/odishatv-khabar/media/post_attachments/uploadimage/library/16_9/16_9_0/IMAGE_1736566207.jpg)
ଆଜିଠୁ ପ୍ରଦର୍ଶନୀ ଦେଖିବେ ସର୍ବସାଧାରଣ
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ । ଆଜି ସକାଳ ୧୦ଟାରୁ ପ୍ରଦର୍ଶନୀ ଖୋଲା ରହିବ । ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପ୍ରଦର୍ଶନକୁ ପରିଦର୍ଶନ କରିପାରିବେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଦର୍ଶନୀ ମଧ୍ୟରେ ପ୍ରମୋସନାଲ ଷ୍ଟଲ ଗୁଡିକ ବୁଲି ଦେଖିବେ ସାଧାରଣ ଜନତା ଏବଂ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ।
ଭୁବନେଶ୍ୱର ଜନତା ମଇଦାନ ୩ ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀ ବିଦେଶରେ ରହୁଥିବା ପ୍ରବାସୀମାନେ ଯୋଗ ଦେଇଥିଲେ। ଏହି ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ । ଗତକାଲି ଉଦଯାପିତ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ବିଶ୍ବର ୨୪ ରାଷ୍ଟ୍ରର ୨୭ ଜଣ ସଫଳ ପ୍ରବାସୀଙ୍କୁ ‘ପ୍ରବାସୀ ଭାରତୀୟ ସମ୍ମାନ’ରେ ସମ୍ମାନିତ କରିଥିଲେ ।
ସରସ, ସୁନ୍ଦର ଆଉ ସୁଖଦ । ତିନି ଦିନ ଧରି ଓଡ଼ିଶାରେ ଚାଲିଥିବା ପ୍ରବାସୀ ମହାକୁମ୍ଭର ଗତକାଲି ମହା ଉଦଯାପନ ହୋଇଥିଲା । ଭୁବନେଶ୍ବର ଜନତା ମୈଦାନରେ ଚାଲିଥିବା ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନକୁ ସମ୍ବୋଧନ କରି ଶୁକ୍ରବାର ଉତ୍ସବର ସମାପନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରବାସୀ ଭାରତୀୟଙ୍କ ଏ ମହାସମ୍ମେଳନର ଶେଷ ଦିନର ଆକର୍ଷଣ ଥିଲା ବିଶ୍ବର ବିଭିନ୍ନ କୋଣ ଅନୁକୋଣରେ ପ୍ରତିଷ୍ଠିତ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିବାର ମହାର୍ଘ୍ୟ ଅବସର । ଉଦଯାପନୀ ଦିବସରେ ବିଶ୍ବର ୨୪ ରାଷ୍ଟ୍ରର ୨୭ ଜଣ ସଫଳ ପ୍ରବାସୀଙ୍କୁ ‘ପ୍ରବାସୀ ଭାରତୀୟ ସମ୍ମାନ’ରେ ସମ୍ମାନିତ କରିଥିଲେ ରାଷ୍ଟ୍ରପତି। ଯେଉଁମାନଙ୍କ ମଧ୍ୟରେ ଥିଲେ ଓଡ଼ିଶାରେ ଜନ୍ମିତ ଏବେ ସାରା ବିଶ୍ବରେ ପ୍ରତିଷ୍ଠିତ ବିଶିଷ୍ଟ ବୈଜ୍ଞାନିକ ତଥା କଗ୍ନିଜାଣ୍ଟର ସିଇଓ ରବି କୁମାର ଏସ୍।
ଅଧିକ ପଢ଼ନ୍ତୁ: ଖଣ୍ଡଗିରି ବୈକୁଣ୍ଠ ଆଶ୍ରମ ପାଇଁ ବଢ଼ିଲା ଅଡ଼ୁଆ, ଖୁବଶୀଘ୍ର ଆଶ୍ରମରେ ଚାଲିପାରେ ବୁଲଡୋଜର
ସେହିଭଳି ଋଷ୍-ୟୁକ୍ରେନ୍ ଯୁଦ୍ଧ ବେଳେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ଅପରେସନ ଗଙ୍ଗାରେ ପ୍ରମୁଖ ଭୂମିକା ତୁଲାଇଥିବା ଅଭୟ କୁମାର ବି ସମ୍ବର୍ଦ୍ଧିତ ହୋଇଥିଲେ। ସୁଦୂର ରୁଷିଆରେ ଦୀର୍ଘ ବର୍ଷ ଧରି ଶାନ୍ତିର ବାର୍ତ୍ତା ବାଣ୍ଟୁଥିବା ସୁଧାରାଣୀ ଗୁପ୍ତାଙ୍କୁ ମଧ୍ୟ ପ୍ରବାସୀ ଭାରତୀୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ପ୍ରବାସୀ ଭାରତୀୟ ସାରା ବିଶ୍ବରେ ଦେଶର ମାନ, ଟେକ ରଖିଛନ୍ତି। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପ୍ରତିଷ୍ଠା ପାଇଛନ୍ତି। ଆପଣମାନଙ୍କ ପାଇଁ କେବଳ ଭାରତବାସୀ ଗର୍ବିତ ନୁହଁନ୍ତି, ବରଂ ଲକ୍ଷ ଲକ୍ଷ ଲୋକେ ଆପଣଙ୍କୁ ଆଦର୍ଶ ଭାବେ ମାନୁଛନ୍ତି।
ଗଲା ୮ ତାରିଖରୁ ଭୁବନେଶ୍ବରରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଅବସରରେ ଭୁବନେଶ୍ବର ଜନତା ମୈଦାନ ସାଜିଥିଲା ମିନି ବିଶ୍ବ। ଏହି ଅବସରରେ ପୃଥିବୀର କୋଣ ଅନୁକୋଣରୁ ଆସିଥିବା ପ୍ରବାସୀ ଓଡ଼ିଶାର କଳା, ସାହିତ୍ୟ, ଐତିହ୍ୟ, ସଂସ୍କୃତି, ଖାଦ୍ୟପେୟ ଓ ଆତିଥ୍ୟରେ ଅଭିଭୂତ ହୋଇଥିଲେ । ଏହାସହ ଓଡ଼ିଶା ବିଭିନ୍ନ ପର୍ଯ୍ୟଟନ ସ୍ଥଳର ମଜା ନେବା ସହ ସେମାନଙ୍କ ଆଖିରେ ଅପାର ସମ୍ଭାବନା ଛବି ନେଇଥିବାରୁ ଆଗକୁ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ଅଧିକ ରୁଦ୍ଧିମନ୍ତ ହେବା ଅନୁମାନ କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)