Advertisment

ଶାସକ ଦଳର ଅନୁକମ୍ପା ବନାମ ବିରୋଧୀଙ୍କ ଆଇନଶୃଙ୍ଖଳା : ସରଗରମ୍‌ ଝାରସୁଗୁଡ଼ା ରାଜନୀତି

ମେ' ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ । ତାରିଖ ଘୋଷଣା ହେଉ ହେଉ ଶାସକ ଦଳଠାରୁ ଆରମ୍ଭ କରି ବିରୋଧୀ ଏବେ ପୁରା ସକ୍ରିୟ।

ଅଦ୍ୟତନ ହୋଇଛି
Jharsuguda Bypoll

Jharsuguda By-poll

Advertisment

ଖୋଲିନି ରହସ୍ୟ, ମନରୁ ଲିଭିନି ଘଟଣାବଳି। ଏପଟେ କିନ୍ତୁ ଝାରସୁଗୁଡ଼ା ସିଟ୍ ପୂରଣ ଲାଗି ବାଜି ସାରିଛି ବିଗୁଲ । ପୁଣିଥରେ ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କଲେଣି ରାଜନୈତିକ ଦଳ । ହେଲେ ଜାନୁଆରୀ ୨୯ର ସେହି କଳା ଦିନକୁ ଝାରସୁଗୁଡ଼ାବାସୀ ଭୁଲି ପାରୁନାହାଁନ୍ତି। ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଠିକ୍ ଦୁଇମାସ ପରେ ନାବାଳକ ସମର୍ଥଙ୍କୁ ଅପହରଣ କରି ହତ୍ୟା, ଝାରସୁଗୁଡାବାସୀଙ୍କ ଭିତରେ କୋକୁଆ ଭୟ ସୃଷ୍ଟି କରିଛି। ଏହି ଦୁଇ ଲୋମହର୍ଷଣକାରୀ ଘଟଣା ଏଥର ଉପନିର୍ବାଚନରେ ରାଜନୈତିକ ଦଳ ପାଇଁ ମୁଖ୍ୟ ମୁଦ୍ଦା।

Advertisment

ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ପ୍ରସଙ୍ଗ କରି ବିରୋଧୀ ବିଜେପିକଂଗ୍ରେସ ସରକାର ବିରୋଧୀ ମାହୋଲ ତିଆରି କରୁଛନ୍ତି। ଅନ୍ୟପଟେ ପ୍ରଥମ ଦଳ ଭାବେ ବିଜେଡି, ପ୍ରାର୍ଥୀ ଘୋଷଣା କରିବା ସହ ବିରୋଧୀଙ୍କ ମୁହଁ ଚୁପ୍ କରିବା ପାଇଁ ବିକାଶର ବାର୍ତ୍ତା ରଖୁଛି। ଏହାସହ ଅନୁକମ୍ପା କାର୍ଡ ବି ରହିଛି ସରକାରୀ ଦଳ ପାଖରେ। ସେପଟେ ବିଜେପି ଓ କଂଗ୍ରେସ କହିଛନ୍ତି ସେମାନେ ନିଜ ପ୍ରାର୍ଥୀଙ୍କ ନାଁ ଶୀଘ୍ର ଘୋଷଣା କରିବେ।

ଅଧିକ ପଢ଼ନ୍ତୁ: ନାବାଳକ ସମର୍ଥ ଅପହରଣ ଓ ହତ୍ୟା ମାମଲା; ହୁଲସ୍ତୁଲ ଝାରସୁଗୁଡ଼ା

୨୦୧୯ ନିର୍ବାଚନରେ ସ୍ୱର୍ଗତ ନବ ଦାସ ବିଜେପି ପ୍ରାର୍ଥୀ ଦିନେଶ ଜୈନଙ୍କୁ ୪୫ ହଜାର ୬୯୯ ଖଣ୍ଡ ଭୋଟରେ ପରାସ୍ତ କରି ଲଗାତର ତୃତୀୟ ଥର ପାଇଁ ହୋଇଥିଲେ ବିଧାୟକ । ୨୦୦୯ ଓ ୧୪ରେ କଂଗ୍ରେସରୁ ବିଜୟୀ ହୋଇଥିବା ନବ ଦାସ, ୨୦୧୯ରେ ବିଜେଡିରୁ ନିର୍ବାଚିତ ହୋଇଥିଲେ । ଆଉ ଏବେ ନବଙ୍କ ଅବର୍ତ୍ତମାନରେ ଝିଅ ଦୀପାଳି ଦାସ ମଇଦାନକୁ ଓହ୍ଲାଇଛନ୍ତି । ଶିଳ୍ପ ସହର ଝାରସୁଗୁଡ଼ାରେ ବେକାରୀ ସମସ୍ୟା ଉତ୍କଟ । ଶିଳ୍ପାୟନ ଥିଲେ ବି ସ୍ଥାନୀୟ ଅଞ୍ଚଳର ଯୁବକଙ୍କୁ ନିଯୁକ୍ତି ମିଳୁନଥିବା ଅଭିଯୋଗ ଉଠିଛି ।

Advertisment

ଖାଲି ସେତିକି ନୁହେଁ ଶିଳ୍ପଜନିତ ପ୍ରଦୂଷଣ ଓ ଉଜୁଡୁଥିବା ଚାଷ ଜମି ବି ମୁଖ୍ୟ ସ୍ଥାନୀୟ ସମସ୍ୟା । ନିର୍ବାଚନ ପରେ ନିର୍ବାଚନ ଆସୁଛି ହେଲେ ନିଯୁକ୍ତି ସୁଯୋଗ ମିଳୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ ଉଠାଇଛନ୍ତି । ଅନୁକମ୍ପା ବନାମ ବିରୋଧୀଙ୍କ ଆଇନ୍ ଶୃଙ୍ଖଳା ମୁଦ୍ଦାରେ ଭୋଟର କାହା ଉପରେ ଆସ୍ଥା ପ୍ରକଟ କରୁଛନ୍ତି ତାଉପରେ ନଜର ରହିବ।

Odisha Politics Bypoll Odisha Bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