/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745049815.jpg)
ବଳିପଡ଼ିବେ ବାପି ପଣ୍ଡା !
ଯାତ୍ରାକୁ ନେଇ ଥମିବାର ନାଁ ନେଉନି ବିବାଦ । ପ୍ରତିଦିନ ଆରୋପ ପ୍ରତ୍ୟାରୋପ ପରେ ଏବେ ତେଜିବାରେ ଲାଗିଛି ବୟକଟ୍ ବିବାଦ । ଏସବୁ ଭିତରେ ଯାତ୍ରା ମାଲିକଙ୍କ ବିରୋଧରେ ମୋର୍ଚ୍ଚା ଖୋଲିବା ସହ କଡ଼ା ଭାଷାରେ ସମାଲୋଚନା କରିଥିବା ଯାତ୍ରା କର୍ମଚାରୀ-କଳାକାର ସଂଘ ଉପଦେଷ୍ଟା ବାପି ପଣ୍ଡାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଚର୍ଚ୍ଚା ହେଉଛି । ମାଲିକଙ୍କୁ ଖୋଲା ଚ୍ୟାଲେଞ୍ଜ ଦେବା ପରେ ଏବେ ବାପି ପଣ୍ଡାଙ୍କ ଉପରେ ଖପ୍ପା ମାଲିକ ସଂଘ । ବାପିଙ୍କ ବିରୋଧରେ ମାଲିକ ସଂଘ ଆକ୍ସନ୍ ନେବାକୁ ସଜବାଜ ହେଉଥିବା ଚର୍ଚ୍ଚା ହେଉଛି । ଏଥିପାଇଁ ଗତକାଲି ରାତିରେ ମାଲିକ ସଂଘର ବୈଠକ ବସିଥିବା ମଧ୍ୟ ଚର୍ଚ୍ଚା ହେଉଛି । କଳାକାର ସଂଘକୁ ଚୁପ୍ କରାଇବା ଏବଂ କଳାକାର ସଙ୍ଘରେ ଫାଟ ସୃଷ୍ଟି କରାଇବା ପାଇଁ ମାଲିକ ସଂଘ ବାପି ପଣ୍ଡାଙ୍କ ବିରୁଦ୍ଧରେ ଏହି ଷଡ଼ଯନ୍ତ୍ର କରିଥିବା ଚର୍ଚ୍ଚା ହେଉଛି।
ଅଧିକ ପଢ଼ନ୍ତୁ: ଯାତ୍ରାରେ କଳିରେ ପଡୁନି ଯବନିକା; ମୁହାଁମୁହିଁ ହେଉଛନ୍ତି ଅଭିନେତା-ମାଲିକ...
ସୂଚନା ଅନୁସାରେ ମଞ୍ଚ ବାହାରେ ଯାତ୍ରା କଳାକାର ଏବଂ ମାଲିକଙ୍କ ମଧ୍ୟରେ ଥମୁନି ତୁତୁ ମେ ମେ । ତୀବ୍ର ହେଉଛି ବାକ୍ ଯୁଦ୍ଧ। ବ୍ୟକ୍ତିଗତ ସ୍ତରକୁ ଆସି ଆକ୍ଷେପ-ପ୍ରତିଆକ୍ଷେପ ସହ ପରସ୍ପରକୁ ଚେତାବନୀ ଶୁଣାଉଛନ୍ତି ଖୁଲମଖୁଲ୍ଲା । ଅଭିନେତା ବାପି ପଣ୍ଡା ହୁଅନ୍ତୁ ଅବା ମାଲିକ ପବିତ୍ର ପାତ୍ର କିମ୍ବା ପରିଚାଳକ ଜଗତ ଜୀବନ ପଣ୍ଡା । ଜଲିଉଡରେ ବହୁଥିବା ଝଡ଼ ପ୍ରସଙ୍ଗରେ କେହି କାହାକୁ ଛାଡ଼ିବା ମୁଡରେ ନାହାଁନ୍ତି ।
ତେବେ କଳାକାର ଏବଂ ମାଲିକ ସଂଘ ବିବାଦର ନିଆଁ ଭିତରକୁ ଗତକାଲି ଲମ୍ଫ ମାରିଛନ୍ତି ପାର୍ବତୀ ଗଣନାଟ୍ୟ ଏବଂ ରାଜଧାନୀ ଅପେରା ପାର୍ଟିର ପରିଚାଳକ ଜଗତଜୀବନ ପଣ୍ଡା। ମାଲିକ ସଂଘର ଉପସଭାପତି ପବିତ୍ର ପାତ୍ରଙ୍କୁ ଗତକାଲି ଅପମାନିତ କରିଥିବା ବାପି ପଣ୍ଡା କ୍ଷମା ନମାଗିଲେ ଆସନ୍ତାକାଲି ରଙ୍ଗ ପାଉଡର ମାରିବା ସ୍ବପ୍ନ ହୋଇଯିବ ବୋଲି ସେ କହିଥିଲେ । ତା’ସହ ସେ କହିଥିଲେ, ମାଲିକଙ୍କୁ ନେଇ କଳାକାର । ଯଦି ମାଲିକ ନଥିବେ, କଳାକାର କ’ଣ କରିବେ ବୋଲି ପ୍ରଶ୍ନ ଉଠାଇଥିଲେ । ଜବାବରେ ବାପି ପଣ୍ଡା ଜଗତଜୀବନଙ୍କୁ ପାଲଟା ଆକ୍ଷେପ କରି ଉଭୟ ପାର୍ଟିର ମାଲିକ ଓ ପରିଚାଳକ କେହି ଠିକ୍ ନୁହଁନ୍ତି ବୋଲି କହିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)