Advertisment

BJD: ହାରକୁ ଗ୍ରହଣ କରିପାରୁନାହାନ୍ତି ବରିଷ୍ଠ ବିଜେଡି ନେତା, ନିଇତି ନୂଆ ନୂଆ କାରଣ କହି ମାରୁଛନ୍ତି ତୀର

ବିଜେଡି ପରାଜୟ ନେଇ ଜଣଙ୍କ ପରେ ଜଣେ ବରିଷ୍ଠ ନେତା ମୁହଁ ଖୋଲିବା ପରେ ଗତକାଲି ମହେଶ ସାହୁ ଆଉ ଆଜି ଭୂପିନ୍ଦର ସିଂ ବି ହାରିବା କାରଣ ବଖାଣିଛନ୍ତି ।

ଭୁଲ୍‌ ଗଣାଉଛନ୍ତି ବିଜେଡି ନେତା

ଭୁଲ୍‌ ଗଣାଉଛନ୍ତି ବିଜେଡି ନେତା

Advertisment

ସାଧାରଣ ନିର୍ବାଚନକୁ ୮ ମାସ ବିତି, ବିଜେଡିରେ ସାଙ୍ଗଠନିକ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ହେଲାଣି । କିନ୍ତୁ ଏବେ ବି ପରାଜୟକୁ ଗ୍ରହଣ କରିପାରୁନାହାନ୍ତି ଦଳର କିଛି ପୁରୁଖା ନେତା । ନିତି ନୂଆ ନୂଆ କାରଣ ଆଣି ଦଳକୁ ଅଡୁଆରେ ପକାଉଛନ୍ତି । ଗତକାଲି ଟିକେଟ ବଣ୍ଟନ ଭୁଲ୍ ନିଷ୍ପତ୍ତି ପାଇଁ ବିଜେଡି ହାରିଲା ବୋଲି ପୂର୍ବତନ ସାଂସଦ ମହେଶ ସାହୁ କହିବା ପରେ ଆଜି ତାଙ୍କ କଥାକୁ ପରୋକ୍ଷରେ ସମର୍ଥନ ଜଣାଇଛନ୍ତି ଭୂପିନ୍ଦର ସିଂ ।

Advertisment

ବିଜେଡି ପରାଜୟ ନେଇ ଜଣଙ୍କ ପରେ ଜଣେ ବରିଷ୍ଠ ନେତା ମୁହଁ ଖୋଲିବା ପରେ ଗତକାଲି ମହେଶ ସାହୁ ଆଉ ଆଜି ଭୂପିନ୍ଦର ସିଂ ବି ହାରିବା କାରଣ ବଖାଣିଛନ୍ତି । ଦଳର ପରାଜୟ ପଛରେ ଭୁଲ୍ ଟିକେଟ ବଣ୍ଟନ ବ୍ୟବସ୍ଥା ବୋଲି ଦାବି କରିଛନ୍ତି ପୂର୍ବତନ ସାଂସଦ ମହେଶ ସାହୁ। ସମ୍ବଲପୁରରୁ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଲଢିବା ନିଷ୍ପତ୍ତି ଭୁଲ୍ ଥିଲା, ଯାଜପୁରରେ ଲଢିଥିଲେ ଅଧିକ ଲାଭ ହୋଇଥାନ୍ତା । ଏମିତି କି ଉପକୂଳରେ ୧୦ରୁ ୧୨ ସିଟ୍ ହାତେଇ ସରକାର ହୋଇପାରିଥାନ୍ତା ବୋଲି କହିଥିଲେ ମହେଶ ।

ଅଧିକ ପଢ଼ନ୍ତୁ: ଗ୍ରାଉଣ୍ଡରେ କେତେ ପହଞ୍ଚୁଛି ସରକାରଙ୍କ ଯୋଜନା? ସ୍ଥିତି ପରଖିବାକୁ ଗାଁକୁ ଯିବେ ବାବୁ

