Advertisment

Crop Loss Assessment: ଡିସେମ୍ୱର ୩୦ ମଧ୍ୟରେ ଫସଲ କ୍ଷତି ଆକଳନ; କାଲି ସୁଦ୍ଧା ପଞ୍ଜିକରଣ ପାଇଁ ପରାମର୍ଶ

ବୀମାଭୁକ୍ତ ୧ ଲକ୍ଷ ୨୬ ହଜାର ଚାଷୀ ଆବେଦନ କରି ସାରିଲେଣି । କାଲି ସୁଦ୍ଧା ଅନ୍ୟ ବୀମାଭୁକ୍ତ ଚାଷୀ ପଞ୍ଜୀକରଣ କରିନିଅନ୍ତୁ। କୃଷି ରକ୍ଷକ ଆପ୍‌ର ଟୋଲ୍‌ ଫ୍ରି ନଂ ୧୪୪୪୭ରେ ଆବେଦନ କରିବାକୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ।

author-image
Sonali Ojha
ଅଦ୍ୟତନ ହୋଇଛି
CM Crop Loss

CM Crop Loss

ଅଦିନିଆ ବର୍ଷା ଛଡାଇନେଲା ଚାଷୀର ଆହାର । ଧାନ ଗଲା ପାନ ବି ଗଲା । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷାରେ ବ୍ୟାପକ ଜମିରେ ଫସଲ ନଷ୍ଟ ହୋଇଛି । ବିଲରେ ଭାସୁଛି ଧାନ । ଏପଟେ ବରଜରେ ପାନ ଚାଷ ବି ନଷ୍ଟ । ଧାରକରଜ କରି ପାନ ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । କିପରି ଋଣ ସୁଝିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି ଚାଷୀ । ଏହାରି ଭିତରେ କ୍ଷୟକ୍ଷତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। 

Advertisment

ଅଦିନିଆ ବର୍ଷାରେ ରାଜ୍ୟରେ ଅନେକ କ୍ଷୟକ୍ଷତି । ଆସନ୍ତା ୩୦ ତାରିଖ ମଧ୍ୟରେ ମଧ୍ୟରେ ଫସଲ କ୍ଷୟକ୍ଷତି ଆକଳନ ହେବ। ଫସଲ କ୍ଷତି ନେଇ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଡିବିଟି ଜରିଆରେ ଚାଷୀଙ୍କୁ ଫସଲ କ୍ଷତିପୂରଣ ପ୍ରଦାନ କରାଯିବ। ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଧାନ ବ୍ୟତୀତ ଅନ୍ୟାନ୍ୟ ଫସଲ କ୍ଷତି ପାଇଁ ବି କ୍ଷତିପୂରଣ ଦିଆଯିବ -ବୀମା କରିଥିବା ଚାଷୀ ଓ କରି ନଥିବା ଚାଷୀ କ୍ଷତିପୂରଣ ପାଇବେ।

ବୀମାଭୁକ୍ତ ୧ ଲକ୍ଷ ୨୬ ହଜାର ଚାଷୀ ଆବେଦନ କରି ସାରିଲେଣି । କାଲି ସୁଦ୍ଧା ଅନ୍ୟ ବୀମାଭୁକ୍ତ ଚାଷୀ ପଞ୍ଜୀକରଣ କରିନିଅନ୍ତୁ। କୃଷି ରକ୍ଷକ ଆପ୍‌ର ଟୋଲ୍‌ ଫ୍ରି ନଂ ୧୪୪୪୭ରେ ଆବେଦନ କରିବାକୁ ଅପିଲ୍ କଲେ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ଚାଲିଥିଲା । ରାଜସ୍ବ, କୃଷି ଓ ସମବାୟ ବିଭାଗର ମନ୍ତ୍ରୀ ଓ ଅଧିକାରୀ ସାମିଲ ଥିଲେ। ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ମଧ୍ୟ ଉପସ୍ଥିତ ରହିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଭିଜିବ ଉତ୍ତର ଓ ପଶ୍ଚିମ ଓଡ଼ିଶା ! ପ୍ରବଳ ଶୀତରେ ନୂଆବର୍ଷକୁ ସ୍ୱାଗତ କରିବେ ରାଜ୍ୟବାସୀ

