Advertisment

ନବ ଦାସଙ୍କ ଦଶାହ ଯାଇନି, ହେଲେ ବିଜେଡିକୁ ଘାରିଲାଣି ଉପନିର୍ବାଚନ ଭୋଟ ଚିନ୍ତା

ନବଙ୍କ ପରେ କିଏ ହେବ ତାଙ୍କ ରାଜୈନତିକ ଉତ୍ତରାଧୀକାରୀ? ଝିଅ ଦିପାଳୀ ଦାସ ନା ପୁଅ ବିଶାଳ।

ଅଦ୍ୟତନ ହୋଇଛି
undefined

BJD concern over jharsuguda bypoll

Advertisment

କୌଣସି ସମୟରେ ଉପନିର୍ବାଚନ ହେବ। ଏହାର ଦାୟିତ୍ୱ ଆପଣଙ୍କୁ ନେବାକୁ ପଡ଼ିବ। ବିଜୟ ତ ନିଶ୍ଚିତ କିନ୍ତୁ କେତେ ପରିମାଣରେ ଭୋଟ୍‌ ଜିତିବୁ, ଏ ଦାୟିତ୍ୱ ଆପଣଙ୍କର। ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଏ ମନ୍ତବ୍ୟକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ନବ ଦାସ ଙ୍କ ଦଶାହ ଯାଇନି ହେଲେ ଆରମ୍ଭ ହୋଇଛି ଭୋଟ୍ ରାଜନୀତି। ନବ ହତ୍ୟାକାଣ୍ଡର ଗୁମର ଏ ଯାଏଁ
କ୍ରାଇମବ୍ରାଞ୍ଚ ଭେଦି ପାରିନି କି କ୍ରାଇମ୍ ମୋଟିଭ୍ ବି ସ୍ପଷ୍ଟ ହୋଇନି, ଅଥଚ ସେଠି ଉପନିର୍ବାଚନରେ ଭୋଟ୍ ହାତେଇବାକୁ ପାଗଭିଡା ଆରମ୍ଭ କରିଛି ଶାସକ ଦଳ। ଗୁଳିମାଡ଼ରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ର ୭ ଦିନ ପରେ ବିଜେଡି ପକ୍ଷରୁ ଆୟୋଜିତ ହୋଇଥିଲା ଶୋକସଭା ।

Advertisment

ଝାରସୁଗୁଡା କାଳୀ ମନ୍ଦିର ସ୍ଥିତ ରାଉତରାୟ ବଗିଚାରେ ଆୟୋଜିତ ସଭାରେ ନବଙ୍କ ସ୍ମୃତି ଚାରଣ ପାଇଁ ଦଳ ଯେତିକି ତତ୍ପର ଥିଲା ତାଠୁ ଅଧିକ ତତ୍ପର ଥିଲା ଭୋଟ୍ ଯୋଗାଡ ପାଇଁ। ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଉରକେଲା ବିଧାୟକ ସାରଦା ନାୟକ ଶ୍ରଦ୍ଧାଞ୍ଜଳି ସଭାରେ ସିଧା ଉଠାଇଥିଲେ ଉପନିର୍ବାଚନ କଥା। କହିଥିଲେ ଭୋଟରେ ତ ଜିତିବା ନିଶ୍ଚିତ, ତେବେ ବ୍ୟବଧାନ କେମିତି ଗତଥର ତୁଳନାରେ ଆହୁରି ବଢ଼ିବ ସେ ନେଇ ବି ଦେଇଛନ୍ତି ମନ୍ତ୍ର। ତେବେ ନବଙ୍କ ହତ୍ୟା ଷଡ଼ଯନ୍ତ୍ର ଉପରୁ ପରଦା ହଟିନଥିବାବେଳେ ଭୋଟ୍ ଯୋଗାଡ଼ ନେଇ ବିଜେଡିର ପ୍ରସ୍ତୁତିକୁ ସିଧା ନିଶାନା କରିଛନ୍ତି ବିରୋଧୀ ବିଜେପିକଂଗ୍ରେସ। ଶାସକ ଦଳର ଏହା ହୀନ ରାଜନୀତି ବୋଲି ଆକ୍ଷେପ କରିବା ସହ କେବଳ ଭୋଟ୍ ବ୍ୟାଙ୍କ ପଲିଟିକିସ୍ ବୋଲି କହି ବର୍ଷିଛନ୍ତି।

ଅଧିକ ପଢ଼ନ୍ତୁ: ନବ ହତ୍ୟାକାଣ୍ଡକୁ ନେଇ ରାଜନୀତି ! ମୁଖ୍ୟମନ୍ତ୍ରୀ ସୁରକ୍ଷିତ ତ ? ସନ୍ଦେହରେ BJD ନେତା ଦେବାଶିଷ..

