Advertisment

Pravasi Bharatiya Divas: ଭୁବନେଶ୍ବରରେ ପ୍ରବାସୀ ଭାରତୀୟଙ୍କ ମହାକୁମ୍ଭ, ଜନତା ମଇଦାନରେ ଏକାଠି ହେଲେ ଭାରତୀୟ ବଂଶୋଦ୍ଭବ

ଅସୁମାରୀ ଉତ୍ସାହ, ଅଭୂତପୂର୍ବ ଉଦ୍ଦୀପନା । ଭୁବନେଶ୍ୱରରେ ପ୍ରବାସୀ ମହାକୁମ୍ଭର ଭବ୍ୟ ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସମ୍ମିଳନୀର ପ୍ରଥମ ଦିନରେ ଯୁବ ପ୍ରବାସୀ ଭାରତୀୟ ଦିବସର କରିଥିଲେ ଉଦଘାଟନ ।

author-image
Santosh Kumar Sahoo
undefined

ଜୟଶଙ୍କରଙ୍କ ‘୩T’ ଫର୍ମୁଲା

ସାରା ବିଶ୍ବର ଫୋକସ୍‌ରେ ଓଡ଼ିଶାଭୁବନେଶ୍ବରରେ ଆରମ୍ଭ ହେଲା ପ୍ରବାସୀ ଭାରତୀୟଙ୍କ ମହାକୁମ୍ଭ । ଏହି ୩ ଦିନିଆ ସମାରୋହକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବାକୁ ଥିବା ବେଳେ, ଜନତା ମୈଦାନରେ ଏକାଠି ହେବେ ୭୦ରୁ ଅଧିକ ଦେଶରୁ ଆସିଥିବା ପ୍ରାୟ ୪ ହଜାର ପ୍ରବାସୀ ଓ ବହୁ ଭିଭିଆଇପି ଅତିଥି । ଆଜି ପ୍ରଥମ ଦିନରେ ଯୁବ ପ୍ରବାସୀ ଭାରତୀୟ ଦିବସର ଶୁଭାରମ୍ଭ କରିଛନ୍ତି ୨ କେନ୍ଦ୍ରମନ୍ତ୍ରୀ ଏସ୍.ଜୟଶଙ୍କର, ମନସୁଖ୍ ମାଣ୍ଡଭ୍ୟ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଜୟଶଙ୍କର କହିଥିଲେ, 3T ଅର୍ଥାତ ଟ୍ରେଡ୍, ଟେକ୍ନୋଲୋଜି ଓ ଟୁରିଜମରେ ବେଶ୍ ସାମର୍ଥ୍ୟ ଥିବା ଓଡ଼ିଶା, ପୁଞ୍ଜି ନିବେଶ ପାଇଁ ସବୁଠୁ ପ୍ରକୃଷ୍ଟ ସ୍ଥାନ ।

Advertisment

ଅସୁମାରୀ ଉତ୍ସାହ, ଅଭୂତପୂର୍ବ ଉଦ୍ଦୀପନା । ଭୁବନେଶ୍ୱରରେ ପ୍ରବାସୀ ମହାକୁମ୍ଭର ଭବ୍ୟ ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସମ୍ମିଳନୀର ପ୍ରଥମ ଦିନରେ ଯୁବ ପ୍ରବାସୀ ଭାରତୀୟ ଦିବସର କରିଥିଲେ ଉଦଘାଟନ । ସ୍ୱାଗତ ଭାଷଣରେ ଭାରତ ବିକାଶରେ ପ୍ରବାସୀଙ୍କ ଭାଗିଦାରୀ ବଢେଇବାକୁ ଆହ୍ୱାନ ଦେଇଥିଲେ ମାଣ୍ଡଭ୍ୟ । ବିଶେଷ କରି ଦେଶ ବିଦେଶରେ ଯୁବ ନେତୃତ୍ୱର ବିକାଶ ଏବଂ ଏକ ଲକ୍ଷ ଯୁବ ନେତୃତ୍ୱ ତିଆରି ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି; କାଲି ପ୍ରବାସୀ ଭାରତୀୟ ସମ୍ମିଳନୀକୁ କରିବେ ଉଦଘାଟନ

