Advertisment

Firing During Marriage: ମହାବିନାୟକ ମନ୍ଦିରରେ ଫୁଟିଲା ଗୁଳି, ୨ ଆହତ

ଯାଜପୁର ଜିଲ୍ଲା ଚଣ୍ଡିଖୋଲ ମହାବିନାୟକ ପୀଠରେ ଫୁଟିଲା ଗୁଳି । ବିବାହ ଭୋଜି ଚାଲିଥିବାବେଳେ ଗୁଳିକାଣ୍ଡ ଘଟିଥିଲା ସୂଚନା । ଏଥିରେ ୨ ଜଣ ଯୁବକ ଆହତ ହୋଇଛନ୍ତି ।

author-image
Namita Biswal
Jajpur Firing

Jajpur Firing

ବିବାହ ଭୋଜିରେ ଫୁଟିଲା ଗୁଳି । ରାଜନୈତିକ ଆକ୍ରୋଶକୁ କେନ୍ଦ୍ରକରି ଗଣ୍ଡଗୋଳ, ତା' ପରେ ଗୁଳିକାଣ୍ଡ । ଗତକାଲି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ମହାବିନାୟକ ପୀଠରେ ଏହି ଗୁଳିକାଣ୍ଡ ଘଟିଛି । ଏଠାରେ ଏକ ବିବାହ ଭୋଜି ଚାଲିଥିବାବେଳେ ଗଣ୍ଡଗୋଳ ସହ ବନ୍ଧୁକରୁ ଗୁଳି ଫୁଟିଥିବା ଥାନାରେ ଅଭିଯୋଗ ହୋଇଛି । ଆକ୍ରମଣରେ ଦୁଇ ଜଣ ଯୁବକ ଆହତ ହୋଇଥିବା ଜଣାପଡିଛି ।

Advertisment

ଅଧିକ ପଢ଼ନ୍ତୁ: ରାଜଧାନୀରେ ଭୁଶୁଡ଼ିଲା ଚାରି ମହଲା କୋଠା, ୪ ମୃତ

ସୂଚନା ମୁତାବକ, ଧର୍ମଶାଳା ଥାନା ଅନ୍ତର୍ଗତ ବାଜାବାଟୀ ଗ୍ରାମର ଦୁର୍ଯୋଧନ ବେହେରାଙ୍କ ସହିତ ଗ୍ରାମର କିଛି ଲୋକେ ମହାବିନାୟକ ମନ୍ଦିରରେ ଏକ ବିବାହ ଭୋଜିରେ ଯୋଗଦେବାକୁ ଆସିଥିଲେ । ରାଜନୈତିକ ଆକ୍ରୋଶକୁ ନେଇ  ଧର୍ମଶାଳା ଥାନା ତରଂଜିଆ ଗ୍ରାମର ପୂର୍ବତନ ଜିଲ୍ଲା ପରିଷଦ ନିରଞ୍ଜନ ରାଉତ ସମେତ କେତେକ ଯୁବକ ହଠାତ୍ ମରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିବା ସହିତ ନିରଞ୍ଜନ ବନ୍ଧୁକରୁ ଗୁଳି ଫୁଟାଇଥିଲେ । ଏହି ଆକ୍ରମଣରେ ବାଜାବାଟୀ ଗ୍ରାମର ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ତେବେ ମାରଣାସ୍ତ୍ର ଆକ୍ରମଣ ନା ଗୁଳିମାଡ଼ରେ ଦୁହେଁ ଆହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନି ।

ଏନେଇ ଦୁର୍ଯ୍ୟୋଧନ ବେହେରା ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରିଛି । ପୋଲିସ ଘଟଣାସ୍ଥଳରୁ ଦୁଇଟି ଖୋକାକୁ ଜବତ କରିବା ସହ ସାଇଣ୍ଟଫିକ ଟିମ୍ ସହାୟତାରେ ଅଧିକ ତଦନ୍ତ ଚଳାଇଛି ।

Advertisment

ଅଧିକ ପଢ଼ନ୍ତୁ: ପୁଣି ଅନୈତିକ ପ୍ରେମ, ସ୍ୱାମୀକୁ ମର୍ଡର...ମଦ ବୋତଲ ଭୁସି ମାରିଲା ସ୍ତ୍ରୀ

Jajpur Police Firing
Advertisment
Advertisment