Advertisment

SEBC Reservation in Education: ନୂଆ ସଂରକ୍ଷଣ ବ୍ୟବସ୍ଥା ନେଇ ଦ୍ୱନ୍ଦ୍ୱରେ ଅଛନ୍ତି କି ? ଜାଣନ୍ତୁ...

ରାଜ୍ୟରେ ଲାଗୁ ହୋଇଛି ନୂଆ ସଂରକ୍ଷଣ ବ୍ୟବସ୍ଥା । ଯାହାଦ୍ୱାରା ଆର୍ଥିକ ଦୃଷ୍ଟିକୋଣରୁ ପଛୁଆ ଥିବା ଛାତ୍ରଛାତ୍ରୀମାନେ ଉପକୃତ ହେବେ । ସଂରକ୍ଷଣ ବ୍ୟବସ୍ଥା ନେଇ ରହିଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
SEBC Reservation

SEBC Reservation

ସାମାଜିକ ଓ ଆର୍ଥିକ ଅନଗ୍ରସର (SEBC) ସଂରକ୍ଷଣ ପ୍ରସଙ୍ଗ । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି । କ୍ୟାବିନେଟ୍‌ ନିଷ୍ପତ୍ତି ନେଇ ଥିବା ଦ୍ବନ୍ଦ୍ବ ଦୂର କରିଛନ୍ତି ମନ୍ତ୍ରୀ । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, "ଜାତିଭିତ୍ତିକ ସଂରକ୍ଷଣ ୫୦% ଟପିବନି ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

Advertisment

ଏଥିପାଇଁ SEBC ବର୍ଗଙ୍କ ନାମଲେଖା ନେଇ ୧୧.୨୫% ସଂରକ୍ଷଣ କଲୁ । ପୂର୍ବରୁ SC/ST ବର୍ଗଙ୍କ ପାଇଁ ୩୮.୭୫% ସଂରକ୍ଷଣ ବ୍ୟବସ୍ଥା ରହିଛି । SEBC ସଂରକ୍ଷଣ ୧୧.୨୫% ମିଶିଲେ ଏହା ୫୦%ରେ ସୀମିତ । ଦିବ୍ୟାଙ୍ଗଙ୍କ ୬% ଓ ପୂର୍ବତନ ସେନା ଅଧିକାରୀଙ୍କ ପରିବାରକୁ ୧% ସଂରକ୍ଷଣ ଭିନ୍ନ । କାରଣ ଏମାନଙ୍କୁ ଦିଆଯାଇଥିବା ସଂରକ୍ଷଣ ଜାତିଭିତ୍ତିକ ନୁହେଁ । ଏହା ସୁପ୍ରିମକୋର୍ଟ ଗାଇଡଲାଇନ ଉଲ୍ଲଙ୍ଘନ କରୁନାହିଁ ।" 

ସୂଚନାଯୋଗ୍ୟ, ରାଜ୍ୟ କ୍ୟାବିନେଟ୍‌ରେ ଶିକ୍ଷାନୁଷ୍ଠାନ ନାମଲେଖାରେ ସଂରକ୍ଷଣ ଲାଗୁ ନେଇ ନିଷ୍ପତ୍ତି ହୋଇଛି । ୨୦୨୫-୨୬ ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହାଦ୍ୱାରା ଆର୍ଥିକ ଦୃଷ୍ଟିକୋଣରୁ ପଛୁଆବର୍ଗଙ୍କୁ ମଧ୍ୟ ସଂରକ୍ଷଣ ସୁବିଧା ମିଳିବ । ଅପରପକ୍ଷେ, SC, ST ଛାତ୍ରଛାତ୍ରୀଙ୍କ ପାଇଁ ଥିବା ସଂରକ୍ଷଣ ବଳବତ୍ତର ରହିବ । 

Advertisment

ଅଧିକ ପଢନ୍ତୁ: ଶିକ୍ଷକ ବଦଳି କୋଟା, ବର୍ଷକୁ ୧୫ ଶିକ୍ଷକଙ୍କୁ ବଦଳି ସୁପାରିସ କରିପାରିବେ ଜନ ପ୍ରତିନିଧି

Education Minister Reservations SEBC
Advertisment
Advertisment