• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ବିଜେପିର ପ୍ରତିବାଦ ବେଳେ ସମ୍ବଲପୁରରେ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି । ପୋଲିସ-ବିଜେପି କର୍ମୀ ଧସ୍ତାଧସ୍ତି ଭିତରେ ଆସିଛି ସଙ୍ଗୀନ ଅଭିଯୋଗ । ଧନୁପାଲି ଥାନା ଅଧିକାରୀ ତାଙ୍କୁ ଧକ୍କା ମାରିଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।

ସେପଟେ ଥାନା ଅଧିକାରୀ ଅନୀତା ପ୍ରଧାନ ଅଭିଯୋଗ କରିଛନ୍ତି ଯେ,ଜୟନାରାୟଣ ତାଙ୍କୁ ଥାପଡ ମାରିଛନ୍ତି । ବ୍ୟକ୍ତିଗତ ଆକ୍ଷେପ ମଧ୍ୟ କରିଛନ୍ତି । ଏହାପରେ ଉଭୟଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ଜୟନାରାୟଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ବିଜେପିର ହଲ୍ଲାବୋଲ । ସମ୍ବଲପୁରର ଜିଲ୍ଲାପାଳଙ୍କ ଅଫିସ ଆଗରେ ଗର୍ଜନ କଲା ବିଜେପି । ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି, ବିକ୍ଷୋଭ ପ୍ରଦର୍ଶନ ସମୟରେ ମୁହାଁମୁହିଁ ହୋଇଥିଲେ ବିଜେପି କର୍ମୀ ଓ ପୋଲିସ ।

ଅଧିକ ପଢ଼ନ୍ତୁ:୨୦୨୪ ପାଇଁ ବିଜେଡିର ବଡ଼ ପ୍ଳାନ୍‌; ସବୁ ବିଭାଗରେ SHG

ଖୋଦ୍ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ଧନୁପାଲି ଥାନା ଅଧିକାରୀ ଅନୀତା ପ୍ରଧାନଙ୍କ ମଧ୍ୟରେ କଥା କଟାକଟି ଓ ଠେଲାପେଲା ହୋଇଥିବା ଅଭିଯୋଗ ହୋଇଛି । ଜୟନାରାୟଣ କହିଛନ୍ତି, ଦଳୀୟ ମହିଳା କର୍ମୀଙ୍କୁ ପୋଲିସ ଦୁର୍ବବ୍ୟବହାର କରୁଥିବା ଶୁଣିବା ପରେ ବୁଝାସୁଝା ପାଇଁ ସେ ପହଞ୍ଚିଥିଲେ । ତେବେ IIC ତାଙ୍କ ଗୋଡ଼ ଉପରେ ଚଢ଼ି ଯାଇ ଧକ୍କା ମାରିଥିବା ଜୟନାରାୟଣ ଅଭିଯୋଗ କରିଛନ୍ତି ।

ସେପଟେ IIC କହିଛନ୍ତି ସେ ଧକ୍କା ମାରିନାହାଁନ୍ତି ବରଂ ତାଙ୍କୁ ବିରୋଧୀ ଦଳ ନେତା ଥାପଡ଼ ମାରିବା ସହ ବ୍ୟକ୍ତିଗତ ଭାବେ ଆକ୍ଷେପ କରିଛନ୍ତି । ଉପକୂଳରୁ ଉତ୍ତର, ପୂର୍ବରୁ ପଶ୍ଚିମ ଓଡ଼ିଶା। ସବୁଠି ଶୁଭିଛି ରାଜ୍ୟ ସରକାର ବିରୋଧୀ ସ୍ୱର, ସ୍ଲୋଗାନ । ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଥିବା ଅଭିଯୋଗ ଆଣି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି ।

ଅନେକ ସ୍ଥାନରେ ପୋଲିସ ଓ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଆନ୍ଦୋଳନକାରୀ କର୍ମୀଙ୍କୁ ଉଠାଇ ନେଇଛି ପୋଲିସ । ବିଶାଳ ଶୋଭାଯାତ୍ରା ଓ ରାଲି ସାଙ୍ଗକୁ କେଉଁଠି ଟାୟାର ଜାଳି ରାସ୍ତା ଅବରୋଧ ତ କେଉଁଠି ରାଜପଥରେ ପ୍ରତିବାଦ । ସୋନପୁର-ବୌଦ୍ଧ ଆମ୍ବିଆନ୍ସ.. ଜାଗା ଜାଗାରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଜାଳି ପ୍ରତିବାଦ ଜଣାଇଛନ୍ତି ବିଜେପି କର୍ମୀ ।

କେନ୍ଦୁଝରରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ ବେଳେ ବିଲାତି ଓ ପାଣି ପାଉଚ୍ ମାଡ

କରାଯାଇଛି। କେନ୍ଦ୍ରାପଡ଼ାରେ ମଧ୍ୟ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଦଳ । ଗତକାଲି ରାଜଧାନୀର ପ୍ରମୁଖ ଛକଗୁଡ଼ିକରେ ବିଜେପି ହରତାଳ କରିବା ସହ ଦୁଇ ଘଣ୍ଟା ପାଇଁ ଚକାଜାମ୍ କରିଥିଲା।