• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ୟୁପିରୁ ବିନାବାଧାରେ ଓ ପଶ୍ଚିମବଙ୍ଗରୁ ଲୁଚାଛପାରେ ଓଡ଼ିଶାକୁ ଆସୁଛି ଆଳୁ ଗାଡ଼ି । ଭୁବନେଶ୍ୱରକୁ ୧୫ ଓ କଟକକୁ ୬ଟି ଆଳୁ ବୋଝେଇ ଟ୍ରକ ଆସିଲାଣି । ତେଣେ ଯୋଗାଣ ବିଭାଗର ବି ଧରପଗଡ଼ ଚାଲିଛି । ଏହାଫଳରେ କଟକ-ଭୁବନେଶ୍ୱର ସମେତ ରାଜ୍ୟର ସହରାଞ୍ଚଳରେ ଆଳୁର ହୋଲସେଲ୍ ଓ ଖୁଚୁରା ରେଟ୍ ସାମାନ୍ୟ କମିଛି । ହେଲେ ବି ୪୦ ତଳକୁ ଖସିନି । ତେଣେ ଆଳୁକୁ ନେଇ ଆଜି ବି ବିଧାନସଭାରେ ଲାଗି ରହିଥିଲା ତାତି । ମୁଲତବୀ ଆଲୋଚନା ବେଳେ ବିରୋଧୀ ସରକାରଙ୍କୁ ଟାର୍ଗଟ୍ କରିଥିବା ବେଳେ ଯୋଗାଣମନ୍ତ୍ରୀ ବି ରଖିଥିଲେ କଡ଼ା ଉତ୍ତର ।

କାଲି ମାର୍କେଟ୍‌ରେ ଚାଲିଥିଲା ଧରପଗଡ଼ ତ ଆଜି ସିଧା ଗୋଦାମରେ ରେଡ୍ । ଭୁବନେଶ୍ୱର ଆଇଗିଣିଆ ଆଳୁ ଗଦିରେ ଅଚାନକ ଯୋଗାଣ ବିଭାଗ ପହଞ୍ଚି ଷ୍ଟକ ଯାଞ୍ଚ କରିଛି । ଯିଏ ସୂଚନା ଫଳରେ ରେଟ୍ ନଲେଖିଛି, ସୋ-କଜ୍ ନୋଟିସ୍ ଜାରି କରିଛି । ତେଣେ ୟୁପିରୁ ବିନା ବାଧାରେ ଓ ପଶ୍ଚିମବଙ୍ଗରୁ ଲୁଚା ଚୋରାରେ ଆଜି ବି ଆଳୁ ବୋଝେଇ ଟ୍ରକ୍ ଆସିଛି । ହେଲେ ତାହା ପର୍ଯ୍ୟାପ୍ତ ନୁହେଁ, ଦିନକୁ ରାଜଧାନୀକୁ ଲୋଡ଼ା ୨୦ ଗାଡ଼ି ଯାଗାରେ ୧୫ଟି ଗାଡ଼ି ଆସିଲାଣି ବୋଲି ବ୍ୟବସାୟୀ କହୁଛନ୍ତି ।

ସେପଟେ ଅଧିକ ଆଳୁ ଗାଡ଼ି ଆସିବା ପରେ ଯେଉଁଠି କାଲି ଆଳୁ କୁଇଣ୍ଟାଲ ପିଛା ୩୩୦୦ ଟଙ୍କାରେ ବିକ୍ରି ହେଉଥିଲା ଆଜି ତାହା ୨୮ଶହକୁ ଖସିଛି । ସେମିତି କଟକ ଛତ୍ରବଜାରରେ ବି ଆଳୁ ଦର ସାମାନ୍ୟ କମିଛି, କାଲି ହୋଲସେଲ୍ ଦର କିଲୋ ପିଛା ୩୮ ଟଙ୍କାରେ ବିକ୍ରି ହେଉଥିବାବେଳେ ଆଜି ଦୁଇ ଟଙ୍କା କମି ୩୬ରେ ପହଞ୍ଚିଛି ।

ଅଧିକ ପଢନ୍ତୁ: କିଟି କିଟି ଅନ୍ଧାରିଆ ପାଇପ୍‌ରେ ୬୦ ରାତି! କେମିତି କାଟିଲେ ବୃଦ୍ଧ ..

