/odishatv-khabar/media/post_attachments/uploadimage/library/16_9/16_9_0/BJD_1744101803.jpg)
BJD
ୱକ୍ଫ ବିଲ୍କୁ ସମର୍ଥନ ପଛରେ ଡିଲ୍ କରିଛନ୍ତି ମାନସ ମଙ୍ଗରାଜ । ତେଣୁ ବିଜେଡିର ଯୁବକ ଓ ଛାତ୍ରମାନେ ଆଗାମୀ ଦିନରେ ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କୁ ଜୋରଦାର ବିରୋଧ କରିବେ ବୋଲି କହିଛନ୍ତି ବିଜେଡିର ଯୁବନେତା ନୀଳମାଧବ ମହାନ୍ତି । ୱାକଫ ବିଲରେ ବିବେକାନୁମୋଦିତ ଭୋଟ ଦେବା ପାଇଁ ଯେଉଁ ନିଷ୍ପତ୍ତି ନିଆଗଲା, ତାହା ବିଜୁ ଯୁବ ଓ ଛାତ୍ର ସଂଗଠନକୁ ମର୍ମାହତ କରିଥିବା ସେ କହିଛନ୍ତି ।
ତାଙ୍କ କହିବା ଅନୁସାରେ, ଭୋଟିଂ ପରଦିନ ଆମେ ସସ୍ମିତ ପାତ୍ରଙ୍କୁ ଫୋନ୍ କରି ପଚାରିଥିଲୁ, ଏମିତି ନିଷ୍ପତ୍ତି କାହିଁକି ନିଆଗଲା ? ସେ କହିଥିଲେ, ଇନଷ୍ଟ୍ରକସନ୍ ଥିଲା । କିଏ ଇନଷ୍ଟ୍ରକସନ ଦେଇଥିଲେ ପଚାରିବାରୁ ସେ କହିଲେ, ମାନସ ମଙ୍ଗରାଜ । ବିବେକ ଅନୁଯାୟୀ ଭୋଟ୍ ପାଇଁ ସାଂସଦ ମାନସ ମଙ୍ଗରାଜ କହିଥିଲେ । ଏହା କହିଛନ୍ତି ନୀଳମାଧବ ।
ମାନସ ମଙ୍ଗରାଜ ବିଜେପିର ଦଲାଲ ସାଜିଛନ୍ତି । ଯେଉଁମାନେ କଷ୍ଟ କରି ସମୟ ଦେଇ ଦଳକୁ ଗଢିଥିଲେ, ଦଳ ପାଇଁ କାମ କରୁଥିଲେ, ସେମାନଙ୍କୁ ଆଜି ଗୁରୁତ୍ୱ ଦିଆଯାଉନି । କିଛି ଲୋକ ବିନା କଷ୍ଟରେ ଦଳକୁ ଆସିଛନ୍ତି । ସେମାନେ ବେପାର ଚଳେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ନୀଳମାଧବ । ସେ କଡା ଭାଷାରେ ଏହି ନେତାମାନଙ୍କର ସମାଲୋଚନା କରିଛନ୍ତି । ନବୀନ ପଟ୍ଟନାୟକଙ୍କ ଦୟାରେ ସେମାନେ ରାଜ୍ୟସଭାକୁ ଯାଇଛନ୍ତି । ବିଜେଡିରେ ପତିଆରା ବିସ୍ତାର କରିଛନ୍ତି ।
ଅଧିକ ପଢ଼ନ୍ତୁ: ନବୀନ ନିବାସରେ ପହଞ୍ଚିଲେ ବଡ଼ ନେତା, କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା
'#ମାନସ_ମଙ୍ଗରାଜ_ବିଜେପିର_ଦଲାଲ'
'ୱକ୍ଫ ବିଲ୍କୁ ସମର୍ଥନ ପଛରେ ଡିଲ୍ କରିଛନ୍ତି ମାନସ ମଙ୍ଗରାଜ । ଭୋଟିଂ ପରଦିନ ଆମେ ସସ୍ମିତ ପାତ୍ରଙ୍କୁ ଫୋନ୍ କରି ପଚାରିଥିଲୁ। ବିବେକ ଅନୁଯାୟୀ ଭୋଟ୍ ପାଇଁ ମାନସ ମଙ୍ଗରାଜ କହିଥିବା କହିଲେ। ମାନସ ମଙ୍ଗରାଜ ବିଜେପିର ଦଲାଲ ସାଜିଛନ୍ତି।' #BJD#NilamadhabMohanty#WaqfBill#OTVpic.twitter.com/K0FefqK6ZC— ଓଟିଭି (@otvkhabar) April 8, 2025
ବିଜେଡି ସରକାର କ୍ଷମତାରୁ ଯିବା ପଛରେ ମାନସଙ୍କର ହାତ ଥିବା ଅଭିଯୋଗ କରିଛନ୍ତି ନୀଳମାଧବ । ତାଙ୍କୁ ବହୁତ ଗୁରୁ ଦାୟିତ୍ୱ ନିର୍ବାଚନ ବେଳେ ଦିଆଯାଇଥିଲା । ସେ କଂଗ୍ରେସରୁ ଆସି ଏଠି ଦଲାଲ ସାଜିଥିବା ଅଭିଯୋଗ କରିଛନ୍ତି ନୀଳମାଧବ । ଯେଉଁମାନେ ଦଳକୁ ନଷ୍ଟ କରୁଛନ୍ତି, ସେମାନଙ୍କୁ ଜୋରଦାର୍ ବିରୋଧ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଦଳର ଯିଏ କ୍ଷତି କରିବ, ତାକୁ ଜବାବ ଦିଆଯିବ ବୋଲି ସେ କହିଛନ୍ତି ।
ନୀଳମାଧବଙ୍କ ଅଭିଯୋଗ ନେଇ ସାଂସଦ ମାନସ ମଙ୍ଗରାଜ ଓ ସାଂସଦ ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)