Advertisment

Subhadra Yojana Odisha: ୨୦୨୫ ହେବ ‘ସୁଭଦ୍ରା’ ବର୍ଷ; ମହିଳାଙ୍କୁ ତିନି ଥର ମିଳିବ ସୁଭଦ୍ରା ଟଙ୍କା

‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ କିସ୍ତି ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୫ରେ ମହିଳାଙ୍କୁ ମିଳିବ ପ୍ରଥମ ଦଫାର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ୨୦୨୫ ହେବ ‘ସୁଭଦ୍ରା’ ବର୍ଷ।

author-image
Sonali Ojha
ଅଦ୍ୟତନ ହୋଇଛି
Odisha Subhadra Yojana List 2024

Subhadra yojana

‘ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ସୂଚନା ଦେଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ କିସ୍ତି ନେଇ ଉପମୁଖ୍ୟମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି, ୨୦୨୫ରେ ମହିଳାଙ୍କୁ ମିଳିବ ପ୍ରଥମ ଦଫାର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ସର୍ଭେ ସରିବ। ଯାଞ୍ଚ ପ୍ରକ୍ରିୟା ଚାଲିଥିବାରୁ ଚତୁର୍ଥ ପର୍ଯ୍ୟାୟ ସ୍ଥଗିତ ରଖାଯାଇଥିଲା । ତେବେ ଆଜି ଫିଲ୍ଡ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ। ଏହାପରେ ମାର୍ଚ୍ଚ ୮ ଓ ରକ୍ଷା ବନ୍ଧନରେ ମିଳିବ ସୁଭଦ୍ରା ଟଙ୍କା।୨୦୨୫ ହେବ ‘ସୁଭଦ୍ରା’ ବର୍ଷ।

Advertisment

ଚଳିତ ମାସ ଡିସେମ୍ବର ୨୫ ତାରିଖରେ ମିଳିବାର ଥିଲା ‘ସୁଭଦ୍ରା’ ଟଙ୍କା। ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଥିଲା । ମାତ୍ର ଯାଞ୍ଚ ପ୍ରକ୍ରିୟା ଚାଲିଥିବାରୁ ଚତୁର୍ଥ ପର୍ଯ୍ୟାୟ ସ୍ଥଗିତ ରହିଥିଲା। ତେବେ ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟର ମୋଟ ୮୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇ ସାରିଛି । ଡିସେମ୍ବର ୧ ତାରିଖ ସୁଦ୍ଧା ସୁଭଦ୍ରା ପାଇଁ ମୋଟ ୧ କୋଟି ୫ ଲକ୍ଷ ୩୬ ହଜାର ୬୧୨ ଜଣ ମହିଳା ଆବେଦନ କରିସାରିଛନ୍ତି ।

ସୂଚନା ଅନୁସାରେ ନଭେମ୍ବର ୨୪ରେ ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଥିଲେ ମୁଖ୍ୟମନ୍ତ୍ରୀ । ସିଧାସଳଖ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଯାଇଥିଲା ସୁଭଦ୍ରା ଟଙ୍କା। ଏହି ଅବସରରେ ପୂର୍ବ ସରକାରକୁ ଟାର୍ଗେଟ୍ କରି କହିଥିଲେ, ଖାଲି ମିଶନ ଶକ୍ତି ଗଠନ କରି ପ୍ରଚାର କରୁଥିଲେ, ମହିଳାଙ୍କୁ ଆମେ ସ୍ୱାବଲମ୍ବୀ କରିବୁ। ଏବେ ବି ଅନେକ ମହିଳା ଆବେଦନ କରି ସହାୟତା ଅପେକ୍ଷାରେ ଅଛନ୍ତି।

Advertisment

ଅଧିକ ପଢନ୍ତୁ: ଏଯାଏଁ ମିଳିନି 'ସୁଭଦ୍ରା' ସହାୟତା !! ଆପ୍ଲିକେସନ୍ 'ଅଣ୍ଡର୍ ପ୍ରୋସେସ୍' ଦେଖାଉଛି କି?

ଆସନ୍ତା ବର୍ଷ ମାର୍ଚ୍ଚ ୭ 'ସୁଭଦ୍ରା' ଆବେଦନର ଡେଡଲାଇନ୍ । ୨୦୨୫ ମାର୍ଚ୍ଚ ୭ 'ସୁଭଦ୍ରା' ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ । ଏନେଇ ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମାର୍ଚ୍ଚ ୮ ମହିଳା ଦିବସରେ ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ । ବର୍ତ୍ତମାନ ସୁଦ୍ଧା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଯାଇଛି । ୩ଟି ପର୍ଯ୍ୟାୟରେ ମୋଟ୍‌ ୮୦ ଲକ୍ଷ ୩୫ ହଜାର ମହିଳାଙ୍କୁ ସୁଭଦ୍ରା ସହାୟତା ରାଶି ମିଳିସାରିଲାଣି । ଜାନୁଆରୀରେ ଚତୁର୍ଥ ପର୍ଯ୍ୟାୟରେ ଆଉ ୨୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେଇ କୋଟିଏ ହିତାଧିକାରୀଙ୍କୁ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ଅଧିକ ପଢ଼ନ୍ତୁ: କ୍ଷେତ ମୁହାଁ ନବୀନ; ଗଞ୍ଜାମ ଗସ୍ତରେ ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ

Subhadra Odisha
Advertisment
Advertisment