Advertisment

Mohan Majhi targets Naveen: ନବୀନଙ୍କ ଜମି ବୁଲା ନେଇ ଜୋର୍‌ଦାର୍‌ ଚର୍ଚ୍ଚା; ଟାର୍ଗେଟ୍ କଲେ ସିଏମ୍ ମୋହନ ମାଝୀ

ନିର୍ବାଚନ ପରେ ବିରୋଧୀଦଳ ନେତା ନବୀନ ୬ ମାସ ଧରି ବାହାରକୁ ବାହାରି ନଥିଲେ। ଆଉ ଏ ସମୟରେ ଚାଷୀଙ୍କୁ ଦେଖାକରିବାକୁ ବାହାରିପଡିଲେ । ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କଲେ। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବୀନଙ୍କୁ ସିଧା ଟାର୍ଗେଟ କରିଛନ୍ତି।

ଅଦ୍ୟତନ ହୋଇଛି
CM Mohan Majhi

CM Mohan Majhi

Advertisment

ବିରୋଧୀଦଳ ନେତା ନବୀନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍। ଆଇଭରି ଟାୱାରରୁ ବାହାରି ଗାଁ ଦାଣ୍ଡ ଧୂଳି ଖାଇବାକୁ ବାହାରିଛନ୍ତି ନବୀନ। ବିଜେପିର କାର୍ଯ୍ୟ ଶୈଳୀକୁ ଦେଖି ବାଧ୍ୟହେଲେ ନବୀନ। ପୂର୍ବରୁ ଶାସନ କରୁଥିବା ମୁଖ୍ୟଙ୍କୁ ଲୋକ ଭେଟି ପାରୁ ନଥିଲେ । ଲୋକ ତାଙ୍କୁ ଲମ୍ବା ସମୟ ଦେଇଥିଲେ। ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ମଞ୍ଚରୁ ନବୀନଙ୍କୁ ଏଭଳି କିଛି କହି ତାତ୍ସଲ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Advertisment

ଖୋଦ୍ ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ ମାନେ ଚାଷୀଙ୍କୁ ଭେଟି ତାଙ୍କ ସମସ୍ୟା ବୁଝିଲେ। ଚାଷୀଙ୍କୁ କିପରି କ୍ଷତିପୂରଣ ବାବଦ ଅର୍ଥ ମିଳିବ ସେ ନେଇ ସରକାର ବୀମା କମ୍ପାନୀଙ୍କ ସହ ଆଲୋଚନା କରି ବିହିତ ପଦକ୍ଷେପ ନେବାକୁ କହିଲେ। ନିର୍ବାଚନ ପରେ ବିରୋଧୀଦଳ ନେତା ନବୀନ ୬ ମାସ ଧରି ବାହାରକୁ ବାହାରି ନଥିଲେ। ଆଉ ଏ ସମୟରେ ଚାଷୀଙ୍କୁ ଦେଖାକରିବାକୁ ବାହାରିପଡିଲେ । ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କଲେ। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବୀନଙ୍କୁ ସିଧା ଟାର୍ଗେଟ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେବଳ ବିରୋଧୀଦଳ ନେତା ନବୀନଙ୍କୁ ନୁହଁନ୍ତି, ମଞ୍ଚରେ ବସିଥିବା କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ କଡା କାଉଣ୍ଟର କରିଛନ୍ତି। କଂଗ୍ରେସକୁ ମଧ୍ୟ ରାଜ୍ୟବାସୀ ଶାସନ କରିବାକୁ ବହୁ ସମୟ ଦେଇଥିଲେ। ରାଜ୍ୟକୁ ଏଭଳି ସ୍ଥିତିରେ ପହଞ୍ଚାଇଛି କିଏ ବୋଲି ମୋହନ ନିରଞ୍ଜନଙ୍କୁ ପ୍ରଶ୍ନ କରିଥିଲେ ।

Advertisment

ଅଧିକ ପଢ଼ନ୍ତୁ: ଆଳୁ ଦର ବୃଦ୍ଧି ପଛରେ ମମତା ! ଖୁଚୁରା ବଜାରରେ ‌ଆଳୁ କେଜି ୪୦ ପାର୍

ନବୀନଙ୍କ ଗସ୍ତ ଦେଖି ଭୟଭୀତ ବିଜେପି ବୋଲି ପାଲଟା କାଉଣ୍ଟର କରିଛନ୍ତି ବିଜେଡି ନେତା ଗଣେଶ୍ବର ବେହେରା। ଜନ ପ୍ରତିନିଧି ଭାବରେ ନବୀନ ଲୋକଙ୍କ ପାଖକୁ ଯାଉଛନ୍ତି । ଆଇଭରୀ ଟାୱାରରେ ବସିବା କଥା ଭୁଲ । ଜନ ପ୍ରତିନିଧି ଭାବରେ ସେ ଲୋକଙ୍କ ନିକଟକୁ ଯାଉଛନ୍ତି । ଲୋକେ ଧୂଳିରେ ଅଛନ୍ତି ନବୀନ ଧୂଳି ଖାଉଛନ୍ତି। ବିଜେପି ସରକାର ମାତ୍ର ଦୁଇଟି ପ୍ରତିଶ୍ରୁତି ପୂରଣ କରିଛନ୍ତି। ସୁଭଦ୍ରା ଓ ଧାନ ସବସିଡ ଛଡ଼ା ବିଜେପି ସରକାର ଆଉ କିଛି କରିନି ବୋଲି କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ଦେଇଛନ୍ତି। ଓଡ଼ିଶା ଗରିବ କାହିଁକି ପ୍ରଶ୍ନ ଉଠିଲା ବୋଲି ମୁଖ୍ୟମନ୍ତ୍ରୀ ପୁଣି କିଛି ଉତ୍ତର ତ ଦେବେନା ସେଇ ଆଳରେ ସେ କଂଗ୍ରେସକୁ ଦୋଷ ଦେଉଛନ୍ତି। ୧୫ବର୍ଷରେ କଣ କେନ୍ଦ୍ରର କିଛି ଦାୟିତ୍ୱ ନାହିଁ ଓଡ଼ିଶାକୁ ଆଗକୁ ନେବାକୁ। ବିଜେଡି ସହ ୯ ବର୍ଷ ମିଶି ଦାୟିତ୍ୱରେ ଥିଲେ କଣ କରିଥିଲେ ବୋଲି ନିରଞ୍ଜନ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ପୁଳା ପୁଳା ପ୍ରେସକ୍ରିପସନରୁ ମୁକ୍ତି ଦେବ ‘ଆଭା’ କାର୍ଡ, ସ୍କାନ କଲେ ଜାଣିହେବ ପୂର୍ବ ରୋଗର ବିସ୍ତୃତ ତଥ୍ୟ

Naveen Patnaik Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