ଶିକ୍ଷକଙ୍କ ବଦଳିକୁ ସରକାରଙ୍କ ଗୁରୁତ୍ୱ । ଶିକ୍ଷକଙ୍କ ବଦଳି ନେଇ ଆଉ ରହିବନି ଟେନ୍ସନ୍ । ବିଧାୟକ ଓ ସାଂସଦଙ୍କୁ ମିଳିଲା ଶିକ୍ଷକ ବଦଳି ସୁପାରିସ କ୍ଷମତା । ବଦଳିକୁ ନେଇ ଶିକ୍ଷକମାନଙ୍କ ମଧ୍ୟରେ ଲାଗି ରହୁଥିବା ଅସନ୍ତୋଷକୁ ଦୂର କରିବାକୁ ଚେଷ୍ଟା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ସାଂସଦ ଏବଂ ବିଧାୟକଙ୍କ ସୁପାରିଶ କ୍ଷମତା ବୃଦ୍ଧି କରାଯାଇଛି । ଗୋଟିଏ ଶିକ୍ଷା ବର୍ଷରେ ନିଜ ନିର୍ବାଚନ ମଣ୍ଡଳୀର ସର୍ବାଧିକ ୧୫ ଜଣଙ୍କୁ ଜିଲ୍ଲା ଭିତରେ ବଦଳି ପାଇଁ ସୁପାରିସ କରିପାରିବେ ସାଂସଦ ଓ ବିଧାୟକ । ଚଳିତ ମାସ ୧୫ରୁ ଜୁନ ୧୫ ତାରିଖ ଭିତରେ ଲୋକସଭା ସାଂସଦ ଓ ବିଧାୟକ ଜିଲ୍ଲାପାଳଙ୍କୁ ତାଲିକା ଦେବେ । ସେହିପରି ରାଜ୍ୟସଭା ସାଂସଦମାନେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଲିଷ୍ଟ ପଠାଇବେ । ଆଉ ଏହି ସମୟ ଭିତରେ ହୋଇଥିବା ସୁପାରିଶ ଆଧାରରେ ହିଁ ବଦଳି କରାଯାଇପାରିବ ।
Published By: Namita Biswal
Last updated: 15 May 2025, 10:19 AM IST
ଆଜି ଭୋର ସମୟରୁ ଏକ ୪୦ ଟିକିଆ ହାତୀପଲ ପରଜଙ୍ଗ ଅଞ୍ଚଳରୁ ନଦୀପାର ହୋଇ ହିନ୍ଦୋଳ ଅଞ୍ଚଳକୁ ଯାଉଥିଲେ l ସେହି ସମୟରେ ବ୍ରାହ୍ମଣୀ ନଦୀରେ ହଠାତ ଜଳସ୍ତର ବୃଦ୍ଧି ପାଇବା ସହ ପ୍ରଖର ସୁଅ ଆସିବାରୁ ଗୋଠରୁ ଦନ୍ତାଟି ଅଲଗା ହୋଇ ନଦୀ ସୂଅରେ ଫସି ଯାଇଥିଲା l