Advertisment

ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର କହିଥିଲେ ଭାରତ ସହ ପ୍ରବାସୀମାନଙ୍କର ସହଭାଗିତା ବିକଶିତ ଭାରତର ସ୍ବପ୍ନକୁ ସାକାର କରିବ । ଏଥିସହିତ ଟ୍ରେଡ୍, ଟେକ୍ନୋଲୋଜି ଓ ଟୁରିଜମରେ ସାମର୍ଥ୍ୟ ଯୋଗୁ ଓଡ଼ିଶା ପୁଞ୍ଜି ନିବେଶ ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି କହିଥିଲେ। ସେହିପରି ଓଡ଼ିଆରେ ପ୍ରବସୀଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରବାସୀମାନେ ହେଉଛନ୍ତି ବିକଶିତ ଓଡିଶାର ବ୍ରାଣ୍ଡ ଆମ୍ବାସଡର। ଆମର ବିଶ୍ବାସ ଏହି ଅନୁଭୂତିକୁ ବିଶ୍ବ ଦରବାରରେ ଆପଣ ମାନେ ପହଞ୍ଚାଇବେ ।

ଦ୍ବିତୀୟ ଅଧିବେଶନରେ ଓଡ଼ିଶାରେ ପୁଞ୍ଜି ନିବେଶ ସୁଯୋଗ ପ୍ରବାସୀ ଭାରତୀୟଙ୍କ ଆଗରେ ଉପସ୍ଥାପନ କରିଥିଲେ ଓଡ଼ିଶା ସରକାର। ଓଡ଼ିଶାର ଶିଳ୍ପ ନୀତି ଓ ଶିଳ୍ପ ଅନୁକୂଳ ଭିତ୍ତିଭୂମି ଓ ଇଜ ଅଫ୍ ଡୁଇଂ ବିଜିନେସକୁ ଉପସ୍ଥାପିତ କରାଯାଇଥିଲା । ୬୫୦ରୁ ଅଧିକ ପ୍ରବାସୀ ଏହି ଅଧିବେଶନରେ ଯୋଗ ଦେଇଥିଲେ । ଓଡ଼ିଶାରେ ନିବେଶ ନେଇ ଆଗ୍ରହ ପ୍ରକାଶ କରିବା ସହ ଓଡ଼ିଶା ସରକାରଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି । ତୃତୀୟ ଅଧିବେଶନରେ ପ୍ରବାସୀଙ୍କୁ ଓଡ଼ିଶାର ପର୍ଯ୍ୟଟନ ଏବଂ ପଯ୍ୟଟନ କ୍ଷେତ୍ରରେ ପୁଞ୍ଜି ନିବେଶ ନେଇ ହୋଇଥିଲା ଆଲୋଚନା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓଡ଼ିଶାର ସମସ୍ତ ପର୍ଯ୍ୟଟନ ସ୍ଥଳୀ ଏବଂ ଅପାର ସମ୍ଭାବନା ସମ୍ପର୍କରେ ଆଲୋକପାତ କରିଥିଲେ। ଆସନ୍ତକାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରବାସୀ ଭାରତୀୟ ଦିବସକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଧିକ ପଢ଼ନ୍ତୁ: କମୁଛି ଡ୍ରପ ଆଉଟ୍ ହାର; ରାଜ୍ୟରେ ପ୍ରାଥମିକ ସ୍କୁଲ ଶିକ୍ଷା ପ୍ରତି ବଢୁଛି ପିଲାଙ୍କ ଆଗ୍ରହ

Bhubaneswar S. Jaishankar Mohan Majhi
Advertisment
Advertisment