Advertisment

Odisha SEBC Quota in Education: ଉଚ୍ଚଶିକ୍ଷାରେ SEBCଙ୍କ ପାଇଁ ସଂରକ୍ଷଣକୁ ନେଇ ରାଜନୀତି, ୫୪%ଙ୍କ ସହ ଛଳନା କହିଲେ ବିରୋଧୀ

ରାଜ୍ୟର ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗ ବା SEBCଙ୍କ ଲାଗି ସରକାରଙ୍କ ବଡ଼ ଘୋଷଣା। ଓଡ଼ିଶାରେ ପ୍ରଥମ ଥର ଲାଗି ଉଚ୍ଚ ମାଧ୍ୟମିକ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ କାର୍ଯ୍ୟକାରୀ ହେବାକୁ ଯାଉଛି ସଂରକ୍ଷଣ ବ୍ୟବସ୍ଥା ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ତେଜିଲା ସଂରକ୍ଷଣ ପଲିଟିକ୍ସ

ତେଜିଲା ସଂରକ୍ଷଣ ପଲିଟିକ୍ସ

ଶିକ୍ଷା କ୍ଷେତ୍ରରେ ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗଙ୍କ ଲାଗି ରାଜ୍ୟ ସରକାରଙ୍କ ସଂରକ୍ଷଣ ନିଷ୍ପତ୍ତି ପରେ ତେଜିଲା ରାଜନୀତି। ଉଚ୍ଚ, ଉଚ୍ଚ ମାଧ୍ୟମିକ ଓ କିଛି ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ SEBCଙ୍କ ଲାଗି ୧୧.୨୫ ପ୍ରତିଶତ ସିଟ୍ ସଂରକ୍ଷଣ ନିଷ୍ପତ୍ତିକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି। ଓଡ଼ିଶାରେ ପ୍ରଥମ କରି SEBCଙ୍କୁ ଏ ସୁବିଧା ମିଳିବାକୁ ଯାଉଥିବାରୁ ଏହାକୁ ଐତିହାସିକ ବୋଲି କହିଛନ୍ତି ରାଜ୍ୟ ସରକାର। ଅନ୍ୟପଟେ SEBCଙ୍କୁ ସାଧାରଣ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଯୋଗାଇ ଇଂଜିନିୟରିଂ, ମେଡିକାଲ ଭଳି ବୈଷୟିକ ଶିକ୍ଷା କ୍ଷେତ୍ର ଲାଗି କୌଣସି ନିଷ୍ପତ୍ତି ନେଇନଥିବାରୁ ଏହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ।

Advertisment

ଅଧିକ ପଢ଼ନ୍ତୁ: ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର କୋଚ ସଂଖ୍ୟା ବଢିଲା, ଏହି ତାରିଖରେ ସଂଯୋଗ ହେବ ନୂଆ କୋଚ

