Advertisment

ପଦ୍ମପୁରରେ ବିଜେଡିକୁ ମହଙ୍ଗା ପଡିପାରେ ଗୋଷ୍ଠୀ କନ୍ଦଳ !

ବରିହାପାଲିର ଏକ ସଭାରେ ବରିହା ଗୋଷ୍ଠୀ ମହେନ୍ଦ୍ରଙ୍କୁ ମଂଚରୁ ଓହ୍ଲାଇ ଦେଇଥିବା ଖବର ଚର୍ଚ୍ଚା ସୃଷ୍ଟି କରିଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
Padampur Politics

Infighting in Padampur BJD leaves party in splits - OTV report

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ର ସ୍ବତନ୍ତ୍ର ସମର ସଜ୍ଜା। ଧାମନଗର ଭୋଟ୍ ବେଳେ ବିଜେଡିର ଏକ ଗୋଷ୍ଠୀ ନିର୍ବାଚନ ଦାୟିତ୍ୱରେ ଥିବା ବେଳେ ଏଠି କିନ୍ତୁ ପୁରା ଦଳ ଫୁଲ୍ ଦମ୍‌ରେ ଲଢୁଛି। ହେଲେ ଦଳ ପାଇଁ ଚିନ୍ତାର କାରଣ ହୋଇଛି ସ୍ଥାନୀୟ ସ୍ତରର ଗୋଷ୍ଠୀ କନ୍ଦଳ। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଓ ଆଶାୟୀ ଥିବା ମହେନ୍ଦ୍ର ବଢେଇଙ୍କ ଭିତରେ ଛକାପଞ୍ଝା ସ୍ଥିତି ଚର୍ଚ୍ଚା ହେଉଛି। ଭିତରେ ଭିତରେ ଉଭୟଙ୍କ ମଧ୍ୟରେ ଜୋରଦାର ଚାଲିଛି ଲଢେଇ। ପ୍ରାର୍ଥୀ ଘୋଷଣା ପୂର୍ବରୁ ଟିକଟ ନେବା ପାଇଁ  ଉଭୟ ଗୋଷ୍ଠୀ ମଧ୍ୟରେ ଜୋରାଦର ଚାଲିଥିଲା ଲବି।

Advertisment

ସ୍ଥିତି ଏମିତି ହୋଇଥିଲା ଯେ, ବିଜୟ ରଂଜନ ସିଂ ବରିହାଙ୍କ ପରିବାର ପକ୍ଷରୁ  ବିଂଝାଲ ସମାଜର ପ୍ରତିନିଧି ନବୀନ ନିବାସ ଆସି ବରିହା ପରିବାର ପାଇଁ ଟିକଟ୍ ଦାବି କରିଥିଲେ। ସେପଟେ ନୂଆପଡ଼ା ଜିଲ୍ଲା ରେ ସହକାରୀ ଜିଲ୍ଲାପାଳ ଥିବା ମହେନ୍ଦ୍ର ବଢେଇ ଚାକିରିରୁ ଇସ୍ତଫା ଦେବା ପରେ ନବୀନ ନିବାସ ଆସି ଶଙ୍ଖ ଶିବିରରେ ସାମିଲ ହୋଇଥିଲେ ହେଲେ। ଏହି ସମୟରେ ବରଗଡ ଜିଲ୍ଲା ର କୌଣସି ବିଜେଡି ନେତା ଉପସ୍ଥିତ ନଥିଲେ। ସେ ଏକା ଏକା ଆସି ସାମିଲ ହୋଇଥିଲେ।

ଅଧିକ ପଢ଼ନ୍ତୁ: ପଦ୍ମପୁର ପଶାପାଲିରେ ରେଳ ଆଉ କୃଷି ବୀମା ଗୋଟି ! କ୍ୟାମ୍ପେନ ବେଳେ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ

Advertisment

ପରେ ପରେ ବରିହାପାଲିର ଏକ ସଭାରେ ବରିହା ଗୋଷ୍ଠୀ ମହେନ୍ଦ୍ରଙ୍କୁ ମଂଚରୁ ଓହ୍ଲାଇ ଦେଇଥିବା ଖବର ଚର୍ଚ୍ଚା ସୃଷ୍ଟି କରିଥିଲା। ତେବେ କାଳେ ମହେନ୍ଦ୍ର ଅସନ୍ତୁଷ୍ଟ ହୋଇ ସହଯୋଗ କରିବେ ନାହିଁ, ସେଥିପାଇଁ ଡ୍ୟାମେଜ୍ କଣ୍ଟ୍ରୋଲ କରିବାକୁ ତାଙ୍କୁ ଦଳର ମୁଖପାତ୍ର ଦାୟିତ୍ୱ ଦିଆଗଲା। ମହେନ୍ଦ୍ର କୁଲତା ସମାଜରୁ ପ୍ରତିନିଧିତ୍ୱ କରୁଛନ୍ତି। ସେଇ ସମାଜର କିଛି ଭୋଟ୍ ଥିବାରୁ ବିଭିନ୍ନ ଜିଲ୍ଲାର ପ୍ରତିନିଧିମାନଙ୍କୁ ନବୀନ ନିବାସକୁ ପଠାଇ ନବୀନଙ୍କ ସହ ଭେଟ କରାଇଥିଲେ। ପଦ୍ମପୁରରେ କାଳେ ଆଗକୁ ମହେନ୍ଦ୍ର ହିଁ ମଙ୍ଗ ଧରିବେ, ଏହାକୁ ଆଶଙ୍କା କରି ଗୋଷ୍ଠୀ କନ୍ଦଳ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ପୂର୍ବରୁ ମହେନ୍ଦ୍ର ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ।

ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ବିଧାୟକ ସୁଶାନ୍ତ ସିଂ ମଧ୍ୟରେ ଶୀତଳ ଯୁଦ୍ଧ, ଆଉ ସୁଶାନ୍ତ ସିଂ ଓ ମନ୍ତ୍ରୀ ରୀତା ସାହୁଙ୍କ ଭିତରେ ବି ଛକାପଞ୍ଝା ଚାଲିଥିବା କୁହାଯାଉଛି। କେବେଳ ସେତିକି ନୁହେଁ ଏହା ବି ଚର୍ଚ୍ଚା ହେଉଛି ଯେ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଓ ଦେବେଶ ଆଚାର୍ଯ୍ୟଙ୍କ ସହ ବି ସୁଶାନ୍ତ ସିଂଙ୍କ ସଂପର୍କ ସେତେଟା ଭଲ ନୁହଁ। ବିରୋଧୀ ଏହାର ଫାଇଦା ନେବା ଚକ୍କରରେ ରହିଛନ୍ତି। ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି, ବିଧାନସଭା ଲବିରେ ବିଜେଡିର ବିଧାୟକ କହୁଛନ୍ତି ବିଜେପି ପଦ୍ମପୁରରେ ଜିତିବ। ସେପଟେ ବିଜେଡି ଏହାର ଜବାବ୍ ରଖିଛି  

ଧାମନଗର ନିର୍ବାଚନ ରେ ରାଜେନ୍ଦ୍ର ଦାସ ସ୍ବାଧୀନ ଭାବେ ନିର୍ବାଚନ ଲଢିବା ବିଜେଡିକୁ ମହଙ୍ଗା ପଡିଥିଲା। ପଦ୍ମପୁରରେ ଯଦିଓ ବିଜେଡିରୁ କେହି ବିଦ୍ରୋହୀ ପ୍ରାର୍ଥୀ ହୋଇନାହାନ୍ତି, ତଥାପି ଗୋଷ୍ଠୀ କନ୍ଦଳ ଦଳ ପାଇଁ ଏବେ ବଡ଼ ଟେନସେନ୍ ପାଲଟିଛି।

(ପଦ୍ମପୁରରୁ ଦୀପକ ଶର୍ମା, କଟକରୁ ଦେବାଶିଷ ମହାନ୍ତି ଓ ଭୁବନେଶ୍ୱେରରୁ ହରିହର ଚାନ୍ଦଙ୍କ ରିପୋର୍ଟ)

BJD BJP Congress padmapur-bypoll
Advertisment
Advertisment