• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଂଗ୍ରେସରେ ଯୋଗଦେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଦିଲ୍ଲୀ AICC କାର୍ଯ୍ୟାଳୟରେ ପ୍ରଭାରୀ ଚେଲ୍ଲା କୁମାର ଓ ଓପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ କଂଗ୍ରେସ ରେ ସାମିଲ ହୋଇଛନ୍ତି । ଦୀର୍ଘ ଦିନ ଧରି ସେ କଂଗ୍ରେସରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଆଜି ସେ ବିଦ୍ଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ପୂର୍ବରୁ କିଛି କଂଗ୍ରେସ କର୍ମୀଙ୍କ ସହ ତାଙ୍କ ବସା ଉଠା କରିବା ନେଇ ଦେଖାଯିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା ।

କଂଗ୍ରେସରେ ଯୋଗଦେଲା ପରେ ଶାଣିତ ହେଲା ବିଜୟଙ୍କ ସ୍ୱର । ରାଜ୍ୟ ସରକାରକୁ କଲେ କଡ଼ା ସମାଲୋଚନା । କହିଲେ ‘ରାଜ୍ୟରେ କୁଶାସନ, ଦୁର୍ନୀତି ଓ ହିଂସାର ବାତାବରଣ ଚାଲିଛି । ଏବେ ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚି ପାରୁନି । ଏବେ ସାଧାରଣ ଲୋକ କାହା ପାଖକୁ ଯିବେ ଜାଣିପାରୁନାହାନ୍ତି । ଗଣତନ୍ତ୍ର ଚାଲିବ କେମିତି, ଏ ବ୍ୟବସ୍ଥାରେ ପରିବର୍ତ୍ତନ ଦରକାର । ଓଡ଼ିଶାରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ହେବା ଦରକାର । ଓଡ଼ିଶା ପାଇଁ କିଛି କରିବାକୁ ଲକ୍ଷ୍ୟ ରଖିଛି ବୋଲି କହିଲେ ବିଜୟ ।

ସେ ଆହୁରି କହିଛନ୍ତି ‘ବର୍ତ୍ତମାନର ଅବସ୍ଥାରେ ପରିବର୍ତ୍ତନ ପାଇଁ ରାଜନୀତିକୁ ଆସିଛି । ବିଜେଡି କେବଳ ଭୋଟ ସର୍ବସ୍ୱ ହୋଇଯାଇଛି ।’ ପ୍ରତ୍ୟକ୍ଷ ରାଜନୀତିକୁ ଆସିବେ କି ପ୍ରଶ୍ନରେ ବିଜୟ କହିଲେ ନିଶ୍ଚୟ ଆସିବି । MP ନା MLA ପ୍ରଶ୍ନରେ ବିଜୟ କହିଲେ ଉତ୍ତର ଏହା AICC ଉପରେ ଛାଡ଼ିଛି । ଓଡ଼ିଶାରେ ଭାଇବ୍ରାଣ୍ଟ କଂଗ୍ରେସ ପାଇଁ ଚେଷ୍ଟା କରିବୁ କହିଲେ ବିଜୟ । ଏହାସହ ଦୀର୍ଘ ୪୦ ବର୍ଷର ପ୍ରଶାସନିକ ଅଭିଜ୍ଞତାକୁ ମୁଁ ବ୍ୟବାହର କରିବି । ଓଡ଼ିଶା ବାସୀଙ୍କ ପାଇଁ କିଛି କରିବାକୁ ମୋର ବହୁତ ଆଶା ରହିଛି । 

ଅଧିକ ପଢ଼ନ୍ତୁ: ଓଡ଼ିଶାରେ BRSର ତେଲେଙ୍ଗାନା ମଡେଲ୍, ବିଜୟ-ଦିଲ୍ଲୀପ-ତଥାଗତ ହେବେ କି ସାମିଲ ?

ଦୁଇ ଦିନ ତଳେ କଂଗ୍ରେସ ନେତା ଅମୀୟ ପାଣ୍ଡବ ସୋସିଆଲ୍ ମିଡିଆ ରେ ସୂଚନା ଦେବା ପରେ ଚର୍ଚ୍ଚା ଜୋର୍ ଧରିଥିଲା । ଅମୀୟ ନିଜ ସୋସିଆଲ୍ ମିଡିଆ ପେଜ୍‌ରେ ଆଜି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସ ଦଳରେ ଯୋଗଦେବେ ଏବଂ ତାଙ୍କୁ ସ୍ୱାଗତଂ ବୋଲି ଲେଖିଥିଲେ ।

୧୯୭୬ ବ୍ୟାଚର ଆଇଏଏସ୍ ଅଧିକାରୀ ବିଜୟ ୨୦୦୪ରୁ ୨୦୧୦ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରିନ୍ସପାଲ ସେକ୍ରେଟାରୀ ଭାବେ କାମ କରିଥିଲେ । ସେ ୨୦୧୦ ମସିହା ସେପ୍ଟେମ୍ବର ମାସରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ । ୨୦୧୩ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିଥିଲେ।

ତେବେ ୨୦୨୨ ମସିହା ମେ’ ମାସରେ ସେ କଂଗ୍ରେସରେ ଯୋଗ ଦେଉଥିବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ଏପରିକି ସେ ଏନେଇ ରାଜ୍ୟ କଂଗ୍ରେସ ନେତୃବୃନ୍ଦଙ୍କ ସହ କଥାବାର୍ତ୍ତା କରିଥିବା କୁହାଯାଉଥିଲା । ହେଲେ ସେତେବେଳେ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗଦାନ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ରାଜନୀତିରେ ଆଗ୍ରହ ନଥିବା ଗଣମାଧ୍ୟମକୁ କହିଥିଲେ ।