• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି । ସ୍କୁଲ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର । ଆସନ୍ତାକାଲିଠୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ୭ ଟଙ୍କା ୬୪ ପଇସାକୁ ବଢ଼ିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ । ପୂର୍ବରୁ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଖର୍ଚ୍ଚ ୫ ଟଙ୍କା ୯୦ ପଇସା ଥିଲା । ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ୧୦ ଟଙ୍କା ୯୪ ପଇସାକୁ ବୃଦ୍ଧି ହୋଇଛି । ପୂର୍ବରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଖର୍ଚ୍ଚ ୮ ଟଙ୍କା ୮୨ ପଇସା ଥିଲା ।

ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି । ଏହାକୁ ଡିସେମ୍ବର ୧ ତାରିଖଠାରୁ ଅର୍ଥାତ୍ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଛନ୍ତି ସରକାର ।

ଅଧିକ ପଢ଼ନ୍ତୁ: ମୋଦି ଖାଇଲେ ଓଡ଼ିଆ ଖାଦ୍ୟ, ଥାଳିରେ ଥିଲା ସନ୍ତୁଳା-ଜହ୍ନି ରାଇ...

ସୂଚନା ଅନୁସାରେ ନଭେମ୍ବର ୧୪ରେ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି କରିଥିଲେ ରାଜ୍ୟ ସରକାର । ପ୍ରତି ବିଦ୍ୟାର୍ଥୀ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ୧ ଟଙ୍କା ବୃଦ୍ଧି କରିଥିଲେ ରାଜ୍ୟ ସରକାର । ବଜାର ଦରକୁ ଦୃଷ୍ଟିରେ ରଖି ମଧ୍ୟାହ୍ନ ଭୋଜନ ପାଇଁ ବିଦ୍ୟାର୍ଥୀ ପିଛା ଦୈନକ ପଡ଼ି ମୂଲ୍ୟ ଉପରେ ୧ ଟଙ୍କା ବୃଦ୍ଧି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କ୍ୟାପିଟାଲ ହାଇସ୍କୁଲ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ସୁରଭିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ । ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ୪୩ ଲକ୍ଷ ବିଦ୍ୟାର୍ଥୀ ମଧ୍ୟାହ୍ନ ଭୋଜନ ପାଉଛନ୍ତି ।

ଅଧିକ ପଢ଼ନ୍ତୁ: ପୁଣି ଆତଙ୍କୀ ପନ୍ନୁର ଟାର୍ଗେଟ୍, ବିମାନ ବନ୍ଦରରୁ ଉଡ଼ାଣ ନ ଭରିବାକୁ ଚେତାବନୀ

OTV is now on Whatsapp

Join and get latest news update delivered to you via whatsapp

Join Now