/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748755112.jpg)
Northeast rain
ଦେଶର ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷା ଯୋଗୁ ୨ ଦିନରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରବଳ ବର୍ଷା ଯୋଗୁ ମାଟି ଅତଡ଼ା ଧସିବା ଓ ଫ୍ଲାସ ଫ୍ଲଡ୍ ଯୋଗୁ ପ୍ରବଳ କ୍ଷୟକ୍ଷତି ହୋଇଛି । ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ, ମଣିପୁର ଓ ମିଜୋରାମରେ ବର୍ଷାର କୋପ ଦେଖିବାକୁ ମିଳିଛି ।
ଦେଶର ଉତ୍ତର-ପୂର୍ବ ରାଜ୍ୟରେ ଭୟଙ୍କର ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ଏଥିରେ ବହୁ ମାତ୍ରାରେ ପ୍ରଭାବିତ ହୋଇଛି ଆସାମ । ପ୍ରବଳ ବର୍ଷାରେ ଆସାମର ରାଜଧାନୀ ଗୌହାଟୀରେ ମାଟି ଧସି ବହୁ ଘର ଭୁଶୁଡି ପଡିଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଅଛନ୍ତି । ସେହିଭଳି ବନ୍ୟାରେ ମଧ୍ୟ ଗୋଲାଘାଟରେ ୨ ଜଣ ଓ ଲକ୍ଷୀମପୁରରେ ଜଣଙ୍କର ପ୍ରାଣ ହାନୀ ହୋଇଛି ।
ଅଧିକ ପଢନ୍ତୁ: ଘଣ୍ଟାପ୍ରତି ୧୮ କିମି ବେଗରେ ଗତି କରୁଛି ଗଭୀର ଅବପାତ; ଆଜି ସ୍ଥଳଭାଗ ଛୁଇଁବ
ସେହିଭଳି ପଡୋଶୀ ରାଜ୍ୟ ଅରୁଣାଚଳ ପ୍ରଦେଶରେ ବନ୍ୟା ପାଣିରେ ଏକ ଗାଡି ଭାସିଯିବା ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବନ୍ୟା ପାଣିରେ ଭାସି ଯାଇଛନ୍ତି ୨ ଜଣ । ଏ ନେଇ ଅରୁଣାଚଳ ପ୍ରଦେଶରେ ବନ୍ୟା ଯୋଗୁଁ ୯ ଜଣଙ୍କ ଜୀବନ ଗଲାଣି । ମିଜୋରାମ, ତ୍ରିପୁରା ଓ ମେଘାଳୟରେ ଅନବରତ ବର୍ଷା ହେବା ଫଳରେ ବନ୍ୟା ଓ ଭୂସ୍କଳନରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣଙ୍କ ମୃତ୍ୟୁ ହେଲାଣି । ମଣିପୁରରେ ପ୍ରବଳ ବର୍ଷା ଯୋଗୁଁ ରାଜଧାନୀ ଇମ୍ଫାଲରେ ବହୁ ଅଞ୍ଚଳ ଜଳବନ୍ଦୀ ଘେରରେ ଅଛି । ଯାହାଫଳରେ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ତାନାନ୍ତର କରାଯାଉଛି ।
ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସିକ୍କିମକୁ ବୁଲିବାକୁ ଯାଇଥିବା ପର୍ଯ୍ୟଟକମାନେ ସେଠାରୁ ବାହାରି ନ ପାରି ଫସି ରହିଛନ୍ତି । ଭୂ-ସ୍ଖଳନ ଯୋଗୁଁ ରାସ୍ତା ବନ୍ଦ ରହିଥିବା ବେଳେ ପ୍ରାୟ ୧୫୦୦ ପର୍ଯ୍ୟଟକ ସେଠାରୁ ବାହାରି ପାରିନାହାନ୍ତି । ଗତ କିଛି ଦିନ ତଳେ ସିକ୍କିମରେ ଏକ ୧୧ ଜଣିଆ ପର୍ଯ୍ୟଟକ ଗାଡି ତିସ୍ତା ନଦୀକୁ ଖସି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁଇ ଜଣ ଗୁରୁତର ହୋଇଥିବା ବେଳେ ୮ ଜଣ ନିଖୋଜ ଅଛନ୍ତି ।
ଅନ୍ୟପଟେ ଆସାମର ପାଣିପାଗ ବିବାଗ ପୂର୍ବାନୁମାନ କରିଛି ଯେ, ଆସନ୍ତା କିଛି ଦିନ ଯାଏଁ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଏଭଳି ବର୍ଷା ଲାଗି ରହିବ । ଆହୁରି ବର୍ଷା ନେଇ ଆସାମକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଅନ୍ୟ ଉତ୍ତର-ପୂର୍ବ ରାଜ୍ୟକୁ ଅରେଂଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢ଼ୁଥିବାରୁ ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
ଆସାମର ୧୭ଟି ଜିଲ୍ଲାରେ ବନ୍ୟା ଓ ଭୂ-ସ୍ଖଳନରେ ପ୍ରାୟ ୭୮ ହଜାରରୁ ଉର୍ଦ୍ଧ୍ୱ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ସୁରକ୍ଷିତ ସ୍ଥାନାନ୍ତର ପାଇଁ NDRF, SDRF, ପୋଲିସ ଓ ଅଗ୍ନିଶମ ସେବା କର୍ମଚାରୀ ଲାଗି ପଡିଛନ୍ତି । ପ୍ରବଳ ବର୍ଷା ପାଇଁ ଆସାମର ଦୁଇଟି ଜିଲ୍ଲାରେ ଶନିବାର ସ୍କୁଲ ବନ୍ଦ ରଖାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)