• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଦ୍ମପୁର ଉପନିର୍ବାଚନ ପାଇଁ କମିଲା ମତଦାନ ସମୟ । ଶୀତ ଦିନ ଥିବାରୁ ନିର୍ବାଚନ ସମୟକୁ କମାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ମାଓବାଦୀ ଅଞ୍ଚଳ ଥିବାରୁ ଭୋଟିଂ ସମୟକୁ ସଂଧ୍ୟା ୬ଟାରୁ ୪ଟାକୁ କମା ଯାଇଛି । ଏହାପୂର୍ବରୁ ଧାମନଗର ଉପନିର୍ବାଚନ ବେଳେ ସଂଧ୍ୟା ୬ଟା ଯାଏଁ ଭୋଟିଂ ହେଉଥିଲା । ହେଲେ ଏବେ ଏହାକୁ କମାଇ ଅପରାହ୍ନ ୪ଟାକୁ କମାଇ ଦିଆଯାଇଛି । ଆଜି ସିଇଓ ସର୍ବଦଳୀୟ ବୈଠକରେ ରାଜନୈତିକ ଦଳ ସହ ଆଲୋଚନା କରିଛନ୍ତି । ତାସହ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ କରିବାକୁ ଗୁରୁତ୍ୱ ଦିଆଯାଇଛି । ଡିସେମ୍ବର ୫ ତାରିଖରେ ପଦ୍ମପୁର ପାଇଁ ହେବ ଉପନିର୍ବାଚନ, ୮ ତାରିଖରେ ହେବ ଗଣତି ।

ଅଧିକ ପଢ଼ନ୍ତୁ: ବର୍ଷାରାଣୀ ବରିହା ହେଲେ ପଦ୍ମପୁର ବିଜେଡି ପ୍ରାର୍ଥୀ

ସେପଟେ ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ର ପ୍ରାର୍ଥୀ ଭାବେ ବର୍ଷାରାଣୀ ବରିହାଙ୍କ ନାଁ ଘୋଷଣା କରାଯାଇଛି । ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁ ପ୍ରାର୍ଥୀ ହେବା ପରେ ବିଜେଡିଚୁ କିଏ ହେବ ସେନେଇ ଚର୍ଚ୍ଚା ଲାଗି ରହିଥିଲା । ଶେଷରେ ପଦ୍ମପୁର ଉପନିର୍ବାଚନ ପାଇଁ ଦିବଂଗତ ବିଧାୟକ ବିଜୟ ରଂଜନ ବରିହାଙ୍କ ଝିଅ ବର୍ଷା ରାଣୀ ବରିହାଙ୍କ ଉପରେ ଭରସା କରିଛି ଦଳ । ତାଙ୍କୁ ପଦ୍ମପୁର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଦିବଂଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଧର୍ମପତ୍ନୀ ତିଳୋତ୍ତମା ସିଂ ବରିହାଙ୍କ ନାଁକୁ ନେଇ ପ୍ରଥମରୁ ଚର୍ଚ୍ଚା ହେଉଥିବା ବେଳେ ପରେ ତାଙ୍କ ଦୁଇ ଝିଅଙ୍କ ନାଁ ମଧ୍ୟ ସାମ୍ନାକୁୁ ଆସିଥିଲା । 

ତେବେ ଏଥିରେ ଏକ ନୂଆ ଟ୍ୱିଷ୍ଟ ମଧ୍ୟ ଦେଖାଯାଇଛି । ବର୍ଷା ହେଉଛନ୍ତି ବଜେପିର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ରମାରଞ୍ଜନ ବଳିଆରସିଂହଙ୍କ ବୋହୁ । ତେଣୁ ରମାରଞ୍ଜନ ଏବେ କେଉଁ ଭୂମିକା ନେବେ ତାଉପରେ ସମସ୍ତଙ୍କ ନଜର । ବିଜେଡି ପ୍ରାର୍ଥୀ ହୋଇଥିବା ବୋହୁ ପାଇଁ ପ୍ରଚାର କରିବେ ନା ନିଜ ବିଜେପି ଦଳକୁ ଜିତାଇବା ପାଇଁ ମଇଦାନକୁ ଓହ୍ଲାଇବେ । ତାହା ଦେଖିବାକୁ ସମସ୍ତେ ଚାତକ ଭଳି ଚାହିଁ ରହିଛନ୍ତି ।

ଅନ୍ୟପଟେ ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଜି ନାମାଙ୍କନ ଦାଖଲ ନକରି ଫେରି ଆସିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଏକ ବିରାଟ ପଟୁଆରରେ ପ୍ରଦୀପ ନାମାଙ୍କନ ଭରିବାକୁ ଯାଇଥିବା ବେଳେ ନାମାଙ୍କନ ଦାଖଲ ନକରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଫେରି ଆସିଛନ୍ତି । ତାଙ୍କ ସହ ବିଜେପି ପ୍ରଭାରୀ ସୁନୀଲ ବଂଶଲ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ରହିଥିଲେ ।