Advertisment

Arun Sahoo: ବାହାରିଗଲା ସତ; ଅରୁଣ କହିଲେ, କଂଗ୍ରେସ ଆମ ଭାଇ !

ସରକାରୀ ଦଳ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛି। ଯଦି ମୁଁ ବିଧାନସଭାରେ ପାଟି ନଖୋଲିବି ତାହାହେଲେ ମୋ ଅଞ୍ଚଳର ଲୋକ କ’ଣ ଭାବିବେ ? ସେମାନେ ଭାବିବେ ଆମେ ମୁର୍ଖ ବିଧାୟକ ପଠାଇଛୁ।

author-image
Tapaswini Nayak
ଅଦ୍ୟତନ ହୋଇଛି
Arun Sahoo

Arun Sahoo

ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁଙ୍କ ପାଟିରୁ ବାହାରିଗଲା ସତ। କହୁକହୁ ସତ କହିଦେଲେ । କହିଦେଲେ “କଂଗ୍ରେସ ଆମ ଭାଇ ଭଳିଆ, ‘ତାଙ୍କ ବିରୋଧରେ କ’ଣ କହିବି ? କଂଗ୍ରେସର ହାଇଡ୍ରାମା ଭିତରେ ଅରୁଣଙ୍କ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 

Advertisment

ସେ କହିଛନ୍ତି, କଂଗ୍ରେସ କ’ଣ କରୁଛି , କ’ଣ ନ କରୁଛି ଓଡ଼ିଶାବାସୀ ଦେଖୁଛନ୍ତି। ଯେହେତୁ ସେ ବିରୋଧ କରୁଛନ୍ତି, ଭାଇ ଭଳି ଆମ ପାଖରେ ବସୁଛନ୍ତି ତାଙ୍କ ବିରୋଧରେ କହିବା କ’ ଣ ଠିକ୍ ହେବ?

ଅଧିକ ପଢ଼ନ୍ତୁ;  ଅତିରିକ୍ତ ସିପିଙ୍କୁ ଆକ୍ରମଣ; କଲର ଭିଡ଼ି ଆଣିଲେ, ଟୋପି ଖସାଇଦେଲେ

ଅରୁଣ କହିଛନ୍ତି, ସରକାରୀ ଦଳ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛି। ଯଦି ମୁଁ ବିଧାନସଭାରେ ପାଟି ନଖୋଲିବି ତାହାହେଲେ ମୋ ଅଞ୍ଚଳର ଲୋକ କ’ଣ ଭାବିବେ? ସେମାନେ ଭାବିବେ ଆମେ ମୁର୍ଖ ବିଧାୟକ ପଠାଇଛୁ। ଯାହାର କିଛି ଶ୍ରେୟ ନାହିଁ ବିଧାନସଭା ଗୃହ ଭିତରେ । ବିଧାନସଭା ଭିତରେ ଯଦି ମୋ ଅଞ୍ଚଳର, ଓଡ଼ିଶାର କଥା ନ ରଖି ପାରିଲି ତାହାହେଲେ ମୁଁ ବିଧାୟକ କାହିଁକି ହେବି ?

Advertisment

ଗତକାଲିଠୁ କଂଗ୍ରେସ ହାଇଡ୍ରାମା ଚଲାଇଥିବା ବେଳେ ତା’ର ସାଥ୍ ଦେଇଛି ବିଜେଡି। କଂଗ୍ରେସ ସହ ମିଶି ଆନ୍ଦୋଳନ କରୁଛି। ଯେପରି ଲାଗୁଛି ଭାଇକୁ ଭାଇ ସମର୍ଥନ କରୁଛି। କଂଗ୍ରେସ ପାଇଁ କାନ୍ଦୁଛି ବିଜେଡି। କଂଗ୍ରେସ ପାଇଁ ବିଜେଡିର ବହୁ ଦରଦ ବାହାରୁଛି। ଅନ୍ୟ ପକ୍ଷରେ ଅରୁଣଙ୍କ ମନ୍ତବ୍ୟ ଏହାକୁ ସତ୍ୟ ପ୍ରମାଣିତ କରିଛି।

ଅଧିକ ପଢ଼ନ୍ତୁ: ବାଚସ୍ପତିଙ୍କ ବଡ଼ ଆକ୍ସନ, କଂଗ୍ରେସର ୧୨ ବିଧାୟକ ବିଧାନସଭାରୁ ୭ ଦିନ ପାଇଁ ସସପେଣ୍ଡ୍

Congress BJD
Advertisment
Advertisment