• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପିଏମ୍ ଆବାସ ଯୋଜନା(PM Aawas Yojana)କୁ ନେଇ ଗାଁ ଗାଁରେ ଗଣ୍ଡଗୋଳ ସ୍ଥିତି । ହିତାଧିକାରଙ୍କ ସମ୍ଭାବ୍ୟ ତାଲିକା ଲାଗିବା ପରେ ପଦାକୁ ଆସୁଛି ଚୟନ ପ୍ରକ୍ରିୟାରେ ହୋଇଥିବା ବ୍ୟାପକ ଗଡ଼ବଡ଼ କଥା । ଅଯୋଗ୍ୟ ହିତାଧିକାରୀଙ୍କ ନାଁ ଲିଷ୍ଟରେ ଥିବାରୁ ବଢୁଛି ବିବାଦ ।

କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ମେଣ୍ଢପୁର ପଂଚାୟତ ପିଏମ୍ ଆବାସ ତାଲିକାରେ ଚଂଚକତା ଅଭିଯୋଗ ଆଣି ସ୍ଥାନୀୟ ସରପଂଚଙ୍କ ସ୍ୱାମୀଙ୍କୁ ଅଫିସ୍ ଭିତରେ ତାଲା ପକାଇ ଦେଇଥିଲେ ଆଶାୟୀ ହିତାଧିକାରୀ । ଯାହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେହିପରି ବାଲେଶ୍ୱର ବାହାନାଗା ବ୍ଲକ୍ ଖରସାହାପୁର ଗାଁରେ ଯୋଗ୍ୟ ଲୋକଙ୍କୁ ଘର ମିଳୁନଥିବା ଅଭିଯୋଗ ହୋଇଛି । ବାରାମ୍ବାର ଆବେଦନ କରିବା ପରେ ବି ନୂଆ ଲିଷ୍ଟରେ ସେମାନଙ୍କ ନାଁ ନାହିଁ ବୋଲି ବହୁ ଆଶାୟୀ କହିଛନ୍ତି.. ।

ସମାନ ଅଭିଯୋଗ ଆସିଛି କୋରାପୁଟ ନାରାୟଣପାଟଣା ବ୍ଲକର ବିଭିନ୍ନ ପଂଚାୟତରୁ । ଏପଟେ ଘର ପାଇବା ପାଇଁ ୨୦୧୮-୧୯ର ୱେଟିଂ ଲିଷ୍ଟରେ ଥିବା ଚିଲିକା ବ୍ଲକ୍ ଚଣ୍ଡେଶ୍ୱର ପଂଚାୟତ କୃଷ୍ଣପୁରର ଦୁଃଖୀ ରାଉତ, ସାନି ତାଲିକା ଦେଖି ଦୁଃଖୀ ହୋଇଛନ୍ତି । କାରଣ ସେଥିରେ ତାଙ୍କ ନାଁ କଟି ଯାଇଛି ।

ଅଧିକ ପଢ଼ନ୍ତୁ: ପିଏମ୍ ଆବାସ ସମ୍ଭାବ୍ୟ ତାଲିକା: ଯୋଗ୍ୟ ବାଦ୍, ଅଯୋଗ୍ୟଙ୍କୁ ସାମିଲ !

ପିଏମ୍ ଆବାସ ଯୋଜାନରେ ଯୋଗ୍ୟ ଲୋକଙ୍କୁ ଘର ମିଳୁନଥିବାରୁ ଆନ୍ଦୋଳନ ପାଇଁ ସଜବାଜ ହେଉଛି ବିଜେପି । ପଂଚାୟତ, ବ୍ଲକ୍ ଓ ପିଡି-ଡିଆରଡିଏ ଅଫିସ୍ ଅଚଳ କରିବାକୁ ନିଷ୍ପତ୍ତି ନେଇଛି ଦଳ । ଆସନ୍ତା ୨୨ ତାରିଖରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆନ୍ଦୋଳନର ରୂପରେଖ ପ୍ରସ୍ତୁତ ହେବ । ପଂଚାୟତ ସ୍ତରରୁ ଦୁର୍ନୀତି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିବ ଦଳ ।

ସେପଟେ କଂଗ୍ରେସ୍ ଅଭିଯୋଗ କରିଛି ଯାହାର ଘର ଅଛି, ତା ନାଁ ପୁଣି ଥରେ ବାହାରିଛି । ଯାହାର ଘର ନାହିଁ ତା ନାଁ ପ୍ରକାଶ ପାଇନାହିଁ । ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛି ଦଳ । ସେପଟେ ପଂଚାୟତିରାଜ ମନ୍ତ୍ରୀ କହିଛନ୍ତି ସ୍ୱଛତାର ସହ ଘର ବଣ୍ଟନ ପ୍ରକ୍ରୟା ଚାଲିଛି ।

ପିଏମ୍ ଆବାସ ଚିଠା ତାଲିକାକୁ ନେଇ କୌଣସି ଆପତ୍ତି ଥିଲେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଅଭିଯୋଗ କରାଯାଇପାରିବ । ତାପରେ ଗ୍ରାମସଭାରେ ହିତାଧିକାରୀଙ୍କ ତାଲିକା ଚୂଡାନ୍ତ ହେବ ।