/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688447584.jpg)
5t secretary
5T ସଚିବ ଭି.କେ.ପାଣ୍ଡିଆନଙ୍କ କାରକେଡ୍କୁ ଅଣ୍ଡାମାଡ଼ ହୋଇଛି । ସୁବର୍ଣ୍ଣପୁର ଗସ୍ତ ସମୟରେ ଏହି ଅଣ୍ଡାମା଼ଡ଼ ହୋଇଥିବା ଜଣାପଡ଼ିଛି । ସୁବର୍ଣ୍ଣପୁର କୋଟ ସମଲେଇ- ଉଲୁଣ୍ଡା ରାସ୍ତାରେ ପାଣ୍ଡିଆନ୍ଙ୍କ କାରକେଡ୍କୁ ଅତିକ୍ରମ କରିବା ବେଳେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏହି ଅଣ୍ଡାମାଡ଼ ହୋଇଥିବା ଜଣାପଡ଼ିଛି । ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରି ପତାକା ଦେଖାଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏହି ଅଣ୍ଡାମା଼ଡ଼ ହୋଇଛି ।
Advertisment
ସୂଚନାଅନୁସାରେ, ଗତ କିଛିଦିନ ପୂର୍ବରୁ ମଧ୍ୟ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରାଯାଇଥିଲା। ଜଗତସିଂହପୁର ଜିଲ୍ଲା ଗସ୍ତ ବେଳେ ବିଜେପି କର୍ମୀମାନେ କଳା ଗଞ୍ଜି ପିନ୍ଧିବା ସହିତ କଳା ବେଲୁନ ଉଡାଇ ପ୍ରତିବାଦ କରିଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)