/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748755709.jpg)
Snake-Like Behavior in Odisha Girl Sparks Debate
ବିଶ୍ବାସ ନା ଅନ୍ଧବିଶ୍ୱାସ ? ନା କେବଳ ସବୁ ନାଟକ ? ସାପକୁ ମାଡ଼ ହେଲେ କେମିତି ପଡ଼ୁଛି ଝିଅ ଦେହରେ ଦାଗ ? ଝିଅ ଚିତ୍କାର କରୁଛି, ଘରୁ ନାଗକୁ ନବାହାର କରିବାକୁ କାକୁତି ମିନତି ହେଉଛି । ଆଉ ସବୁଠାରୁ ବଡ଼ କଥା ହେଉଛି ଗାଁ ଦଣ୍ଡଟାରେ ଗଡ଼ି ସାପ ପରି ଗର୍ଜନ କରୁଛି ଝିଅ । ସତ କ’ଣ ? ଆଉ ମିଛ କ’ଣ ଜାଣିବା ପୂର୍ବରୁ ଘଟଣାର ପୂରା କାହାଣୀ କହିଛନ୍ତି ପରିବାର ।
ଗତକାଲି ରାତିରେ ଆମ ଘରେ ସାପ ବାହାରିଥିଲା । ତା’ପରେ ଝିଅ ନାଗ ପରି ଗର୍ଜନ କଲା । ସାପକୁ ନିଅ ନାହିଁ କହି ଚିତ୍କାର କଲା ଆଉ କାନ୍ଦିଲା । ସିଏ ପୂରା ନାଗ ସାପ ଭଲିଆ ହୋଇଗଲା । ଆଗରୁ ବି ଏମିତି ହୋଇଛି । ଏମିତି କହିଛନ୍ତି ସାପ ସାଜୁଥିବା ଝିଅର ବାପା।
ଅଧିକ ପଢନ୍ତୁ : ତୁଟିଲା ଲିଙ୍ଗରାଜଙ୍କ ନୀତି ବିବାଦ; ୨୪ ଘଣ୍ଟାରେ ADM ଦେବେ ରିପୋର୍ଟ
ପୂର୍ବରୁ ନାଗ ପଞ୍ଚମୀ ଓ ବସନ୍ତ ପଞ୍ଚମୀରେ ଝିଅ ଦେହରେ ସାପ ଭଳି ଚିହ୍ନ ହୋଇଯାଇଥିଲା । ଅଚାନକ ସାପ ଭଳି ଗର୍ଜନ କରିବା ସହିତ ଭୂଇଁରେ ଲୋଟିପଡି ସାପ ପରି ହାତରେ ଫଣା ଟେକୁଥିଲେ ।
ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଚକରାପାଳ ଗାଁର ଘଟଣା ଏବେ ସବୁଆଡ଼େ ଚର୍ଚ୍ଚା । ଗାଁର ରବୀନ୍ଦ୍ର ସିଂଙ୍କୁ ନେଇ ଏବେ ହେଉଛି ଆଲୋଚନା । ଏହି ଘଟଣା ଆଈ ମା’ ପେଡିର ଗପ ଭଳି ଲାଗୁଥିଲେ ସୁଦ୍ଧା ବିଜ୍ଞାନ ଯୁଗରେ ଏହା ଅନ୍ଧବିଶ୍ୱାସ ନା ଆଉ କ’ଣ ? ନା ଏହା କୌଣସି ଭୌତିକ କାଣ୍ଡ ? ଚିକିତ୍ସା ବିଜ୍ଞାନରେ ଏଥିପାଇଁ ନିର୍ଦିଷ୍ଟ କେଉଁ କାରଣ ରହିଛି ତାହାର ଖୋଳତାଡ଼ ହେବା ଜରୁରୀ ହୋଇପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)