ନୟାଗଡ଼ରୁ ନିଆଳି, ଆଠଗଡ଼ରୁ କେନ୍ଦ୍ରାପଡ଼ା ଅଦିନିଆ ଲଗାଣ ବର୍ଷାରେ ଧାନଠୁ ପନିପରିବା ଯାଏଁ, ସବୁଆଡୁ ଉଜୁଡ଼ା କ୍ଷେତ୍ରର ବିକଳ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । ତେଣେ ବର୍ଷା ମାଡ଼ ଖାଇ କିଆରିରେ ଶୋଇ ପଡ଼ିଥିବା ଧାନ ହେଉ କି କେଣ୍ଡାରେ ଥାଇ ଗଜା ମାରିଯିବା କାରଣ, କେମିତି ଏ ଖରାପ ଧାନକୁ ଅମଳ କରି ଏଫଏକ୍ୟୁ ମାନରେ ମଣ୍ଡିରେ ବିକିବେ ଚାଷୀ, ତାକୁ ନେଇ ବଢ଼ିଛି ଚିନ୍ତା । ଏଭଳି ସ୍ଥିତିରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସାମାନ୍ୟ ଆଶ୍ବସ୍ତି ଦେଇ କହିଛନ୍ତି- ଧାନର FAQ ମାନ କୋହଳ ନିଷ୍ପତ୍ତି ଜିଲ୍ଲାପାଳମାନେ ନେବେ । ଜିଲ୍ଲାସ୍ତରରେ ଚାଷୀ, ମିଲର ଓ ପ୍ରଶାସନ ବସି ସ୍ଥିର କରିବେ । ତେବେ FAQ ମାନ ଉପରେ ସମ୍ପୂର୍ଣ୍ଣ କମ୍ପରମାଇଜ କରି ହେବନି କି ଧାନ ପୂରା ନଷ୍ଟ ହୋଇଥିଲେ ମଣ୍ଡିରେ ନେଇ ହେବନି- ବୋଲି ସ୍ପଷ୍ଟ କରିଛନ୍ତି ଯୋଗାଣମନ୍ତ୍ରୀ । ତେଣେ ଚାଷୀ କହିଲେଣି ସରକାର ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ନେଦେଲେ ବାଧ୍ୟହୋଇ ଦାଦନ ଖଟିବାକୁ ଚାଲିଯିବେ ।

ଏସବୁ ଭିତରେ ଫସଲ ବୀମା ନେଇ ବୀମା କମ୍ପାନୀକୁ ଚେତାବନୀ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । କହିଛନ୍ତି- ଫସଲ ବୀମା ନିୟମ କମ୍ପାନୀ ଲାଭ ପାଇଁ ନୁହେଁ, ୨୪ ତାରିଖ ଯାଏଁ ୨୦ ହଜାର ଚାଷୀ ବୀମା ଆବେଦନ କରିସାରିଲେଣି । ଚାଷୀଙ୍କୁ ହଇରାଣ କଲେ କି ଟାଳଟୁଳ ନୀତି ଦେଖାଇଲେ ଆକ୍ସନ ହେବ । ତାସହ ଫସଲ ନଷ୍ଟ ହେତୁ ଅନେକ ସ୍ଥାନରେ ମଣ୍ଡି ଖୋଲିବା ତାରିଖ ଘୁଞ୍ଚାଯାଇଛି ଓ ପରିସ୍ଥିତିକୁ ଦେଖି ପୁଣି ଥରେ ମଣ୍ଡି ଖୋଲିବା ସୂଚୀ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Chief Minister Crop Loss
Advertisment
Advertisment