• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରାଜା ମହାରାଜଙ୍କ କଥା ଉଠିଲେ କେ।ଟି କେ।ଟି ଟଙ୍କାର ସଂପତ୍ତି, ହୀରା ମେ।ତି ମାଣିକ ଆଖି ସାମନାକୁ ଚାଲିଆସେ । ରାଜା ଖୁସି ହେଲେ ପ୍ରଜାଙ୍କୁ ସୁନା, ରୁପା, ଟଙ୍କା ଦାନରେ ଦେଇଦିଅନ୍ତି । ଯଦି କହିବୁ ରାଜା ସେ ପୁଣି ସବୁଠୁ ବଡ଼ କଞ୍ଜୁସ , ତାହା ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ ନା । ଭାରତର ପ୍ରଥମ ଅରବପତି ରାଜା କିନ୍ତୁ ନିଜର କୃପଣତା ପାଇଁ ବଦନାମ ଥିଲେ । କଞ୍ଜୁସ ଏମିତି ଥିଲେ କି ଲେ।କ ଛାଡିଯାଇଥିବା ଅଇଁଠା ସିଗାରେଟ ବି ପିଇଦିଅନ୍ତି ।

ଭାରତର ରାଜ ପରିବାରରଙ୍କ ଅନେକ କାହାଣୀ ରହିଛି । ସେହି ସବୁ କାହାଣୀରେ ବୀରତ୍ବ ସହ ସେମାନଙ୍କର କେ।ଟି କେ।ଟି ସଂପତ୍ତି, ହୀରା ଗହଣା ଜମି ବାଡି ବିଷୟରେ ଆମେ ଶୁଣିଛେ । ଆମେ ଯେଉଁ ରାଜାଙ୍କ ବିଷୟରେ କହୁଛୁ ତାଙ୍କ ପାଖରେ ୫୦ରୁ ଅଧିକ ରେ।ଲ୍ସ ରୟାଲ ଗାଡି ଥିଲା ।

ଅଧିକ ପଢ଼ନ୍ତୁ: ପ୍ରକୃତି ବଡ ବିଚିତ୍ର… ଏଠାରେ ହେଉଛି ରକ୍ତ ବର୍ଷା… ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ

ଏତେ ପଇସା ଥିଲା କି କେବଳ ଭାରତ ନୁହେଁ ବିଶ୍ବରେ ସବୁଠୁ ଧନୀ ବ୍ୟକ୍ତିଙ୍କ ଭିତରେ ସାମିଲ ଥିଲେ । ଏହି କାହାଣୀ ହାଇଦ୍ରାବାଦ ରାଜପରିବାରର ନିଜାମଙ୍କର । ଭାରତର ପ୍ରଥମ ଅରବପତି ରାଜା ଥିଲେ ମିର ଓସମାନ ଅଲି ଖାନ୍ ।

ହାଇଦ୍ରାବାଦର ସପ୍ତମ ନିଜାମ ମିର ଓସମାନ ଅଲି ଖାନଙ୍କ ନିକଟରେ ଏତେ ସଂପତ୍ତି ଥିଲା ତାର କଳ୍ପନା କରିବା ସମ୍ଭବ ନୁହଁ । ତାଙ୍କ ପାଖରେ ହୀରା, ସୁନା, ରୁପା, ନିଲମ ପୁଖରାଜ ଭଳି ରତ୍ନର ଭଣ୍ଡାର ଥିଲା। ତାଙ୍କ ପାଖରେ ଏତେ ସୁନା ଥିଲା କି ତାଙ୍କ ବଗିଚାରେ ସୁନା ଇଟାରେ ଭର୍ତ୍ତି ଟ୍ରକ ଠିଆ ହେ।ଇ ରହୁଥିଲା ।

ମିର ଓସମାନ ଅଲି ଖାନଙ୍କ ପାଖରେ ୧୮୫ କ୍ୟାରେଟର ଜାକବ ହୀରା ଥିଲା ଯାହାକୁ ସେ ପେପର ୱେଟ ଭାବେ ବ୍ୟବହାର କରୁଥିଲେ । ଯାହାର ମୂଲ୍ୟ ଥିଲା ୧୩୫୦ କେ।ଟି ଟଙ୍କା ।

ଶୁଣିଲେ ଆଶ୍ଚର୍ଯ୍ୟ ହେବେ ତାଙ୍କ ପ୍ୟ।ଲେସରେ ୨୦ଲକ୍ଷ ପାଉଣ୍ଡ କ୍ୟାସ ଆକାରରେ ଥିଲା । ରହିବା ପାଇଁ ତାଙ୍କ ପାଖରେ ଅନେକ ପ୍ୟ।ଲେସ ଥିଲା । କିନ୍ତୁ ତାଙ୍କର ଅଧିକାଂଶ ସମୟ ହାଇଦ୍ରାବାଦର ଫଲକନୁମା ପ୍ୟାଲେସରେ ବିତୁଥିଲା ।

