• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଛାତ ଉପରକୁ ଆଚାର ଆଣିବାକୁ ଯାଇଥିଲେ । ହେଲେ କାମୁଡି ଦେଲା ସାପ । ସାପ କାମୁଡାରେ ଚାଲିଗଲା ନାବାଳିକା ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା କାଲାଡାହୀ ରଙ୍ଗାମାଟିଆ ଗ୍ରାମରେ । ଏହି ଗ୍ରାମର ପ୍ରଶାନ୍ତ ଗାଣଙ୍କ ୬ ବର୍ଷର ଝିଅ କବିତା ଗାଣ ।

ଅଧିକ ପଢ଼ନ୍ତୁ: Odisha Govt On PESA Act: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପେସା ଆଇନ ଲାଗୁ ପୂର୍ବରୁ ନିଆଯିବ ଲୋକଙ୍କ ମତ

କବିତା ସନ୍ଧ୍ୟା ସମୟରେ ଖାଦ୍ୟରେ ଆଚାର ଖାଇବାକୁ ମନ ବଳାଇଥିଲେ । ଏଥିପାଇଁ ସେ ଘର ଛାତ ଉପରେ ରହିଥିବା ଆଚାର ଆଣିବା ପାଇଁ ଯାଇଥିଲେ । କିନ୍ତୁ ଅନ୍ଧାରରେ ଏକ ସାପ ତାଙ୍କ ହାତକୁ କାମୁଡି ଦେଇଥିଲା । ଏହାପରେ ସେ ଘରକୁ ଆସି ତାଙ୍କୁ ସାପ କାମୁଡି ଦେଇଥିବା କଥା କହିଥିଲେ ଏବଂ ବାନ୍ତି ମଧ୍ୟ କରିଥିଲେ । ଯାହାଫଳରେ ପରିବାର ଲୋକେ ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ କପ୍ତିପଦା ଡାକ୍ତରଖାନାକୁ ଆଣିଥିଲେ । ହେଲେ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ଜଣାପଡିବା ପରେ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ନାବାଳିକାଙ୍କ ଅକାଳ ବିୟୋଗକୁ ନେଇ ଡାକ୍ତରଖାନାରେ ଖେଳିଯାଇଛି ଶୋକାକୁଳ ପରିବେଶ।

OTV is now on Whatsapp

Join and get latest news update delivered to you via whatsapp

Join Now