ଖୁଚୁରା ବଜାରରେ ଆଳୁ ୪୦ ଟଙ୍କା ଉପରେ ରହିଛି । ଛତ୍ରବଜାରକୁ ଆଜି ୬ଗାଡ଼ି ଆଳୁ ଆସିଛି, ଧିରେ ଧିରେ ରେଟ୍ ସ୍ୱାଭାବିକ ହେବ ବୋଲି ବ୍ୟବସାୟୀ ସଂଘ କହିଛି । ତେଣେ ରାଜ୍ୟର ଅନ୍ୟ ଅଞ୍ଚଳରେ କିନ୍ତୁ ଆଳୁ ଏବେ ବି ୫୦ ଟଙ୍କାରେ ବିକ୍ରି ଚାଲିଛି । ବିନିକାରେ ଗୋଟିଏ ଟ୍ରେ ଭିତରେ ଆଳୁ ନେବାକୁ ତିନି ଜଣଙ୍କ ହାତ ପଶିଛି । ଲୋକେ କହୁଛନ୍ତି ରେଟ୍ ନକମିଲେ ଆଉ ଆଳୁ ଖାଇ ହେବନି ।

ଏଣେ ଆଳୁ ସଙ୍କଟକୁ ନେଇ ବିଧାନସଭାରେ ଥମୁନି ତାତି । ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଆକାଶଛୁଆଁ ଓ ରାଜ୍ୟ ସରକାର ନୀରବଦ୍ରଷ୍ଟା ଶୀର୍ଷକ ମୁଲତବୀ ନୋଟିସ୍ ଆଲୋଚନା ବେଳେ ବିଜେଡି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିବା ବେଳେ କଂଗ୍ରେସ ଅଭିଯୋଗ ଆଣିଥିଲା- ଦରଦାମ ନିୟନ୍ତ୍ରଣରେ ସରକାର ସମ୍ପୂର୍ଣ୍ଣ ବିଫଳ ।

ତେଣେ ଉତ୍ତର ରଖି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ- ଆଳୁ ଦର ସାମାନ୍ୟ ବଢିଛି, ଗତକାଲି ୩୦୦ ଟ୍ରକ୍ ଆଳୁ ଆସିଛି । ୭୦ଟଙ୍କା କଥା ମିଛ, ଆଳୁ ଏବେ ୪୦ ଟଙ୍କାରେ ବଜାରରେ ମିଳୁଛି । ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ କକ୍ଷତ୍ୟାଗ କରିଥିଲେ । ଏଣେ ଦରବୃଦ୍ଧି ସ୍ଥିତି ପାଇଁ ପୂର୍ବ ସରକାରକୁ ଦାୟୀ କରିଛି ବିଜେପି । ରାଜ୍ୟକୁ ଧିରେ ଧିରେ ଆଳୁ ଯୋଗାଣ ସ୍ୱାଭାବିକ ହେଉଥିବାବେଳେ ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ କେତେଶୀଘ୍ର ରେଟ୍ ଖସୁଛି, ତାକୁ ଅପେକ୍ଷା ।

ଅଧିକ ପଢନ୍ତୁ: ଓଡ଼ିଶା ଗସ୍ତରେ ମହାମହିମ, କାଲି ଜଲୱା ଦେଖିବେ ମାଡାମ ପ୍ରେସିଡେଣ୍ଟ

OTV is now on Whatsapp

Join and get latest news update delivered to you via whatsapp

Join Now