Advertisment

Odisha Govt On PESA Act: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପେସା ଆଇନ ଲାଗୁ ପୂର୍ବରୁ ନିଆଯିବ ଲୋକଙ୍କ ମତ

ପେସା ଆଇନ୍‌ ଲାଗୁ କରିବା ପୂର୍ବରୁ ଲୋକଙ୍କ ମତ ନେବା ସହ ସଚେତନତା ସଭା କରିବେ ରାଜ୍ୟ ସରକାର ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Peoples Opinions Will be taken before the implementation of pesa act

‘ପେସା ଆଇନ ପାଇଁ ନିଆଯିବ ଲୋକଙ୍କ ମତ’

ପେସା ଆଇନ୍ ଲାଗୁ ପୂର୍ବରୁ ଲୋକଙ୍କ ମତ ନେବେ ରାଜ୍ୟ ସରକାର । ଲୋକଙ୍କ ମତ ନେବା ସହ କରିବେ ସଚେତନତା ସଭା । ଏନେଇ ଜନଜାତି ଗୌରବ ଦିବସରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ଗାଁରେ ଜନସଭା କରାଯିବ । ‘ପେସା’ କିପରି କାର୍ଯ୍ୟକାରୀ ହେବ ସେନେଇ ବିସ୍ତୁତ ଆଲୋଚନା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Advertisment

ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜନତା ମୈଦାନଠାରେ ଆୟୋଜିତ ହୋଇଥିଲା ରାଜ୍ୟସ୍ତରୀୟ ଜନଜାତି ଗୌରବ ଦିବସ । ଏଥିରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ବିହାରରୁ ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତି ରହି ଅଭିଭାଷଣ ରଖିଥିଲେ ।

ଅଧିକ ପଢ଼ନ୍ତୁ: Bali Jatra 2024 Traffic Advisory: ବାଲିଯାତ୍ରା ପାଇଁ ଟ୍ରାଫିକ୍‌ କଟକଣା, ଜାଣନ୍ତୁ କେଉଁଠି କରିବେ ଗାଡ଼ି ପାର୍କିଂ...

Advertisment

ମୁଖ୍ୟମନ୍ତ୍ରୀ ମୋହନ ମାଝୀକହିଥିଲେ, ଜନଜାତି ସଂପ୍ରଦାୟ ଓଡ଼ିଶାର ଶକ୍ତି ଓ ଆତ୍ମା । ପୂର୍ବରୁ ଆଦିବାସୀଙ୍କୁ ଅବହେଳିତ କରି ରଖାଯାଇଥିଲା । କିନ୍ତୁ ଏବେର ସରକାର ଆଦିବାସୀ ସଂସ୍କୃତିକୁ ସୁରକ୍ଷା ଦେବାକୁ ପ୍ରାଥମିକତା ଦେଉଛନ୍ତି । ଜନଜାତି ଗୌରବ ଦିବସରେ ୧୫ ଶହ ୩୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜଙ୍ଗଲ ଅଧିକାର ସ୍ବୀକୃତ ଆଇନ ପୋର୍ଟାଲର ଶୁଭାରମ୍ଭ କରାଯାଇଛି । ହିତାଧିକାରୀ ଏହି ପୋର୍ଟାଲରେ ଜମି ପଟ୍ଟା ପାଇଁ ଆବେଦନ କରିପାରିବେ । ଜଙ୍ଗଲ ଆଇନ କାର୍ଯ୍ୟକାରିତାର ସ୍ଥିତି ନେଇ ମଧ୍ୟ ଜାଣିପାରିବେ ସରକାର । ପ୍ରଥମ ଥର ପାଇଁ ଅନଲାଇନରେ ଆବେଦନ କଲେ ଆଦିବାସୀ ହିତାଧିକାରୀ ଜମି ପଟ୍ଟା ପାଇବାର ସୁଯୋଗ ପାଇପାରିବେ । ଏହି ଅବସରରେ ଭୁବନେଶ୍ବର ଗୋଠପାଟଣାଠାରେ ଜନଜାତି ଐତିହ୍ୟ ଓ ସ୍ବାଭିମାନ ଭବନର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିପରେ ଓଡ଼ିଶା ଜନଜାତି ସଂଗ୍ରହାଳୟ ସହ ରାଜ୍ୟରେ ୪୨୬ଟି ଆବାସିକ ବିଦ୍ୟାଳୟର ମଧ୍ୟ ଶିଳାନ୍ୟାସ କରିଛନ୍ତି ।

ସେପଟେ ଜନଜାତି ଗୌରବ ଦିବସରେ ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ଏନ୍‌ଡିଏର ସୌଭାଗ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବାର ସୌଭାଗ୍ୟ ମିଳିଲା । ଝାଡ଼ଖଣ୍ଡ ରାଜ୍ୟପାଳ ଥିବା ବେଳେ ଶ୍ରୀମତୀ ମୁର୍ମୁ ଆଦିବାସୀଙ୍କ ଉନ୍ନତି ପାଇଁ କହୁଥିଲେ । ପଛୁଆ ଆଦିବାସୀଙ୍କ ଉନ୍ନତି ପାଇଁ ମୋ ସହ ଅନେକବାର କଥା ହୋଇଥିଲେ । ରାଷ୍ଟ୍ରପତି ହେବା ପରେ ତାଙ୍କ ଉଦ୍ୟମରେ ପିଏମ୍‌ ଜନମନ ଯୋଜନା ଆରମ୍ଭ ହୋଇଛି । ଶ୍ରୀମତୀ ମୁର୍ମୁଙ୍କ ପାଇଁ ଏବେ ପଛୁଆ ଆଦିବାସୀ ବର୍ଗଙ୍କ ବିକାଶ କରାଯାଉଛି ।

ଅଧିକ ପଢ଼ନ୍ତୁ: Paradeep Boita Bandana Utsav 2024: ‘ପାରାଦୀପ ହେଉଛି ପ୍ରଗତିର ମୁଖଶାଳା, ଡବଲ ଇଞ୍ଜିନ ସରକାର ଓଡ଼ିଶାର ବିକାଶକୁ ଦୁଇଗୁଣା କରିବ’: Mohan Majhi

ଏମିତିକି ଅଟଳ ବିହାରୀ ବାଜପେୟୀଙ୍କ କଥା ମନେ ପକାଇଥିଲେ ମୋଦି । ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଜନଜାତି ମନ୍ତ୍ରାଳୟ ହୋଇଥିଲା । ଏବେ ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ବଜେଟ ୧.୨୫ଲକ୍ଷ କୋଟି ଛୁଇଁଛି । ଆଦିବାସୀଙ୍କ ବିକାଶ ପାଇଁ ଏନ୍‌ଡିଏ ସରକାର ଅହରହ ଉଦ୍ୟମ କରୁଛି । ଆଜି ସବୁ କ୍ଷେତ୍ରରେ ଆଦିବାସୀ ଯୁବକଯୁବତୀ ଆଗକୁ ଆସିପାରିଛନ୍ତି । ବିଗତ ୧୦ ବର୍ଷରେ ୨ଟି ନୂଆ କେନ୍ଦ୍ରୀୟ ଆଦିବାସୀ ବିଶ୍ବବିଦ୍ୟାଳୟ ହୋଇଛି ବୋଲି ମୋଦି କହିଥିଲେ ।

Odisha News Odisha Govt Mohan Majhi
Advertisment
Advertisment