୩୨ ଏକର ଅଞ୍ଚଳରେ ଏହି ପ୍ୟାଲେସକୁ ବନାଇବାରେ ସେସମୟରେ ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହେ।ଇଥିଲା । ଫଲକନୁମା ପ୍ୟାଲେସରେ ମେ।ଟ ୨୨୦ଟି ବଖରା ରହିଛି । ପ୍ୟାଲେସର ସୌନ୍ଦର୍ଯ୍ୟକୁ ଦେଖି ଟାଇମସ ମାଗାଜିନ ଏହାକୁ ନିଜର କଭର ପେଜରେ ସ୍ଥାନ ଦେଇଥିଲା ।

ଫଲକନୁମା ପ୍ୟାଲେସରେ ଦୁନିଆର ସବୁଠୁ ବଡ଼ ଡାଇନିଂ ଟେବୁଲ ରହିଛି । ୮୦ଫୁଟ ଲମ୍ବର ଏହି ଡାଇନିଂରେ ଗେ।ଟିଏ ସମୟରେ ୧୦୧ଜଣ ଲେ।କ ବସିକି ଖାଇପାରିବେ । ଡାଇନିଂ ହଲର ସାଜସଜା ବି ଦେଖିଲା ଭଳି । 

ଏକ ରିପେ।ର୍ଟ ଅନୁସାରେ ହାଇଦ୍ରାବାଦ ନିଜାମଙ୍କ ପାଖରେ ୧୮୮୬ରୁ ୧୯୬୭ ଭିତରେ ୨୩୬ ଅରବ ଡଲାରର ମେ।ଟ ସଂପତ୍ତି ରହିଥିଲା । ୧୯୬୫ରେ ଚୀନ ସହ ଯୁଦ୍ଧ ସମୟରେ ହାଇଦ୍ରାବାଦ ନିଜାମ ଭାରତ ସରକାରଙ୍କୁ ୫ ଟନ୍ ସୁନା ଦାନ ଆକାରରେ ଦେଇଥିଲେ ।

ହାଇଦ୍ରାବାଦର ନିଜାମ ମିର ଓସମାନ ଅଲି ଖାନ ଭାରତର ସବୁଠୁ ଧନୀ ବ୍ୟକ୍ତି ଥିଲେ । ତାସହ ସବୁଠୁ ବଡ଼ କଞ୍ଜୁସ ଥିଲେ । ନିଜର କୃପଣତା ପାଇଁ ବଦନାମ ଥିଲେ ।

ପ୍ୟ।ଲେସକୁ ଯଦି କୌଣସି ଅତିଥି ଆସନ୍ତି ଓ ସିଗାରେଟ ଅଧା ପିଇକି ଛାଡିକି ଚାଲିଯାଆନ୍ତି । ନିଜାମ ଛାଡି ଯାଇଥିବା ସିଗାରେଟକୁ ନ ଫେ।ପାଡି ପିଇଥାଆନ୍ତି । ନିଜ ଉପରେ ଖର୍ଚ୍ଚ କରୁନଥିଲେ ନିଜାମ । ସେ ୩୫ବର୍ଷ ଧରି ଗେ।ଟିଏ ଟେ।ପି ପିନ୍ଧୁଥିଲେ । ନିଜ ଲୁଗାପଟାରେ କେବେ ଆଇରନ ଦେଉନଥିଲେ ।

କୃପଣତା ଏଭଳି ଥିଲା କି ସୁନା ରୁପାର ବାସନ ଥାଇ ବି ସେ ରସ ବାସନରେ ଖାଉଥିଲେ । ତାଙ୍କ ପାଖରେ ଏତେ ସୁନା ବାସନ ଥିଲା କି ଏକାଥରେ ୨୦୦ ଲେ।କ ଖାଇପାରିବେ ।

ନିଜାମଙ୍କ ପାଖରେ ଦାମୀ ଗାଡିର ଅଭାବ ନଥିଲା । କିନ୍ତୁ କେହି ଯଦି ଦାମୀ ଗାଡି କିଣିକି ଆଣନ୍ତି ନିଜାମ ଗାଡି ମାଲିକଙ୍କ ଠାରୁ ଗାଡିଟି ଉପହାରରେ ମାଗି ନେଉଥିଲେ । ଅନେକ ଗାଡି ଥାଇ ବି ନିଜାମ ପୁରୁଣା ଗାଡିରେ ଯିବା ଆସିବା କରୁଥିଲେ ।

ଅଧିକ ପଢ଼ନ୍ତୁ: ଚା’ ବିକୁଛନ୍ତି କିନ୍ତୁ ହାତରେ ପିନ୍ଧିଛନ୍ତି ହାତକଡ଼ି, ଆଶ୍ଚର୍ଯ୍ୟ କରିବ ପଛରେ ଥିବା କାହାଣୀ