Advertisment

ସେପଟେ ନବଙ୍କ ପରେ କିଏ ହେବ ତାଙ୍କ ରାଜୈନତିକ ଉତ୍ତରାଧୀକାରୀ? ଝିଅ ଦିପାଳୀ ଦାସ ନା ପୁଅ ବିଶାଳ। ଏହା ସତ୍ୟଯେ ଝିଅ ଦିପାଳୀ ରାଜନୈତିକ ମୈଦାନରେ ବେଶ ସକ୍ରିୟ ଥିଲେ। ଝାରସୁଗୁଡା ଜିଲ୍ଲା ର ବିଭିନ୍ନ ରାଜନୈତିକ ଓ ସାମାଜିକ କାର୍ଯ୍ୟକ୍ରମରେ ଦିପାଳୀ ଯୋଗଦେଉଥିଲେ। ଏମିତିକି ପଦ୍ମପୁର ଉପନିର୍ବାଚନବେଳେ ବାପା ସ୍ବର୍ଗତ ନବ ଦାସଙ୍କ ସହ ଦିପାଳୀ ବି ପ୍ରଚାର ମଇଦାନରେ ବୁଲୁଥିଲେ ଓ ବିଭିନ୍ନ ସଭା ସମିତିରେ ଭାଷଣ ବି ଦେଉଥିଲେ। ତେଣୁ ସେ ହିଁ ଉତ୍ତରାଧିକାରୀ ହେବେ ବୋଲି କୁହାଯାଉଛି । ସେପଟେ ବିଜେଡିର ବରିଷ୍ଠ ନେତା କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ବି ବ୍ରାଜରାଜନଗର ଉପନିର୍ବାଚନରେ ତାଙ୍କ ପତ୍ନୀ ଅଳକାଙ୍କୁ ଟିକେଟ୍ ଦେଇ ଦଳ ଜିତାଇଛି। ତେଣୁ ଗୋଟିଏ ଜିଲ୍ଲାରେ ଦୁଇଟି ନିର୍ବାଚନ ମଣ୍ଡଳୀର ଦୁଇ ବରିଷ୍ଠ ବିଧାୟକଙ୍କ ଦେହାନ୍ତ ପରେ ପଶ୍ଚିମ ଓଡଶାରେ ବିଜେଡିର ଏକ ବଡ଼ ଶୂନ୍ୟସ୍ଥାନ ରହିଛି । ତେଣୁ କିଏ ତାକୁ ପୂରଣ କରିବ ତାହା ଏବେ ବଡ ଚର୍ଚ୍ଚା ?

ବରଗଡ ସଂସଦୀୟ କ୍ଷେତ୍ରରେ ୨୦୧୯ ପରେ କେବଳ ନିର୍ବାଚନ ହିଁ ନିର୍ବାଚନ ହେଉଛି । ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ୩ଟି ବିଧାନସଭା କ୍ଷେତ୍ରରେ ଦ୍ବିତୀୟ ବାର ନିର୍ବାଚନ ହୋଇସାରିଛି। ବିଜେପୁରକୁ ମୁଖ୍ୟମନ୍ତ୍ରୀ ନବୀନ ଛାଡିବା ପରେ ସେଠି ଉପ ନିର୍ବାଚନରେ ରୀତା ସାହୁ ଜିତିଲେ। ଏହା ପରେ କିଶୋର ମହାନ୍ତିଙ୍କ ଦେହାନ୍ତ ଯୋଗୁଁ ବ୍ରଜରାଜନଗର ଉପନିର୍ବାଚନରେ ଅଳକା ମହାନ୍ତି ଓ ପଦ୍ମପୁରରେ ବିଜୟଂଜନ ସିଂ ବରିହାଙ୍କ ଦେହାନ୍ତ ପରେ ଝିଅ ବର୍ଷା ସିଂ ବରିହା ବିଧାୟିକା ହେଲେ। ଏବେ ଆଗକୁ ଝାରସଗୁଡାରେ ଉପନିର୍ବାଚନ ହେବାକୁ ଯାଉଛି। ତେଣୁ ପଶ୍ଚିମ ଓଡ଼ିଶାରେ ବିଜେଡି କେତେ ସଙ୍ଗଠିତ ହେବ ତା ଉପରେ ଏବେ ନଜର।

Advertisment

(ଝାରସୁଗୁଡାରୁ ଭାଗିରଥୀ ସାହୁ ଓ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ)

BJD Naba Das Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