Advertisment

ତାଙ୍କ କଥାକୁ ପରୋକ୍ଷରେ ସ୍ୱୀକାର କରି ଆଜି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ କହିଛନ୍ତି, ଯାହା ଭୁଲ୍ ଅଛି ତାକୁ ସୁଧାରିବାର ସମୟ ଆସିଛି । ଗଣତନ୍ତ୍ରରେ ଲୋକ କାହାକୁ ପସନ୍ଦ କରୁଛନ୍ତି, ତାକୁ ଆଖି ଆଗରେ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି । ଲୋକ କାହାକୁ ଚାହୁଁଛନ୍ତି ତାଙ୍କର ପ୍ରାର୍ଥୀ ହେବା ପାଇଁ ସେ ଦିଗକୁ ଆସନ୍ତା ଦିନରେ ଦଳର ନେତୃତ୍ୱ ଗୁରୁତ୍ୱ ଦେବ । ଯାହା ବି ତ୍ରୁଟି ରହିଲା ସେ ସଂପର୍କରେ ଦଳର ନେତାମାନେ ସୂଚନା ଦେଇ ସାରିଛନ୍ତି।

ଏଠି ପ୍ରଶ୍ନ ଉଠୁଛି ବିଜେଡିରେ ଟିକେଟ ବାଣ୍ଟୁଥିଲା କିଏ ? ଏଥିପାଇଁ କାହାକୁ ନିଶାନା କରୁଛନ୍ତି ନେତା ? କିଏ ନେଲା ଏମିତି ଭୁଲ ନିଷ୍ପତ୍ତି ? ସୁପ୍ରିମୋ ନବୀନ ନା ଆଉ କିଏ ? କୁହାଯାଏ ୨୪ ନିର୍ବାଚନରେ ନବୀନଙ୍କୁ ଆଢୁଆଳରେ ରଖି ସବୁ ନିଷ୍ପତ୍ତି ନେଉଥିଲେ ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ର ଭି.କେ. ପାଣ୍ଡିଆନ । ତେଣୁ ଭୁଲ ଟିକେଟ ବଣ୍ଟନ ପଛରେ ପାଣ୍ଡିଆନଙ୍କୁ ନିଶାନା କି ? ରାଜନୈତିକ ସମୀକ୍ଷକଙ୍କ ମତରେ ଟିକେଟ ବଣ୍ଟନରେ ଓଭର କନ୍ଫିଡେଣ୍ଟ ବିଜେଡି ପରାଜୟର ଏକ ବଡ଼ କାରଣ ।

Advertisment

ଯଦିଓ ପରାଜୟ ନେଇ ଅନେକ ନେତା ଦଳ ଭିତରେ ଏବଂ ବାହାରେ ମୁହଁ ଖୋଲୁଛନ୍ତି କିନ୍ତୁ ଏ ଯାଏଁ ପରାଜୟର ବିଧିବଦ୍ଧ ସମୀକ୍ଷା କରିପାରୁନାହାନ୍ତି ସୁପ୍ରିମୋ । କୁହାଯାଉଛି ପରାଜୟର କାରଣ କୁହାଯାଉଥିବା ଗ୍ରୁପ୍ ଏବେ ବି ଦଳକୁ କବଜାରେ ରଖିଛନ୍ତି । ଆଉ ତାଙ୍କୁ ସୁରକ୍ଷା ଦେବାକୁ ଯାଇ ପରାଜୟ ପୋଷ୍ଟମର୍ଟମ କରିବାକୁ ଏଡାଇ ଯାଇଥିଲେ ବି ଦଳର ବରିଷ୍ଠ ନେତାମାନେ ପରାଜୟକୁ ଗ୍ରହଣ ନକରିପାରି ମଝିରେ ମଝିରେ ଏମିତି ବାଣ ମାରୁଛନ୍ତି ।

ଅଧିକ ପଢ଼ନ୍ତୁ: ଭୋଟ୍ ଦେଉଛି ଦିଲ୍ଲୀ,ସବୁ ମତଦାନ କେନ୍ଦ୍ରରେ ଲମ୍ବାଧାଡ଼ି

Odisha Naveen Patnaik BJD VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