ୍ୟାପ୍ତ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତ୍ରିଶାଙ୍କ ପରିବାର ଲୋକେ।

ପ୍ରଥମେ ସ୍ଥାନୀୟ ମେଡିକାଲ ପରେ ଚଣ୍ଡିଗଡ଼ରେ ଚିକିତ୍ସା କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଏବେ ନାଗପୁରରେ ଏକ ପ୍ରାଇଭେଟ ହସପିଟାଲରେ ତ୍ରିଶା ଚିକିତ୍ସିତ ହେବା ପରେ ଘରୁକୁ ଆସିଛନ୍ତି । ଏବେ ସେ ସୁସ୍ଥ ଅଛନ୍ତି ।

ତ୍ରିଶାଙ୍କ ପରିବାର ଲେ।କ ଦୁର୍ଘଟଣା ସମୟର ଭିଡିଓ ସେ।ସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଦୁର୍ଘଟଣା ପାଇଁ ଜିପଲାଇନ ଅପରେଟରଙ୍କ ଠାରୁ ତ୍ରିଶାଙ୍କ ପରିବାର ଲେ।କ ଜବାବ ମାଗିଛନ୍ତି । ଦୁର୍ଘଟଣା ସମୟର ଭିଡିଓ ସେ।ସିଆଲ ମିଡିଆରେ ଭାଇରାଲ ହେଉଛି ।

ଅଧିକ ପଢ଼ନ୍ତୁ: ପୁଣି ବଡ଼ ଦୁର୍ଘଟଣା, ହେଲିକପ୍ଟର କ୍ରାସ୍‌ରେ ୭ ମୃତ

Accident Maharashtra Social Media Nagpur
Advertisment
Related Articles
Advertisment