Advertisment

Police-Local Conflict In Rourkela: ରାଉରକେଲାରେ ପୋଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ

ଆରଏସପି ପକ୍ଷରୁ ରେଲୱେ ଲାଇନ ନିର୍ମାଣ ବେଳେ ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ । ନୂଆ ରେଳ ଲାଇନ୍ ନିର୍ମାଣକୁ ବରକାନି ଅଞ୍ଚଳର ଲୋକ ବିରୋଧ ପ୍ରଦର୍ଶନ କରୁଥିଲେ । ଏତିକିବେଳେ ଜେସିବି ଆଗକୁ ଚାଲି ଆସିବାରୁ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ନାଁ ଏତୁଆ ଏକା ।

author-image
Deviprasad Jena
ରେଳ ଲାଇନକୁ ବିରୋଧ ବେଳେ ଖଣ୍ଡଯୁଦ୍ଧ ।

ରେଳ ଲାଇନକୁ ବିରୋଧ ବେଳେ ଖଣ୍ଡଯୁଦ୍ଧ ।

ପୋଲିସ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ରାଉରକେଲା ବନ୍ଧମୁଣ୍ଡାରେ ଆରଏସପିର ତୃତୀୟ ରେଳ ଲାଇନ ନିର୍ମାଣ ବେଳେ ପୋଲିସ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ଆନ୍ଦୋଳନ ବେଳେ ଜେସିବିରେ ଚାପିହୋଇ ଜଣେ ଯୁବକଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।

Advertisment

ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ । ପରେ ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ଆରଏସପି ପକ୍ଷରୁ ରେଲୱେ ଲାଇନ ନିର୍ମାଣ ବେଳେ ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ । ନୂଆ ରେଳ ଲାଇନ୍ ନିର୍ମାଣକୁ ବରକାନି ଅଞ୍ଚଳର ଲୋକ ବିରୋଧ ପ୍ରଦର୍ଶନ କରୁଥିଲେ । ଏତିକିବେଳେ ଜେସିବି ଆଗକୁ ଚାଲି ଆସିବାରୁ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ନାଁ ଏତୁଆ ଏକା ।

Advertisment

ଅଧିକ ପଢ଼ନ୍ତୁ: ବାପି ପଣ୍ଡାଙ୍କ ବିରୋଧରେ ହେବ ଆକ୍ସନ୍ ! ମାଲିକଙ୍କ ବିରୋଧରେ ଖୋଲିଥିଲେ ମୁହଁ

ଯୁବକଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ପ୍ରକାଶ ପାଇଥିଲା ପ୍ରବଳ ଉତ୍ତେଜନା । ସ୍ଥିତି ନିୟନ୍ତ୍ରଣ ପାଇଁ ଆସିଥିଲେ ଅଧିକ ଫୋର୍ସ । ଆଉ ଏତିକି ବେଳେ ପୋଲିସ ଉପରେ ଆକ୍ରମଣ କରିଥିଲେ ଉତ୍ତ୍ୟକ୍ତ ଲୋକେ । ପୋଲିସ ଗାଡ଼ି ଭଙ୍ଗାରୁଜା କରିବା ସହ ଦୁଇଟି ଭ୍ୟାନ୍ ପଲଟାଇ ଦେଇଛନ୍ତି ।

ନିର୍ମାଣ କାର୍ଯ୍ୟରେ ନିୟୋଜିତ ଜେସିବି ଏବଂ ଡମ୍ପର ବି ଭଙ୍ଗାରୁଜା କରିଛନ୍ତି । ମାରଣାସ୍ତ୍ରରେ ଆକ୍ରମଣ ଓ ଢ଼େଲାପଥର ମାଡ଼ରେ ୮ ପୋଲିସ କର୍ମୀ ଆହତ ହୋଇଥିବା ବେଳେ ମୁହାଁମୁହିଁ ବେଳେ ୩ ଆନ୍ଦୋଳନକାରୀ ମଧ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆରଏସପିର ତୃତୀୟ ରେଳ ଲାଇନକୁ ବିରୋଧ କରି ମାସେରୁ ଅଧିକ ସମୟ ହେଲା ବନ୍ଧମୁଣ୍ଡା ବରକାନି ଗାଁ ନିକଟରେ ଧାରଣା ଦେଇଆସୁଛନ୍ତି ସ୍ଥାନୀୟ ବାସିନ୍ଦା । ଆଜି ନିର୍ମାଣ କାମ ଚାଲିଥିବା ବେଳେ ମଧ୍ୟ ସ୍ଥାନୀୟ ବାସିନ୍ଦା ବିରୋଧ ପ୍ରଦର୍ଶନ କରିଥିଲେ । ତେବେ ଜେସିବିରେ ଚାପି ହୋଇ ଆନ୍ଦୋଳନକାରୀଙ୍କ ମଧ୍ୟରୁ ଜଣେ ଯୁବକଙ୍କ ମୃତ୍ୟୁ ପରେ ହଠାତ୍ ପରିସ୍ଥିତି ଅଣାୟତ୍ତ ହୋଇପଡିଥିଲା । ତେବେ କେଉଁ ସ୍ଥିତିରେ ଏମିତି ଘଟଣା ଘଟିଲା ତା'ର ତଦନ୍ତ ଚାଲିଛି । ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ଉତ୍ତରାଞ୍ଚଳ ଡିଆଇଜି ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ମହାବିନାୟକ ମନ୍ଦିରରେ ଫୁଟିଲା ଗୁଳି, ୨ ଆହତ

Odisha News Rourkela Police Public Protest Rourkela Police Police Attacked
Advertisment
Advertisment