ରାଜ୍ୟର ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗ ବା SEBCଙ୍କ ଲାଗି ସରକାରଙ୍କ ବଡ଼ ଘୋଷଣା। ଓଡ଼ିଶାରେ ପ୍ରଥମ ଥର ଲାଗି ଉଚ୍ଚ ମାଧ୍ୟମିକ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ କାର୍ଯ୍ୟକାରୀ ହେବାକୁ ଯାଉଛି ସଂରକ୍ଷଣ ବ୍ୟବସ୍ଥା । SEBC ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନରେ ୧୧.୨୫ ପ୍ରତିଶତ ଆସନ ସଂରକ୍ଷଣ ନେଇ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଏହାଦ୍ବାରା ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନ, ଉଚ୍ଚ ମାଧ୍ୟମିକ ଶିକ୍ଷା ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ନାମଲେଖା ବେଳେ ସଂରକ୍ଷଣ ସୁବିଧା ହାସଲ କରିବେ SEBC ଛାତ୍ରଛାତ୍ରୀ । ୟୁଜି, ପିଜି, ଟିଚର ଏଜୁକେଶନ, ଆଇନ୍ ପାଠ୍ୟକ୍ରମ, ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ପରିଚାଳିତ ପର୍ଫର୍ମିଂ ଆର୍ଟ କୋର୍ସ ଏବଂ କ୍ରୀଡ଼ା ଏବଂ ଯୁବ ବ୍ୟାପାର ବିଭାଗ ଦ୍ବାରା ପ୍ରଚଳିତ ପାଠ୍ୟକ୍ରମରେ ମଧ୍ୟ ଏହି ସଂରକ୍ଷଣ ବ୍ୟବସ୍ଥା ଚଳିତ ଶିକ୍ଷା ବର୍ଷରୁ ଲାଗୁ ହେବ। ଯାହାଦ୍ବାରା ରାଜ୍ୟର ସାମାଜିକ ଓ ଆର୍ଥିକ ଭାବେ ପଛୁଆ ବର୍ଗର ଲକ୍ଷ ଲକ୍ଷ ପିଲା ଉପକୃତ ହେବାକୁ ଯାଉଥିବାରୁ ଏହାକୁ ଐତିହାସିକ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

Advertisment

ଏପଟେ SEBCଙ୍କ ପାଇଁ କେବଳ ସାଧାରଣ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସିଟ୍ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଖୁସି ନାହାନ୍ତି ବିରୋଧୀ। ବରଂ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପଛୁଆ ଥିବା ରାଜ୍ୟର ୫୪ ପ୍ରତିଶତ ଲୋକଙ୍କ ସହ ଏହା ଛଳନା ଓ ପ୍ରବଂଚନା ବୋଲି କହିଛନ୍ତି କଂଗ୍ରେସ୍ ନେତା ଶ୍ରୀକାନ୍ତ ଜେନା। ସେପଟେ ମେଡିକାଲ ଓ ଇଂଜିନିୟରିଂ ଭଳି ବୈଷୟିକ ଶିକ୍ଷା କ୍ଷେତ୍ରରେ SEBC ବର୍ଗଙ୍କ ପ୍ରତି ସଂରକ୍ଷଣ ସୁବିଧା ନଥିବାରୁ ଏହାର ମାନେ କଣ ବୋଲି ପ୍ରଶ୍ନ ଉଠାଇଛନ୍ତି। ସେହିଭଳି ବିଜେଡିର ଓବିସି ସେଲ ଆବାହକ ଅରୁଣ ସାହୁ ମଧ୍ୟ ସମାନ ଦାବି କରି ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତିକୁ ଆଂଶିକ ଧନ୍ୟବାଦ ମିଳିବା ଉଚିତ ବୋଲି କହିଛନ୍ତି।

ଏପଟେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣକୁ ସ୍ବାଗତ କରିଥିଲେ ବି ଏହାକୁ ପିଢି ପରେ ପିଢି ଲାଗୁ ନକରିବା ସପକ୍ଷରେ ମତ ରଖିଛନ୍ତି ଶିକ୍ଷାବିତ ।

ଓଡ଼ିଶାରେ ମୋଟ୍ ଜନସଂଖ୍ୟାର ୫୪ ପ୍ରତିଶତ SEBC। କିନ୍ତୁ ଟେକନିକାଲ ଏଜୁକେସନ କ୍ଷେତ୍ରରେ ରାଜ୍ୟରେ SC-STଙ୍କ ପାଇଁ ୨୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଥିବା ବେଳେ SEBC ପାଇଁ କୌଣସି ବ୍ୟବସ୍ଥା ନାହିଁ। ତେବେ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚିନ୍ତା କରୁଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ମିଳେଇଗଲା ପାଣ୍ଡିଆନ ବିରୋଧୀ ନାରା...ଅବସ୍ଥା ଯଥା ପୂର୍ବଂ ତଥା ପରଂ

Odisha Reservations SEBC Mohan Majhi
Advertisment
Related Articles
Advertisment