Advertisment

ପଦ୍ମପୁର ପଶାପାଲିରେ ରେଳ ଆଉ କୃଷି ବୀମା ଗୋଟି ! କ୍ୟାମ୍ପେନ ବେଳେ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ

ପଦ୍ମପୁର ଉପନିର୍ବାଚନ ପ୍ରଚାର ବେଳେ ରାଜ୍ୟ ସରକାରଙ୍କୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଖୋଲା ଚ୍ୟାଲେଞ୍ଜ୍ ।

author-image
Prangyan Parimita
ଅଦ୍ୟତନ ହୋଇଛି
Special story

Special story

ପଦ୍ମପୁର ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇ ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଲାଗି ଭୋଟ୍ ମାଗିବା ବେଳେ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଗତକାଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ହମଲା ପରେ ଆଜି ପାଇକମାଳ ସଭାରେ ବିଜେଡି ସରକାର ଉପରେ ବର୍ଷିଛନ୍ତି ଉଭୟ ମନ୍ତ୍ରୀ ।

Advertisment

ପଦ୍ମପୁରକୁ ରେଳ ସଂଯୋଗ ପ୍ରସଙ୍ଗରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟ ସରକାରଙ୍କୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ୍ । ବରଗଡ଼-ନୂଆପଡ଼ା ଭାୟା ପଦ୍ମପୁର ରେଳପଥ ନେଇ ପୂର୍ବରୁ ମନ୍ତ୍ରୀ ଟୁକୁନି ସାହୁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିବାରୁ ଏ ପ୍ରସଙ୍ଗ ଉଠାଇଥିଲେ ବୈଷ୍ଣବ । କହିଥିଲେ ରାଜ୍ୟ ସରକାର କାଲି ଯାଗା ଦେଲେ, ତା ପରଦିନ କାମ ଆରମ୍ଭ ହେବ । ଏହାସହିତ ଦାଦନ ପ୍ରସଙ୍ଗ ବି ଉଠାଇଥିଲେ ବୈଷ୍ଣବ ।

ସେପଟେ ଚାଷୀଙ୍କୁ ଫସଲ ବୀମା ଇସ୍ୟୁରେ ବିଜେଡି ସରକାରଙ୍କୁ ସିଧା ତୀର ମାରିଥିଲେ ତୋମାର । କହିଥିଲେ, ଫସଲ ବୀମା ଯୋଜନା ଟଙ୍କା ରିଲିଜ୍ ହୋଇସରିଛି ,ହେଲେ ରାଜ୍ୟ ସରକାରଙ୍କ ମନ୍ଥରତା ଯୋଗୁଁ ଚାଷୀ ଟଙ୍କା ପାଇବାରେ ବିଳମ୍ବ ହେଉଛି । ବୀମା ଟଙ୍କା ବାବଦରେ ବିଜେଡିର ନେତାମାନେ ଦୁଷ୍ପ୍ରଚାର କରୁଥିବା ଅଭିଯୋଗ ଆଣିଛନ୍ତି ତୋମାର ।

Advertisment

ଅନ୍ୟପଟେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଶାଣିତ ଅଭିଯୋଗର ଜବାବ ରଖିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । କହିଛନ୍ତି କୃଷିମନ୍ତ୍ରୀ ସାଧାରଣ ସଭାରେ ଜାଣିଶୁଣି ପ୍ରବଞ୍ଚନାପୂର୍ଣ୍ଣ କଥା କହୁଛନ୍ତି ।

ଦୁଇ କେନ୍ଦ୍ରମନ୍ତ୍ରୀ ପାଇକମାଳ ସଭା ପରେ ପଦ୍ମପୁରରେ ଆୟୋଜିତ ବିଶାଳ ସଧାରଣ ସଭାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ । ଏହି ମଞ୍ଚରେ ରାଜ୍ୟ ବିଜେପିର ସବୁ ତୁଙ୍ଗ ନେତାଙ୍କୁ ଦେଖିବାକୁ ମିଳିଥିଲା । ସେପଟେ ବିଜେଡି ପାଇଁ ପ୍ରଚାରର ମଙ୍ଗ ଧରିଥିଲେ ପୂର୍ବତନ ସାଂସଦ କଳିକେଶ ସିଂଦେଓ, ପ୍ରଦୀପ ମାଝୀ, ସାରଦା ନାୟକ ଓ ଅନ୍ୟ ନେତା । ପ୍ରାର୍ଥୀ ବର୍ଷା ସିଂ ବରିହା ମଧ୍ୟ ପଦ୍ମପୁରରେ ଘର ଘର ବୁଲି ଭୋଟ୍ ମାଗିଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖୁବଶୀଘ୍ର ମୈଦାନକୁ ଓହ୍ଲାଇବା ନେଇ ସଂକେତ ଦେଇଛନ୍ତି ପୂର୍ବତନ ସାଂସଦ କଳୀକେଶ ସିଂଦେଓ । ଏଣେ କଂଗ୍ରେସର ପ୍ରଚାର ସମ୍ଭାଳିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସହ୍ୟ ଅନ୍ୟ ନେତା ।

Narendra Singh Tomar Ashwini Vaishnaw padmapur-bypoll
Advertisment
Advertisment