/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747984864.jpg)
ASI Suspended
ଥାନାରୁ ଚୋରି କରି ସସପେଣ୍ଡ ହେଲେ ଥାନା ବାବୁ । ସମ୍ବଲପୁର ଟାଉନ ଥାନା ମାଲଖାନାରୁ କଫ୍ ସିରପ ଜୋରି ହୋଇଛି । ଆଶ୍ଚର୍ଯ୍ୟର କଥା ହେଉଛି, ଏହି କଫ୍ ସିରପ ଚୋରି କରିଛନ୍ତି ASI । ଆଉ ସତ ଜଣାପଡ଼ିବା ପରେ ASIଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଏଏସଆଇ ବିଦ୍ୟୁତ ପଣ୍ଡାଙ୍କୁ ନିଲମ୍ବନ କରାଯାଇଛି ।
Advertisment
ସୂଚନା ଅନୁସାରେ, କିଛି ଦିନ ତଳେ ବିପୁଳ ପରିମାଣର କଫ୍ ସିରପ ଜବତ କରିଥିଲା ଟାଉନଥାନା ପୋଲିସ । ଏସବୁକୁ ମାଲଖାନାରେ ରଖାଯାଇଥିବାବେଳେ ସେଥିରୁ ୨ପେଟି ଚୋରି କରି ନେଇଥିଲେ ବିଦ୍ୟୁତ । ଏନେଇ ଅଭିଯୋଗ ପରେ ତାଙ୍କଠାରୁ କଫ୍ ସିରପ ଜବତ କରାଯାଇଥିଲା । ଚୋରି ଅଭିଯୋଗରେ ତାଙ୍କୁ ସସପେଣ୍ଡ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)