Advertisment

From Betel Shop to Germany: ପାନ ଦୋକାନୀ ବାପାର ପୂରଣ ହେଲା ସ୍ୱପ୍ନ, ପୁଅ ବନିଗଲା ବୈଜ୍ଞାନିକ...

ଯେମିତି ଦୁନିଆଁର ସବୁ ଖୁସି ପିତାମାତାଙ୍କ କୋଳରେ ଢ଼ାଳି ଦେଇଛି ସୁନା ପୁଅଟା । ସେଇଥିପାଇଁ ବୈଜ୍ଞାନିକ ହେବାକୁ ଯିବା ପୂର୍ବରୁ ଉଭୟ ବାପା-ମା’ ତାଙ୍କୁ ଗେଲ କରୁଛନ୍ତି । ଯାହାର ଦୃଶ୍ୟ ଦେଖିଲେ ଆପଣଙ୍କ ହୃଦୟକୁ ବି ଛୁଇଁଯିବ।

author-image
Sujit kumar Swain
From Betel Shop to Germany

From Betel Shop to Germany

ଗରିବ ବାପାର ସୁଖିଲା ଆଖିର ସ୍ୱପ୍ନ ଯେବେ ସାକାର ହୁଏ ସେତେବେଳେ ଦେଖିବାକୁ ମିଳେ ରୋଚକ ଘଟଣା । ଜନ୍ମକଲା ମା’ ବି ନିଜକୁ ଗର୍ବକରି ପୁଅ ଉପରେ ଆଶୀର୍ବାଦ ଢାଳିଦେଇଛି । ଆଉ ବାପା ଗେଲ କରିଦେଉଛନ୍ତି । ବାପା-ମା’ ଉଭୟ ଏୟାରପୋର୍ଟକୁ ପୁଅକୁ ଛାଡ଼ିବାକୁ ଯାଇଛନ୍ତି । ଆଉ ବିଦାୟ ଦେବା ପୂର୍ବରୁ ପୁଅକୁ ଗେଲ କରିଥିଲେ । ଯେମିତି ଦୁନିଆଁର ସବୁ ଖୁସି ପିତାମାତାଙ୍କ କୋଳରେ ଢ଼ାଳି ଦେଇଛି ସୁନା ପୁଅଟା । ସେଇଥିପାଇଁ ବୈଜ୍ଞାନିକ ହେବାକୁ ଯିବା ପୂର୍ବରୁ ଉଭୟ ବାପା-ମା’ ତାଙ୍କୁ ଗେଲ କରୁଛନ୍ତି । ଯାହାର ଦୃଶ୍ୟ ଦେଖିଲେ ଆପଣଙ୍କ ହୃଦୟକୁ ବି ଛୁଇଁଯିବ। 

Advertisment

କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଶଙ୍କରପୁର ପଞ୍ଚାୟତର ଛାତ୍ର ଶୁଭାଶିଷ ବେହେରା । ଏବେ ସେ ବୈଜ୍ଞାନିକ ହେବେ । ଗବେଷଣା ପାଇଁ ଯାଉଛନ୍ତି ଜର୍ମାନ । ଗାଁରେ ବାପା ପରମାନନ୍ଦ ବେହେରା ଖଣ୍ଡେ ପାନ ଦୋକାନ କରି ପରିବାର ଚଳାନ୍ତି । ରୋଜଗାର ଅଳ୍ପ ଥିଲେ ମଧ୍ୟ ପୁଅର ସ୍ବପ୍ନକୁ ପୂରଣ କରିବାରେ କେବେ ବି ପଛଘୁଂଚା ଦେଇ ନାହାଁନ୍ତି । ତାଙ୍କ ଜୀବନର ପ୍ରାୟ ପୂରା ସମୟ ପାନ ଦୋକାନରେ କଟିଛି । କିନ୍ତୁ ଏବେ ପୁଅ ଶୁଭାଶିଷ ପାଇଁ ସେ ଆଜି ଗର୍ବିତ । 

ଅଧିକ ପଢ଼ନ୍ତୁ: ଦେଶ ଭକ୍ତି ପାଇଁ ବାଧା ଦିଏନି ବୟସ; ପ୍ରମାଣିତ କଲେ କୁନି ଯୋଦ୍ଧା

ତେବେ ପ୍ରଥମେ ପୁଅ ରେଭେନ୍ସାରେ ପାଠ ପଢିବା ପରେ IISER ପୁନେ ଠାରେ ୫ବର୍ଷ ଧରି ପାଠ ପଢିବା ପରେ ଏବେ ସେ ଅଧିକ ଗବେଷଣା ପାଇଁ ଜର୍ମାନ ଯାଇଛନ୍ତି । ପୁଅର ଏହି ସଫଳତାକୁ ନେଇ ପରିବାର ସଦସ୍ୟ ବହୁତ ଖୁସି ଥିବାବେଳେ ଗୋଟେ ବୋଲି ପୁଅ ଏତେ ଦୂରରେ ରହିବ ବୋଲି ମନ ଦୁଃଖ ମଧ୍ୟ କରୁଛନ୍ତି । 

Advertisment

ପାନ ଦୋକାନରେ ହେଉଥିବା ରୋଜଗାର ପରିବାର ଚଳାଇବା ପାଇଁ କଷ୍ଟକର । ହେଲେ ନିଜ ଖୁସିକୁ ପଛରେ ପକାଇ ଆଗକୁ ବଢ଼ିଛନ୍ତି ବାପା । ପୁଅ ବି ବାପାଙ୍କ ନାଁ ରଖିବାକୁ ଯାଉଛି । ପୁଅର ନିଷ୍ଠା ଓ ଠାକୁରଙ୍କ ଉପର ଭରଷା ଥିବାରୁ ସବୁ ସମ୍ଭବ ହୋଇଥିବା କହିଛନ୍ତି ସୁଭାଶିଷଙ୍କ ମାଆ ମଧୁମିତା ଦଳାଇ । 

Germany Odisha Scientist Odia Scientist Betel Shop
Advertisment
Related Articles
Advertisment