/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741163133.jpg)
‘ନିମ୍ନମାନର ରାଜନୀତି କରିବା ଛାଡ଼ନ୍ତୁ’
ବିଜୁ ଜୟନ୍ତୀରେ ବିଜେପି ସରକାରକୁ ଟାର୍ଗେଟ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୁବନେଶ୍ବର ଫରେଷ୍ଟ ପାର୍କ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିଜୁ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ନ କରାଯିବା ପ୍ରସଙ୍ଗରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ଅଧିକ ପଢ଼ନ୍ତୁ: ରାଜା ଚକ୍ରଙ୍କୁ ଘାଣ୍ଟୁଛି EOW, ୨୦ ଗାଡ଼ି ଜବତ ଓ ୨୦୦ ଆକାଉଣ୍ଟ ଠାବ
ସେ କହିଛନ୍ତି ଏହା ଦୁର୍ଭାଗ୍ୟଜନକ ଯେ, ବିଜେପି ଶାସନକୁ ଆସିବା ପରେ ପ୍ରଥମେ କ୍ରୀଡା ସମ୍ମାନ ନାଁ ବଦଳାଇବାକୁ ଚେଷ୍ଟା କଲେ । ଏବେ ସେମାନେ ବିମାନବନ୍ଦର ନାଁ ବଦଳାଇବାକୁ ଚେଷ୍ଟା କରୁଛନ୍ତି । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ, ହେଲେ ଦୋଷୀ ଧରାପଡ଼ିଲାନି । ୧୯୯୩ରୁ ବିଜୁ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଥିବା କହି ନବୀନ କହିଛନ୍ତି, ଏବେ ଆପଣ ନାଁ ବଦଳାଇ ପାରନ୍ତି, କିନ୍ତୁ ଲୋକଙ୍କ ହୃଦୟରେ ଥିବା ଭଲ ପାଇବା ବଦଳାଇ ପାରିବେ ନାହିଁ ।
ଏଥିସହ ବିଜେପି ସରକାରକୁ କଡ଼ା ପ୍ରଶ୍ନ ବି କରିଛନ୍ତି ନବୀନ । କହିଛନ୍ତି ଆପଣ ପାରାଦୀପ ପୋର୍ଟ ବନ୍ଦ କରିପାରିବେ କି ? HAL, ଏନଟିପିସି ତାଳଚେର, NIT ରାଉରକେଲା ବନ୍ଦ କରି ପାରିବେ କି ? ଏହା ଅପରିପକ୍ବ ରାଜନୀତି, କ୍ଷୁଦ୍ରମନୋଭାବକୁ ପ୍ରକାଶ କରୁଛି । ସେ ପଦ-ପଦବୀ ପାଇଁ ରାଜନୀତିକୁ ଆସିନଥିଲେ । ସେବା ପାଇଁ ଆସିଥିଲେ । ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମ ହେଉ ବା UNESCO କଳିଙ୍ଗ ଆୱାର୍ଡ କଥା ହେଉ ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେଇଥିଲେ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିଥିଲେ। ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିଥିଲେ । ସରପଞ୍ଚଙ୍କୁ ପଞ୍ଚାୟତର ମୁଖ୍ୟମନ୍ତ୍ରୀ କହୁଥିଲେ । ତାଙ୍କ ଅବଦାନକୁ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।
ନବୀନ ପଟ୍ଟନାୟକ ଆହୁରି କହିଛନ୍ତି, ଇତିହାସକୁ ବଦଳାଇ ବାକୁ କିଛି ବ୍ୟକ୍ତି ଚେଷ୍ଟା କରୁଛନ୍ତି । ଲୋକେ ଜାବାବ ଦେବେ। ଇତିହାସ ହେଉଛି ସମୟର ଖୋଲା ବହି । ଆପଣ ଗୌରବମୟ ଐତିହ୍ୟକୁ ବଦଳାଇ ପାରିବେନି। ସରକାର ଆସିବ ଯିବ, କିନ୍ତୁ ବିଜୁବାବୁ ସବୁବେଳେ ଓଡ଼ିଆଙ୍କ ହୃଦୟରେ ରହିବେ, ଓଡ଼ିଆ ତାଙ୍କ ପାଇଁ ଗର୍ବିତ ବୋଲି କହି ସରକାରଙ୍କ ଉପରେ ବର୍ଷିଛନ୍ତି ନବୀନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)