Advertisment

Paradip Politics in Turmoil: ପାରାଦୀପ ରାଜନୀତିରେ କମ୍ପନ, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କୁ ବାପିଙ୍କ ଟାର୍ଗେଟ୍

ବାପି ସର୍ଖେଲଙ୍କ ସୋସିଆଲ ମିଡିଆରେ ଯୁଦ୍ଧଂ ଦେହି ଡାକରା। ୩ ଦିନ ତଳେ ବାପି ସର୍ଖେଲ ସୋସିଆଲ ମିଡିଆରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କୁ ଟାର୍ଗେଟ କରିଥିଲେ। ମନ୍ତ୍ରୀ ଚାପ ପ୍ରୟୋଗ କରି ମୋଟା ଅଙ୍କର ଆୟ କରୁଥିବା ଆରୋପ ଲଗାଇଥିଲେ।

author-image
Sujit kumar Swain
ଅଦ୍ୟତନ ହୋଇଛି
 Paradip Politics in Turmoil

Paradip Politics in Turmoil

ପିପିଏଲରୁ ଜିପସମ ପରିବହନକୁ ନେଇ ସରଗରମ ପାରାଦୀପ ରାଜନୀତି। ବାପି ସର୍ଖେଲ ସୋସିଆଲ ମିଡିଆରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି । ୩ ଦିନ ତଳେ ବାପି ସର୍ଖେଲ ସୋସିଆଲ ମିଡିଆରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କୁ ଟାର୍ଗେଟ କରିଥିଲେ। ମନ୍ତ୍ରୀ ଚାପ ପ୍ରୟୋଗ କରି ମୋଟା ଅଙ୍କର ଆୟ କରୁଥିବା ଆରୋପ ଲଗାଇଥିଲେ। ମନ୍ତ୍ରୀଙ୍କ ପରିବାର ଦ୍ଵାରା ପରିଚାଳିତ NKS କମ୍ପାନୀ ଏକଚାଟିଆ ଭାବେ ପିପିଏଲ ଠାରୁ ଟନ ପିଛା ମାତ୍ର ଶହେ ଟଙ୍କାରେ ଜିପସମ କିଣି ଅଧିକ ଲାଭରେ ବିକ୍ରି କରୁଛି ବୋଲି କହିଥିଲେ। ପାରାଦୀପର ତିନୋଟି ଯାକ ଟ୍ରକ ମାଲିକ ସଂଘ କାମ ନପାଇ ମଧ୍ୟ ମନ୍ତ୍ରୀଙ୍କ ଚାପରେ ଚୁପ ରହୁଛନ୍ତି ଅଭିଯୋଗ କରିଥିଲେ ବାପି । 

Advertisment

ତେବେ ଏନେଇ ଶନିବାର ପ୍ରେସମିଟ କରି ବାପିଙ୍କୁ କଡା କାଉଣ୍ଟର କରିଛନ୍ତି ପାରାଦୀପର ୨ଟି ସଂଗଠନ। "ପିପିଏଲ ଜିପସମ ଡିଲର ଆଣ୍ଡ୍ ଲୋଡିଙ୍ଗ କଣ୍ଟ୍ରାକ୍ଟର୍ସ" ସଂଘ କର୍ମକର୍ତ୍ତା ସୁଶାନ୍ତ ସାମଲ ଏବଂ ବିଜେଡ଼ି ନେତା ବାଳକୃଷ୍ଣ ଜେନା ସିଧାସଳଖ କହିଛନ୍ତି ଯେ ବାପି ସର୍ଖେଲ ଅଧାପନ୍ତରିଆ ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି, ମିଛ କହୁଛନ୍ତି, ନିଜେ ରାଜନୈତିକ ମାଇଲେଜ ନେବା ପାଇଁ ମନ୍ତ୍ରୀଙ୍କ ନାଁ ନେଉଛନ୍ତି ଏବଂ ମନ୍ତ୍ରୀଙ୍କୁ ବଦନାମ କରୁଛନ୍ତି। ସମ୍ପଦ ସ୍ଵାଇଁ ନିର୍ବାଚନ ଲଢିବାର ଯଥେଷ୍ଟ ପୂର୍ବରୁ କୋଷ୍ଟାଲ କନଷ୍ଟ୍ରକ୍ସନ କମ୍ପାନୀକୁ ଯେଉଁ ଦାମରେ ପିପିଏଲ ଜିପସମ ବିକୁଥିଲା ଏବେ ସେହି ଦାମରେ ବିକୁଛନ୍ତି। ତେଣୁ ମନ୍ତ୍ରୀଙ୍କ ଚାପ କଥା କୋଉଠୁ ଆସିଲା ବୋଲି ସଂଘ ପଚାରିଛି। ଏଥିସହ ସେ ସମ୍ପର୍କିତ କାଗଜପତ୍ର ଗଣମାଧ୍ୟମକୁ ମଧ୍ୟ ଦେଖାଇଛନ୍ତି।

ଅଧିକ ପଢ଼ନ୍ତୁ: ପ୍ରଭାତଙ୍କ ବିସ୍ଫୋରକ ବୟାନ; କିଏ ସେଇ ୨ ମନ୍ତ୍ରୀ, ଯିଏ ତାଙ୍କୁ ଫସାଇଥିଲେ ?

Advertisment

ପାରାଦୀପ ଟ୍ରକ ମାଲିକ ସଂଘ ଜଏଣ୍ଟ କୋର୍ଡିନେସନ କମିଟି ବା JCC କର୍ମକର୍ତ୍ତାମାନେ ଅନୁରୂପ ଭାବେ ବାପି ସର୍ଖେଲଙ୍କୁ କଡା ଜବାବ ଦେଇଛନ୍ତି। କାହାରି ଚାପରେ ଟ୍ରକ ମାଲିକମାନେ ବ୍ୟବସାୟ କରୁନାହାନ୍ତି। ଆମକୁ ନେଇ ରାଜନୀତି ନ କରନ୍ତୁ ବୋଲି ରୋକ ଠୋକ କହିଛନ୍ତି। ତେବେ ଉଭୟ ପ୍ରେସମିଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବାପି ସର୍ଖେଲ।

ବାପି ସର୍ଖେଲ ଏବଂ ଶିଳ୍ପମନ୍ତ୍ରୀଙ୍କ ମଧ୍ୟରେ ପ୍ରେସମିଟ ଓ ସୋସିଆଲ ମିଡ଼ିଆ ଓ୍ଵାର ଆଗକୁ କେଉଁ ରୂପ ନେଉଛି ତାହା ଆଗକୁ ଜଣାପଡିବ।

Ministers Bapi Sarkhel Paradeep Paradeep Bapi Sarkhel
Advertisment
Related Articles
Advertisment