/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742626200.jpg)
‘ଚାଷ କରି କମାଉଛି ୪ ଲକ୍ଷ’
ଫସଲ ଦେଖିଲେ ପେଟ ପୂରିଯିବ । ଭଳିକି ଭଳି ପରିବା ସାଙ୍ଗକୁ ରଙ୍ଗ ବେରଙ୍ଗର ସୁନ୍ଦର ସୁନ୍ଦର ଫୁଲ । ଗେଣ୍ଡୁ, ଟଗର, ମନ୍ଦାର, ରଜନୀ ଗନ୍ଧା ଓ ଗୋଲାପ ଆଦି ବିଭିନ୍ନ ରଙ୍ଗର ଫୁଲ ବାସ୍ନା ସତେ ଯେମିତି ମନକୁ ବିମୋହିତ କରୁଛି । ଯିଏ ଦେଖିବ ଏହି ସୁନ୍ଦର ବାଗନାରେ ଘଡ଼ିଏ ଅଟକି ଯିବ । ଏହି ସଫଳ ଚାଷୀ ହେଲେ ରସୁଲପୁର ବ୍ଲକ ମଧୁବନ ଗାଁର ସୁରେନ୍ଦ୍ର ସାହୁ । ସୁରେନ୍ଦ୍ର କୋରେଇ ବ୍ଲକ ଆଲିହା ଗାଁ ନିକଟସ୍ଥ ୨୧୬ ଜାତୀୟ ରାଜପଥ କଡରେ ୩ ଏକରରୁ ଊର୍ଦ୍ଧ୍ୱ ଚାଷଜମିରେ ବିଭିନ୍ନ ଫୁଲ ସାଙ୍ଗକୁ ଫଳ ଓ ପନିପରିବା ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ।
ଅଧିକ ପଢ଼ନ୍ତୁ: ବୋଥ୍ରାଙ୍କ ପାଖରେ ସବୁ ପ୍ରମାଣ ! ଏବେ କ’ଣ ଖୋଜୁଛି କ୍ରାଇମ୍ବ୍ରାଞ୍ଚ ?
ପୂର୍ବରୁ ୨୦୦୮ ମସିହାରେ ଗେଣ୍ଡୁ ଫୁଲ ଚାଷକରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇସାରିଛନ୍ତି ସୁରେନ୍ଦ୍ର l ସେହିପରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ବାର ସଫଳ ଚାଷୀ ଭାବେ ତାଙ୍କୁ ପୁରସ୍କୃତ କରାଯାଇଛି । ସେ ଚାଷକୁ ପେସା କରି ବାର୍ଷିକ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରୁଛନ୍ତି l ଆମ୍ବ, ସେପେଟା, ପିଜୁଳି, କଦଳୀ, ଅମୃତ ଭଣ୍ଡା, ଥାଇଲାଣ୍ଡ କୋଳି, ଆଉ ତା ସହିତ ଗାଈ, କୁକୁଡ଼ା ଓ ମାଛ ଚାଷ ମଧ୍ୟ କରୁଛନ୍ତି l ସେଥିରୁ ସଫଳ ହେଲା ପରେ ଦାନଗଦି ବ୍ଲକ ଉଦ୍ୟାନ କୃଷି ବିଭାଗର ସହାୟତା ଫଳରେ ଏକ ନୂତନ ଚାଷ ଭାବେ ଷ୍ଟ୍ରବେରୀ ଚାଷକୁ ଆପଣେଇ ନେଇଛନ୍ତି l ଚଳିତ ବର୍ଷ ସେ ଷ୍ଟ୍ରବେରୀ ଚାଷ କରି ବେଶ୍ ଲାଭବାନ ହୋଇପାରିଛନ୍ତି l ଉଦ୍ୟାନ ବିଭାଗ ପକ୍ଷରୁ ତାଙ୍କୁ ସମସ୍ତ ପ୍ରକାର ସହଯୋଗ ମଧ୍ୟ ଯୋଗାଇ ଦିଆଯାଉଛି ।
ସୁରେନ୍ଦ୍ର ଜଣେ ଉଚ୍ଚ ଶିକ୍ଷିତ । BED ପାସ କରିବା ପରେ ସେ ଚାକିରୀ ପଛରେ ଧାଇଁ ନାହାନ୍ତି । ପ୍ରଥମେ କଲିକତାରୁ ଫୁଲ ଚାରା ଆଣି ବିକ୍ରି କରୁଥିଲେ । ଧୀରେ ଧୀରେ ଅଳ୍ପ କିଛି ଚାରା ନିଜେ ଲଗାଇ ଫୁଲଚାଷ କଲେ । ଆଉ ଏବେ ୩ ଏକରରୁ ଊର୍ଦ୍ଧ୍ୱ ଚାଷ କରି ନିଜେ ଲାଭବାନ ହେବା ସହ ୮ଟି ପରିବାରକୁ ରୋଜଗାର ଯୋଗାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)